ଜିଲ୍ଲା ଘରୋଇ ବସ ମାଲିକ ସଂଘ ର ପୂର୍ବତନ ସଭାପତି ପୁରୁଷୋତ୍ତମ ପାଣିଗ୍ରାହୀ ଙ୍କ ପରଲୋକ
ସୁବର୍ଣ୍ଣପୁର ର ଜଣାଶୁଣା ସମାଜସେବୀ, ପ୍ରତିଷ୍ଠିତ ବ୍ୟବସାୟୀ ତଥା ଜିଲ୍ଲା ଘରୋଇ ବସ ମାଲିକ ସଂଘ ର ପୂର୍ବତନ ସଭାପତି ପୁରୁଷୋତ୍ତମ ପାଣିଗ୍ରାହୀ ଙ୍କ ପରଲୋକ ହୋଇଛି । ସେ ବଲାଙ୍ଗୀର – ସୋନପୁର -ବୌଦ୍ଧ ଜୋନ୍ ବସ ମାଲିକ ସଂଘ ର ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ସମ୍ବଲପୁର ର ଏକ ଘରୋଇ ହସ୍ପିଟାଲରେ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ଜଣେ କ୍ରୀଡ଼ାପ୍ରେମୀ ଭାବ ରେ ସୋନପୁର ରେ ବେଶ୍ ପ୍ରସିଦ୍ଧ ଥିଲେ। ଜିଲ୍ଲା କ୍ରୀଡା ସଂଘ ପ୍ରତି ତାଙ୍କ ଅବଦାନ ଅତୁଳନୀୟ। ସେ ଜଣେ ପରପୋକରୀ ବ୍ୟକ୍ତି ଥିଲେ।ଯିଏ କି ସୋନପୁର ର ଭଲିବଲ୍ ଖେଳ କୁ ବଞ୍ଚାଇ ରଖି ସହର ର ପ୍ରତ୍ୟେକ ଖେଳକୁଦ ରେ ନିଜେ ଖେଳିବା ସହ ଲୋକ ଙ୍କ ସହିତ ସବୁବେଳେ ଚଳ ଚଞ୍ଚଳ ଥିଲେ l ଜିଲ୍ଲା ବସ ମାଲିକ ସଂଘ ର ଦୀର୍ଘ ବର୍ଷ ଧରି ନେତୃତ୍ୱ ନେଇଥିଲେ l ଜିଲ୍ଲା କ୍ରୀଡା ସଂଘ ର ପରାମର୍ଶ ଦାତା ଥିଲେ l ଖେଳ ପଡ଼ିଆ ରେ ବସଷ୍ଟାଣ୍ଡ୍ ରେ ଜୀଵନ ସାରା ସମୟ ବିତାଇ ଥିଲେ l ତାଙ୍କର ବୟୋଗ ରେ ବିଭିନ୍ନ ମହଲ ରେ ଶୋକର ଛାୟା ଖେଳିଯାଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
