ସୁବର୍ଣ୍ଣପୁର ରାମେଶ୍ବର ସ୍ଥିତ ତ୍ରିବେଣୀ ସଙ୍ଗମ ରେ ଭକ୍ତ ଭଗବାନ୍ ଓ ସାଧୁ ସନ୍ଥ ଙ୍କ ଅପୂର୍ବ ସଙ୍ଗମ

ସୁବର୍ଣ୍ଣପୁର –ଭକ୍ତ ଭଗବାନ୍ ଓ ସାଧୁସନ୍ଥ ଙ୍କ ଅପୂର୍ବ ସମାବେଶ ରେ ଉଚ୍ଛୁଳି ପଡୁଛି ରାମେଶ୍ବର ଷ୍ଟାଡିୟମ୍ l ଷ୍ଟାଡିୟମରେ ଦୀର୍ଘ ପାଞ୍ଚ ଦିନ ଧରି ହେଉଥିବା ଶ୍ରୀ ଜଗନ୍ନାଥ ଙ୍କ ମହୋତ୍ସବରେ ବହୁ ଦୂର ଦୁରାନ୍ତ ରୁ ଶ୍ରଦ୍ଧାଳୁ ଭକ୍ତ ଦର୍ଶନ ଲାଭ ପାଇଁ ଛୁଟି ଆସୁଛନ୍ତି ଏହି ରାମେଶ୍ବର ପୀଠ କୁ l ଶ୍ରୀ ଜଗନ୍ନାଥ ଙ୍କ ବତିଶ ଟି ଦୁର୍ଲଭ ବେଶ ଦର୍ଶନ ସକାଶେ ଭକ୍ତ ଙ୍କ ସୁଅ ଛୁଟିଛି ।
ଘୃତ ଯଜ୍ଞ ସହିତ ନାମ ଯଜ୍ଞ ଅନ୍ନ ଯଜ୍ଞ ଓ ପୂଜାର୍ଚ୍ଚନା ରେ ପୁରୀ ର ଭ୍ରମ ସୃଷ୍ଟି ହେଉଛି ବତିଶ ବେଶ ରେ ଚନ୍ଦନ ଲାଗି ବେଶ ରେ କର୍ତ୍ତା ଭାବେ ପୂଜା କରୁଛନ୍ତି ଦମ୍ପତି ଶ୍ରୀ ଅଜିତ୍ ଲାଲ ମିଶ୍ର ଓ ସ୍ଵର୍ଣ୍ଣ ପ୍ରଭା ମହାପାତ୍ର। ବହୁ ଶ୍ରଦ୍ଧାଳୁ ଏହି ସ୍ୱତନ୍ତ୍ର ବେଶ ଗୁଡିକୁ ଦେଖି ଅତ୍ୟନ୍ତ ଖୁସି ବୋଲି ଭାବ ପ୍ରକାଶ କରିଛନ୍ତି।ପ୍ରତିଦିନ ସନ୍ଧ୍ୟା ରେ ମହା ଆଳତୀ ସହିତ ଭଜନ ସନ୍ଧ୍ୟା ଓ ପ୍ରବଚନ କାର୍ଯ୍ୟକ୍ରମ ଚାଲୁ ରହିଛି।ଆସନ୍ତା ପଚିଶ ତାରିଖ ମଙ୍ଗଳବାର ଦିନ ସାହି ସ୍ନାନ ସହିତ ଏହି ମହୋତ୍ସବ ଉଦଯାପିତ ହେବ।ବିଭିନ୍ନ ସଂସ୍ଥା ପକ୍ଷରୁ ବ୍ୟାପକ ସୁବ୍ୟବସ୍ଥା ପରିଚାଳନା ଯଥା ସଫେଇ ପାନୀୟ ଜଳ ଯୋଗାଣ ଅନ୍ନପ୍ରସାଦ ବଣ୍ଟନ କାର୍ଯ୍ୟ ଚାଲୁ ରହିଛି। ଏଥିପାଇଁ ଦୂରଦୂରାନ୍ତର ରୁ ହଜାର ହଜାର ଜନ ସମାଗମ ହେଉଅଛି।ସମସ୍ତେ ଆସି ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ପୂର୍ବକ କୃପା ଭିକ୍ଷା ଲାଭ କରିବାକୁ ଅନୁରୋଧ ରହିଛି।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର