February 10, 2026
Home » ମାଆ ମଝିଘରିଆଣୀ ମନ୍ଦିରକୁ ଦୁଇଟି ପିତ୍ତଳ ସିଂହ ପ୍ରଦାନ କରିଛନ୍ତି ବବଲି ସହରର ଏକ ଦମ୍ପତି

ମାଆ ମଝିଘରିଆଣୀ ମନ୍ଦିରକୁ ଦୁଇଟି ପିତ୍ତଳ ସିଂହ ପ୍ରଦାନ କରିଛନ୍ତି ବବଲି ସହରର ଏକ ଦମ୍ପତି

0
WhatsApp Image 2025-03-27 at 1.23.40 PM

ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ମନ୍ଦିରକୁ ତା: ୨୬/୦୩/୨୫ ରିଖ ବୁଧବାର ଦିନ ସକାଳେ ମନ୍ଦିର ପରିଚାଳନା ଟ୍ରଷ୍ଟି ସଦସ୍ୟ, ଅଧୀକ୍ଷକଙ୍କ ଉପସ୍ଥିତିରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ଦୁଇଟି ପିତ୍ତଳ ସିଂହ ପ୍ରଦାନ କରିଛନ୍ତି ବବଲି ସହରର ଏକ ଦମ୍ପତି ।

ଆନ୍ଧ୍ରପ୍ରଦେସର ବବ୍ବଲି ସହରରେ ସ୍ତିତ ମାହେଶ୍ଵରୀ କଲେଜ ଅଫ ଏଡ୍ୟୁକେସନ ଏଣ୍ଡ କୋଡ଼ି ରାମମୂର୍ତ୍ତି କଲେଜ ଅଫ ଫିଯିକଲ ଏଡ୍ୟୁକେସନ,ବବ୍ବିଲିର ପ୍ରତିନିଧି ରମ୍ଭା ଚନ୍ଦ୍ରସୁଦନ ରାଓ ଓ ତାଙ୍କ ଧର୍ମପତ୍ନୀ ସୁଗୁଣା ଦୁଇଟି ପିତ୍ତଳ ସି°ହକୁ ପ୍ରଦାନ କରିଥିଲେ ଯାହାର ଓଜନ ୨୬୭.୧୦୦ କିଲୋଗ୍ରାମ ଥିବା ବେଳେ ଏହାକୁ ତିଆରି କରିବାକୁ ଟ.୫,୪୦,୦୦୦/-ଙ୍କା ଖର୍ଚ୍ଚ ହୋଇଥିବା ବେଳେ ଅନ୍ୟାନ୍ୟ ଖର୍ଚ୍ଚ ସହ ମୋଟ ୬,୫୦,୦୦୦/- ଟଙ୍କା ହୋଇଥିବା ଜଣାପଡିଛି ।

ଆଜି ଗୁରୁବାର ମନ୍ଦିର ପ୍ରବେଶ ଦ୍ଵାରରେ ଥିବା ଦୁଇଟି ସିଂହ ବହାର କରଯାଇ ସେହି ସ୍ଥାନରେ ଏହା ମାଆଙ୍କ ଚୈତ୍ର ପର୍ବ ଆସନ୍ତା ମାସ ଏପ୍ରିଲ ୦୮ ତାରିଖ ଦିବସରେ ପୂଜାର୍ଚ୍ଚନା ସହ ପ୍ରାଣ ପ୍ରତିଷ୍ଠା କରାଯାଇ ମନ୍ଦିର ପ୍ରବେଶ ଦ୍ଵାରା ମୁହଁରେ ସ୍ଥାପନା କରାଯିବ ବୋଲି ମନ୍ଦିର ପରିଚାଳନା ସଦସ୍ୟ ସୂଚିତ କରିଛନ୍ତି ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *