April 22, 2025
Home » ଦାଦି ଜାନକୀ ଙ୍କ ୫ମ ଶ୍ରାଦ୍ଧ ସ୍ମୁତିବାର୍ଷିକୀ ପାଳିତ !

ଦାଦି ଜାନକୀ ଙ୍କ ୫ମ ଶ୍ରାଦ୍ଧ ସ୍ମୁତିବାର୍ଷିକୀ ପାଳିତ !

0

ଛତ୍ରପୁର: ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ପକ୍ଷରୁ ରାଜଯୋଗିନୀ ଦାଦି ଜାନକୀ ଙ୍କ ୫ମ ଶ୍ରାଦ୍ଧ ସ୍ମୁତି-ବାର୍ଷିକୀ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଦାଦି ଜାନକୀ ଙ୍କ ଜନ୍ମ ତା. ୧ / ୧/ ୧୯୧୬ ହୋଇଥିବା ବେଳେ ତାହାଙ୍କ ବିୟୋଗ ତା.୨୭ / ୩ / ୨୦୨୦ ରେ ମାତ୍ର ୧୦୪ ବର୍ଷ ବୟସରେ ମାଉଣ୍ଟଆବୁ ମୁଖ୍ୟକାର୍ଯ୍ୟାଳୟରେ ଆଶ୍ରମ ଜୀବନରେ ରହି ଦେହ ତ୍ୟାଗ କରିଥିଲେ । ଦାଦି ଜାନକୀ ମାଉଣ୍ଟଆବୁ ସ୍ଥିତ ମୁଖ୍ୟକାର୍ଯ୍ୟାଳୟର ତୃତୀୟ ପୀଢ଼ି ଭାବେ ପ୍ରଶାସନିକ ମୁଖ୍ୟ ଦାୟିତ୍ଵ ନିର୍ବାହ କରି ପୃଥିବୀ ରେ ଶାନ୍ତି ବିରାଜମାନ ଲାଗି ଅହରହ ସଂଗ୍ରାମ ଜାରୀ ରଖିଥିଲେ । ଈଶ୍ୱର ସର୍ବଶ୍ରେଷ୍ଠ ସ୍ଥିରମତୀ ନାରୀ ଭାବେ ସେ ବୈଦେଶିକ ସଂସ୍ଥା ତରଫରୁ ମାନ୍ୟତାପ୍ରାପ୍ତ ହୋଇଛନ୍ତି । ବ୍ରହ୍ମାକୁମାରୀ ମାନଙ୍କ ଦ୍ଵାରା ସହଜ ରାଜଯୋଗ ମାଧ୍ଯମରେ ସମସ୍ତଙ୍କ ପାଖରେ ପହଞ୍ଚିଛନ୍ତି । ବିଶ୍ଵ ଦରବାରରେ ଶାନ୍ତି ର ବାର୍ତ୍ତା ବହନ କରି ଆସିଥିଲେ । ସେ କହିଥିଲେ ଯେ’ ମନୁଷ୍ୟ ଜୀବନରେ ଭୋଗ ବିଳାସ ଜୀବନଯାପନ କୁ ଏଡ଼ାଇ ରାଜଯୋଗ ମାଧ୍ଯମରେ ନିଜକୁ ଉତ୍ସର୍ଗୀକୃତ ହୋଇ ସାରସ୍ଵତ ସାଧନାରେ ବ୍ରତୀ ହେବାକୁ ସମାଜର ସମସ୍ତ ଜନସଧାରଣ ଙ୍କୁ ଦାଦି ଜାନକୀ ଆହ୍ବାନ ଦେଇଥିଲେ । ଗୁରୁବାର ଏହି ଅବସରରେ ବିଧିବଦ୍ଧ କାର୍ଯ୍ୟକ୍ରମରେ ସମାଜସେବୀ କେ. ଚନ୍ଦ୍ରଶେଖର ରେଡ୍ଡୀ ଯୋଗଦେଇ ଏହି ସ୍ମୁତିଚାରଣ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲା କ୍ରିଷ୍ଣା ଭାଈ, ରଜନୀକାନ୍ତ ଭାଈ ସକ୍ରୀୟ ସହଯୋଗ କରିଥିଲେ । ଶାଖା ସଞ୍ଚାଳିକା ରାଜା ଯୋଗିନୀ ବ୍ରହ୍ମା କୁମାରୀ ବିଜୟଲକ୍ଷ୍ମୀ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *