ଏଚଆଇଭି ଓ ଏଡ଼ସ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର —ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ରେଡ୍ ରିବନ୍ କ୍ଲବ୍ ଓ ଜୁନିଅର ରେଡ କ୍ରସର ମିଳିତ ଆନୁକୂଲ୍ୟରେ ଏଚ୍ଆଇଭି ଓ ଏଡ଼ସ୍ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାମ୍ପ୍ରତିକ ସମାଜରେ ଦିନକୁ ଦିନ ଏଡ଼ସ୍ ମହାମାରୀ କାୟା ବୃଦ୍ଧି ପାଉଛି,ଯାହାକି ସମଗ୍ର ମାନବ ଜାତି ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି l ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା କୁ ଦୃଷ୍ଟିରେ ରଖି ଏଚ୍ଆଇଭି ଓ ଏଡ଼ସ୍ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମନୋରଂଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କଣ୍ଟାମାଳ ପଞ୍ଚାୟତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଅଧ୍ୟାପକ ସମୀର ମେହେର ଓ ସମ୍ମାନୀତ ଅତିଥି ଭାବେ ପ୍ରାଣୀବିଜ୍ଞାନ ଅଧ୍ୟାପିକା ମଧୁସ୍ମିତା ନନ୍ଦ ଯୋଗଦେଇଥିଲେ। HIV ଭୁତାଣୁ ଦ୍ଵାରା ସୃଷ୍ଟି ହେଉଥିବା ଏଡ଼ସ ଭୟାବହତା ତଥା ଏହାର ଲକ୍ଷଣ ଓ ନିରାକରଣ ନିମନ୍ତେ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଉପରେ ନିମନ୍ତ୍ରିତ ଅତିଥି ମାନେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଜୁନିଅର୍ ରେଡ଼କ୍ରସ୍ ପରାମର୍ଶଦାତା ବନମାଳୀ ମେହେର ସଂଯୋଜନା କରିଥିଲେ । ଛାତ୍ରଛାତ୍ରୀ ମାନେ JRC କ୍ଲାପ ମାଧ୍ୟମରେ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ l ପରିଶେଷରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଏହି ଏକ ଦିବସୀୟ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ହେମବନ୍ତି ବାଘ, ଶିକ୍ଷକ ଆଲୋକ ପରଡିଆ,ସତ୍ୟଜିତ ପଣ୍ଡା,ସରୋଜ ସାହୁ,ଦୁଷ୍ମନ୍ତ ବିଶ୍ଵାଳ,ଶିକ୍ଷୟିତ୍ରୀ ମୀରାବାଈ ଧରୁଆ,ଗୀତାଞ୍ଜଳି ସାହୁ,ସୁପ୍ରିୟା ପ୍ରିୟଦର୍ଶିନୀ , ଦେବସ୍ରିତ ପ୍ରଧାନ,ବୀରଭଦ୍ର ମିଶ୍ର ଓ କର୍ମଚାରୀ ନିଲିମା ପ୍ରଧାନ,ମନୋଜ୍ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।ପରିଶେଷରେ ଶିକ୍ଷକ ସୁଜିତ୍ କୁମାର ତରିଆ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର