November 19, 2025
Home » ସୋନପୁର ବିଧାୟକ ଓ ତାଙ୍କ ନିକଟ ସମ୍ପର୍କୀୟ ଗୋରୁ ବେପାର ରେ ସମ୍ପୃକ୍ତି ନେଇ ସି ବି ଆଇ ତଦନ୍ତ ଦାବି l

ସୋନପୁର ବିଧାୟକ ଓ ତାଙ୍କ ନିକଟ ସମ୍ପର୍କୀୟ ଗୋରୁ ବେପାର ରେ ସମ୍ପୃକ୍ତି ନେଇ ସି ବି ଆଇ ତଦନ୍ତ ଦାବି l

0
WhatsApp Image 2025-04-02 at 4.11.30 PM

ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ଗୋ ଓ ଗୋଚର ସୁରକ୍ଷା ମଞ୍ଚ ଆବାହକ ପ୍ରମୋଦ କୁମାର ମହାପାତ୍ର ଙ୍କ ନେତୃତ୍ୱ ରେ ଶହ ଶହ ଗୋ ମାତା ରକ୍ଷକ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ରେ ବସିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ରାମପୁର ସାପ୍ତାହିକ ଗୋରୁ ବଜାର ରୁ ବେଆଇନ ଭାବେ ଗୋରୁ ଚାଲାଣ ରେ ଲିପ୍ତଥିବା ବ୍ୟକ୍ତି ବିଶେଷ ଓ ରାଜନେତା ଙ୍କ ବିରୁଦ୍ଧରେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି ସମ୍ପର୍କ ରେ ଏକ ଦାବୀ ପତ୍ର ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରିଛନ୍ତି।

ଉପସ୍ଥିତ ଗୋ ରକ୍ଷକ ଙ୍କ କହିବା ଅନୁଯାୟୀ ସମ୍ବଲପୁର ରେ ଅଟକ ହୋଇଥିବା ୪ ଗୋରୁ ବେପାରୀ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ରାମପୁର ଅଞ୍ଚଳ ର ଓ ସୁବର୍ଣ୍ଣପୁର ଜିଲ୍ଲା ର ବିଧାୟକ ତଥା ପୂର୍ବ ସରକାର ରେ ମନ୍ତ୍ରୀ ଥିବା ବିଜେଡି ଦଳ ର ଶ୍ରୀ ନିରଞ୍ଜନ ପୁଝାରୀ ଙ୍କ ସହ ଘନିଷ୍ଠ ସମ୍ପର୍କ ରହିଛି।ଶ୍ରୀ ପୁଝାରୀ ଙ୍କ କାର୍ଯ୍ୟାଳୟ ପାଖ ରେ ଗୋରୁ ବଜାର ଥିବା ବେଳେ ଏ ନେଇ ସମ୍ପୃକ୍ତି ଥିବା ସନ୍ଦେହ ଘନୀ ଭୂତ ହେଉଥିବାରୁ ସି ବି ଆଇ ତଦନ୍ତ ଦାବି କରି ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ଦାବୀ ପାତ୍ର ପ୍ରଦାନ କରିଛନ୍ତି ଗୋସୁରକ୍ଷା ମଞ୍ଚର ସଦସ୍ୟ। ଆଜି ର ଏହି ଧାରଣା ରେ ପ୍ରମୋଦ ମହାପାତ୍ର,ଦୀପକ ମହାପାତ୍ର,ସନ୍ଦୀପ ମେହେର, ସୁକାନ୍ତ ସାହୁ, ସୁରେଶ ବିଶ୍ବାଲ, ସୁରୁ ବାବୁ ସାହୁ, ଅନନ୍ତ ମିଶ୍ର, ଶ୍ରୀକାନ୍ତ ପାଣିଗ୍ରାହୀ, ଟୁକୁନ ସାହୁ, ମିଥୁନ ସାହୁ, ବାବୁଲୁ ସାଗର, ବିକ୍ରମ କେଶରୀ ମିଶ୍ର, ଦେବାଶିଷ ପୁଝାରୀ, ରିଙ୍କୁ ପଣ୍ଡା, ପ୍ରଶାନ୍ତ ତରିଆ, ନବକୃଷ୍ଣ ଦନ୍ତା ଙ୍କ ସହ ଆଇନଜୀବୀ ପ୍ରଫୁଲ୍ଲ ମେହେର, ମୁଧୁ ସୁଦନ ମିଶ୍ର, ପର୍ଶୁରାମ ମିଶ୍ର, ପ୍ରଫୁଲ୍ଲ ସାହୁ, ରଶ୍ମି ରଂଜନ ଦାଶ ପ୍ରମୁଖ ଯୋଗଦାନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ର ବିଭିନ୍ନ ବ୍ଲକ୍ ରୁ ମଧ୍ୟ ଶହ ଶହ ସଦସ୍ୟ ଏହି ଧାରଣା ରେ ସାମିଲ ହୋଇଥିଲେ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *