November 19, 2025
Home » ମହୁଲବାହାଲି ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ, ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ l

ମହୁଲବାହାଲି ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ, ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ l

0
WhatsApp Image 2025-04-03 at 8.17.56 AM

ସୁବର୍ଣ୍ଣପୁର —- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ୍ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ମହୁଲବାହାଲି ଠାରେ ବାର୍ଷିକ ଉତ୍ସବ ଏବଂ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋଭ ରଂଜନ ମାଲି, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୁର୍ଗାଚରଣ ପ୍ରଧାନ,ସରପଞ୍ଚ ରଂଜୁ ବେହେରା, ୱାର୍ଡ ମେମ୍ବର ନକୁଳ ବାଘ, ପଞ୍ଚସଖା ସେତୁ ର ସଭାପତି ହେମନ୍ତ ମହାକୁଡ଼,ମନମୁଣ୍ଡା କ୍ଲଷ୍ଟର ସି.ଆର୍ .ସି.ସି. ପ୍ରଜୀଣା ପାଢୀ, ବିଦ୍ୟାଳୟ ପରିଚାଳନା କମିଟୀର ସଭାପତି ସୁରୁବାବୁ ମହାକୁଡ଼, ଅଂଗନୱାଡ଼ି କର୍ମୀ ଜ୍ୟୋତ୍ସ୍ନାମୟୀ ମିଶ୍ର, ଗ୍ରାମ ର ବୟୋଜ୍ୟେଷ୍ଠ ଦାଶରଥି ଭୋଇ, ପଞ୍ଚାନନ ମହାକୁଡ଼ ଯୋଗ ଦେଇଥିଲେ l

ଏହି ସଭାର ଆଭିମୁଖ୍ୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ପାଣ୍ଡେ ପାଠ କରିଥିଲେ । ମଞ୍ଚ ପରିଚାଳନା ସହ ଶିକ୍ଷୟିତ୍ରୀ ସ୍ବପ୍ନା ଶର୍ମିଷ୍ଟା ମିଶ୍ର କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଗ୍ରାମ ର ମହିଳା କୀର୍ତ୍ତନ ମଣ୍ଡଳୀ ଦ୍ୱାରା ଭଜନ ପରିବେଷଣ କରାଯାଇ ଥିଲା ।କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ୍ ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟୀ ଓ ଅଭିଭାବକ ମାନଙ୍କ ସଂପୂର୍ଣ୍ଣ ସହଯୋଗ ରହିଥିଲା। ଶେଷରେ ସହ ଶିକ୍ଷୟିତ୍ରୀ ସ୍ୱପ୍ନା ଶର୍ମିଷ୍ଟା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *