ବଉଳସିଂହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ପାଳିତ

ସୁବର୍ଣ୍ଣପୁର —ଗୁରୁବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଦପଲା କ୍ଲଷ୍ଟରର ବଉଳସିଂହା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ସକାଳ ୮ଘଣ୍ଟା ସମୟରେ ମାଁ ମାହେଶ୍ୱରୀ ଙ୍କ ପୀଠରୁ ମଶାଲ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିଥିଲା । ଅପରାହ୍ନ ୪ଘଣ୍ଟା ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦିଲୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ରଥମ ଅଧିବେଶନରେ ମୁଖ୍ୟଅତିଥି ଭାବେ ଦପଲା ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ରଙ୍ଗାଧର ଝାଙ୍କର ଓ ସମ୍ମାନିତ ଅତିଥି ଭାବେ ଶ୍ରୀ କୁଳମଣି ଡାଙ୍ଗ,କ୍ଲଷ୍ଟର ସି.ଆର୍ .ସି.ସି ଶ୍ରୀମନ୍ତ କହଁର,ଶ୍ରୀ କୁଶ ପ୍ରଧାନ, ଶ୍ରୀ ନବୀନ ନାଏକ ଓ ଶ୍ରୀଦୁଃଶାସନ ମହାକୁଡ଼ ମଞ୍ଚାସିନ ହୋଇ ନିଜନିଜ ବକ୍ତବ୍ୟ ରଖିଥିଲେ l
ସନ୍ଧ୍ୟା ୬ଘଣ୍ଟା ସମୟରେ ଦ୍ଵିତୀୟ ଅଧିବେଶନ ଆରମ୍ଭ ହୋଇଥିଲା । ପ୍ରଧାନଶିକ୍ଷକ ଦିଲୀପ କୁମାର ମହାନ୍ତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଉପାଧ୍ଯକ୍ଷ ଶ୍ରୀ ଶଙ୍କର୍ଷଣ ପ୍ରଧାନ, ମୁଖ୍ୟବକ୍ତା ଭାବେ କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅଶୋଭ ରଂଜନ ମାଳି ,ସମ୍ମାନିତ ଅତିଥି ଭାବେ ଶ୍ରୀବୈଦ୍ୟନାଥ ହୋତା, ଶ୍ରୀ ଭାର୍ଜନ କୁମାର ପ୍ରଧାନ; ଶ୍ରୀମତୀ ସସ୍ମିତା ପୁରୋହିତ ,ଶ୍ରୀ ଗୋବିନ୍ଦ ମହାକୁଡ଼ ମଞ୍ଚାସିନ ହୋଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଶିକ୍ଷକ କେଶବ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ଶ୍ରିକ୍ଷକ/ଶିକ୍ଷୟିତ୍ରୀ ଶ୍ରୀ ରାଜୀବ କୁମାର ସାହୁ, ଶ୍ରୀଲିଙ୍ଗରାଜ ତାଣ୍ଡିଆ ଓ ଶ୍ରୀମତି ଗିତାଞ୍ଜଳୀ ବେହେରା ସହଯୋଗ କରିଥିଲେ I ଏହି ଅବସରରେ ଶ୍ରୀଜୟକୃଷ୍ଣ ଚଉଲିଆ ,ଶ୍ରୀ ଦୀପକ କୁମାର ସାହୁ ଏବଂଶ୍ରୀ ବୈଦ୍ୟନାଥ ହୋତା ଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା ! ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ମଞ୍ଚସ୍ଥ ହୋଇଥିଲା ନାଟକ— ଘାଏ ଆଏତ କାଏଁ ,ଯାହାକୁ ରଚନା କରିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀ ଦିଲୀପ କୁମାର ମହାନ୍ତି । ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଶିତ ନୃତ୍ୟ / ଗିତ ଓ ନାଟକକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର