July 7, 2025
Home » ଓଡିଆ ପକ୍ଷ ” ପାଳନ ଅବସରରେ ଶନିବାର ଦିନ ସକାଳେ ଏକ ଗଣଦୌଡର କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଆ ପକ୍ଷ ” ପାଳନ ଅବସରରେ ଶନିବାର ଦିନ ସକାଳେ ଏକ ଗଣଦୌଡର କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2025-04-05 at 11.10.34 AM

ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ଦିବସ (୧ ଏପ୍ରିଲ ) ଠାରୁ ମହାବିଷୁବ ସଙ୍କ୍ରାନ୍ତି (୧୪ ଏପ୍ରିଲ ) ପର୍ଯ୍ୟନ୍ତ ସମୟକୁ “ଓଡିଆ ପକ୍ଷ ୨୦୨୫” ଭାବେ ପାଳନ ଅବସରରେ ୦୫.୦୪.୨୦୨୫ ତାରିଖ ଶନିବାର ଦିନ ସକାଳେ ଏକ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ କ୍ରୀଡା ଓ ଯୁବ ସଚେତନତା ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଦ୍ବାରା ୦୫/୦୪/୨୫ ତାରିଖ ସକାଳ ୦୫.୩୦ ସମୟରେ ରାୟଗଡ଼ା ସହରରେ ସ୍ଥିତ କାଳୀ ମନ୍ଦିର ଛକ ଠାରୁ ସଦଭାବନା ସ୍ପୋର୍ଟସ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଏକ ଗଣଦୌଡର ଆୟୋଜନ କରାଯାଇଥିଲା ।
ଅଂଶଗ୍ରହଣକାରୀଙ୍କ ପ୍ରଥମେ ପଞ୍ଜିକରଣ ପରେ ଐତିହ ଗଣ ଦୌଡ (ୱାକାଥନ) ପ୍ରାରମ୍ଭ ହୋଇଥିଲା। ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ତତ୍ତ୍ଵାବଧାନରେ ଡି ଆଇ ପି ଆର ଓ , ଡି ସି ଓ ଙ୍କ ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଆଦିଥିଭାବେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଯୋଗ ଦେଇ ଗଣଦୌଡର ମୁଖ୍ୟ ଉଦ୍ଦେଶ୍ୟ ଓ ଉପକାରିତା ବିଷୟରେ ନିଜ ବକ୍ତବ୍ୟ ରଖିଥିଲେ ।
ଉକ୍ତ ଗଣଦୌଡ କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବ କାଳୀ ମନ୍ଦିର ଛକ ଠାରୁ ଆରମ୍ଭ ହୋଇ ସଦଭାବନା ସ୍ପୋର୍ଟସ କମ୍ପ୍ଲେକ୍ସ -ରାୟାଗଡା ଆର.ଟିଓ ଅଫିସ୍ -ସରସ୍ୱତୀ ଶିଶୁ ମନ୍ଦିର – ପ୍ରେମ ପାହାଡା – ଲାଇଂସକ୍ଲବ ଦେଇ ପରିଶେଷରେ ରାୟଗଡାର ସଦଭାବନା ସ୍ପୋର୍ଟସ କମ୍ପ୍ଲେକ୍ସ ସମାପ୍ତ ହେଇଥିଲା । ତାପରେ ଉତ୍ସବଟି ଉଦଯାପନ ସହ ସମସ୍ତ ଅଂଶଗ୍ରହଣକାରୀ ସକାଶେ ଜଳପାନର ବ୍ୟବସ୍ଥା କରାଯାଇଥିଲା ।।
ଉକ୍ତ ଗଣଦୌଡର କାର୍ଯ୍ୟକ୍ରମରେ ଏଡିଏମ, ପିଏ ଆଇ ଟି ଡି ଏ ଓ କର୍ମକର୍ତ୍ତା ବୃନ୍ଦ,ଡି ଆଇ ପି ଆର ଓ ସହ କର୍ମକର୍ତ୍ତା ବୃନ୍ଦ, ଡି ସି ଓ ସହ କର୍ମକର୍ତ୍ତା ବୃନ୍ଦ,କ୍ରୀଡାବିତ୍, ୱାକର୍ଶ କ୍ଲବ ସଦସ୍ୟମାନେ,ବୁଦ୍ଧିଜୀବୀ,ଜନସାଧାରଣ,ଉମେନ୍ସ କଲେଜର ବିଦ୍ୟାର୍ଥୀମାନେ,ମହାବିଦ୍ୟାଳୟର ବିଦ୍ୟାର୍ଥିମାନେ ଯୋଗଦାନ କରିଥିଲେ ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *