July 5, 2025
Home » ଓଡିଆ ପକ୍ଷ ପାଳନ ଅବସରରେ  କଟକ ଏସ ସି ବି ମେଡିକାଲ କଲେଜ ହସ୍ପିଟାଲ ରକ୍ତ କେନ୍ଦ୍ରରେ ରକ୍ତଦାନ ଅଭିଯାନ

ଓଡିଆ ପକ୍ଷ ପାଳନ ଅବସରରେ  କଟକ ଏସ ସି ବି ମେଡିକାଲ କଲେଜ ହସ୍ପିଟାଲ ରକ୍ତ କେନ୍ଦ୍ରରେ ରକ୍ତଦାନ ଅଭିଯାନ

0
WhatsApp Image 2025-04-09 at 8.48.25 AM

ଓଡିଆ ପକ୍ଷ ପାଳନ ଅବସରରେ ଆଜି କଟକ ଏସ ସି ବି ମେଡିକାଲ କଲେଜ ହସ୍ପିଟାଲ ରକ୍ତ କେନ୍ଦ୍ରରେ ରକ୍ତଦାନ ଅଭିଯାନ ଶିବିର ଆୟୋଜିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ୧୮୦ ୟୁନିଟ ରକ୍ତ ସଂଗୃହିତ ହୋଇଛି। ରକ୍ତଦାନ ଜୀବନ ଦାନ ସହ ସମାନ । ରକ୍ତ ବିନା ମଣିଷ ବଂଚିପାରିବ ନାହିଁ । ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଆ ପକ୍ଷ ଅବସରରେ ଆଜିର ଦିବସକୁ ରକ୍ତଦାନ ଅଭିଯାନ ଭାବେ ପାଳନ କରାଯାଇଛି । ରକ୍ତଦାନ କିପରି ଅମୁଲ୍ୟ ଜୀବନକୁ ବଂଚାଇବାରେ ସାହାଯ୍ୟ କରିଥାଏ ଏହି ଅବସରରେ ରକ୍ତକେନ୍ଦ୍ରର କର୍ମଚାରୀମାନେ ସଚେତନତା ସୃଷ୍ଟି କରିଥିଲେ । ଗ୍ରୀଷ୍ମଋତୁରେ ସାଧାରଣତଃ ରକ୍ତ ସଂକଟ ସୃଷ୍ଟି ହୋଇଥାଏ ।


ବିଶେଷ କରି ଥାଲାସେମିଆ ରୋଗୀ,ଦଃୁର୍ଘଟଣାରେ ପିଡିତ ବ୍ୟକ୍ତି,କର୍କଟରୋଗୀ,ଗର୍ଭବତୀ ପ୍ରସୂତୀ ମହିଳା ମାନଙ୍କ ପାଇଁ ରକ୍ତର ଆବଶ୍ୟକତା ପଡିଥାଏ । ଏଣୂ ଜିଲା ରକ୍ତକେନ୍ଦ୍ରରେ ରକ୍ତ ସଂକଟ ଏଡାଇବା ପାଇଁ ରକ୍ତଦାନ ଶିବିର ଆୟୋଜିତ ହୋଇଥାଏ । ଚଳିତବର୍ଷ ରାଜ୍ୟ ସରକାରଙ୍କ ଆହ୍ୱାନକ୍ରମେ ଆୟୋଜିତ ରକ୍ତଦାନ ଅଭିଯାନ କାର୍ଯ୍ୟକ୍ରମ ଆବଶ୍ୟକ ରକ୍ତସଂକଟ ଦୂର କରିବାରେ ସହାୟକ ହୋଇପାରିଛି ବୋଲି ମତପ୍ରକାଶ ପାଇଛି । ପ୍ରଫେସର ସ୍ମିତା ମହାପାତ୍ର, ବିଭାଗୀୟ ମୁଖ୍ୟ, ଟ୍ରାନ୍ସଫ୍ୟୁଜନ ମେଡ଼ିସିନ ଏବଂ ଆସୋସିଏଟ ପ୍ରଫେସର ଡାକ୍ତର ସୁମିତ୍ରା ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିବିର ପରିଚାଳିତ ହୋଇଥିଲା। ରକ୍ତ କେନ୍ଦ୍ରର କର୍ମଚାରୀ ମାନେ ଶିବିର ପରିଚାଳନା କରିବାରେ ସହଯୋଗ କରିଥିଲେ ।

କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *