September 6, 2026
Home » ଏଫସିଆଇ ଚାଷୀଙ୍କ ଚାଉଳ କ୍ରୟ ନକରିବା ନେଇ ସେଠାକାର ସାଂସଦଗଣ ନୀରବ କାହିଁକି?

ଏଫସିଆଇ ଚାଷୀଙ୍କ ଚାଉଳ କ୍ରୟ ନକରିବା ନେଇ ସେଠାକାର ସାଂସଦଗଣ ନୀରବ କାହିଁକି?

0
WhatsApp Image 2026-09-06 at 6.05.40 PM

 

ପଶ୍ଚିମ ଓଡିଶା ରାଜ୍ୟର ଭାତହାଣ୍ଡି, ଚାଉଳ କ୍ରୟ ନକରିବା କଣ ଚାଷୀଙ୍କୁ ନ୍ୟାୟ

ଆସନ୍ତା ସେପ୍ଟେମ୍ବର 15 ରୁ ନଭେମ୍ବର 15 ରାଜ୍ୟବ୍ୟାପୀ କିଷାନ କଂଗ୍ରେସର ପ୍ରତିବାଦ କାର୍ଯ୍ୟକ୍ରମ

ଭୁବନେଶ୍ୱର ; 6 ସେପ୍ଟେମ୍ବର “ଏଫସିଆଇ ଆମ କଥା ଶୁଣୁନି” ତେଣୁ ଚାଉଳ ଉଠୁନି ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ମନ୍ତବ୍ୟ ରାଜ୍ୟ ସରକାରଙ୍କ ଅପାରଗତାର ପରିଚୟ ଏବଂ ଏହା ତଥା କୃଷକଙ୍କ ଦୁଃଖ କଷ୍ଟକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ଓପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ, କିଷାନ କଂଗ୍ରେସ ଅଧ୍ୟକ୍ଷ ଅଭୟ ସାହୁ ଏବଂ କଂଗ୍ରେସ ସମବାୟ ପ୍ରକୋଷ୍ଠ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ରାଜ୍ୟ ସରକାରଙ୍କ କୃଷକଙ୍କ ପ୍ରତି ହେଉଥିବା ଅବିଚାର ବିଷୟରେ ନିଜ ନିଜ ପ୍ରତିକ୍ରିୟା ପ୍ରକାଶ କରିଥିଲେ l
ସମ୍ମିଳନୀରେ ନିଜ ପ୍ରତିକ୍ରିୟା ଉପସ୍ଥାପନ କରି ଓପିସିସି ଉପସଭାପତି ଶ୍ରୀ ପଟ୍ଟନାୟକ କହିଲେ, ଡବଲ ଇଞ୍ଜିନ ସରକାର ହେଲେ ରାମରାଜ୍ୟ ଗଠନ ହେବ ବୋଲି କହିଥିବା ସରକାର କ୍ଷମତାକୁ ଆସିଲା ପରେ କେନ୍ଦ୍ର ଆମକୁ ଉପେକ୍ଷା କରୁଛି ବୋଲି କହିବା, ସାଧାରଣ ଜନତାଙ୍କ ସହ ବିଶ୍ୱାସଘାତ ସଦୃଶ୍ୟ l ଏଫସିଆଇ ଚାଉଳ ଉଠାଉନି ଏବଂ ଆମ କଥାକୁ ଏଫସିଆଇ ବେଖାତିର କରୁଛି ବୋଲି ଯୋଗାଣ ମନ୍ତ୍ରୀ ସର୍ବ ସମ୍ମୁଖରେ କହିବା ଡବଲ ଇଞ୍ଜିନର ମୁଖା ଖୋଲି ଦେଇଛି l ଏଥିରୁ ସ୍ପଷ୍ଟ କେନ୍ଦ୍ର କେବଳ ଡବଲ ଇଞ୍ଜିନରାଜ୍ୟକୁ ଶୋଷଣ କରିବା ପାଇଁ ବ୍ୟବହାର କରୁଛି l
ପଶ୍ଚିମାଞ୍ଚଳ ଓଡ଼ିଶାର ଭାତହାଣ୍ଡି, ତେବେ ସେଠାରେ କୃଷକଙ୍କ ଧାନ ବିକ୍ରୀ ନହୋଇ ପଡି ରହିବା ପରିତାପର ବିଷୟ କିନ୍ତୁ ପଶ୍ଚିମାଞ୍ଚଳର ସାଂସଦ ଏହି ବିଷୟକୁ ନେଇ ଚୁପ ରହିବା କୃଷକଙ୍କ ପାଇଁ ଅତ୍ୟନ୍ତ ଦୁଃଖର ବିଷୟ l ଜନତା ଭୋଟ ଦେଇ ନିର୍ବାଚିତ କରିଛନ୍ତି ତାଙ୍କ ଅସୁବିଧା ସମୟରେ ପ୍ରତିନିଧିଗଣ ନୀରବ ରହିବା ବିଜେପି ଦଳର ପ୍ରକୃତ ପରିଚୟ ଏବଂ ଏହା ରାଜ୍ୟବାସୀ ଜାଣି ରଖିବା ଉଚିତ ବୋଲି ଡ: ପଟ୍ଟନାୟକ କହିଥିଲେ l
ଅନ୍ୟ ପକ୍ଷରେ କିଷାନ ସେଲ ଅଧ୍ୟକ୍ଷ ଶ୍ରୀ ସାହୁ ଘୋଷଣା କରିଛନ୍ତି ଯେ, ଚାଷୀଙ୍କ ସୁରକ୍ଷା ବିଫଳତା, ଚାଉଳ ନ ଉଠିବା ପୁଣି ଖରିଫ ଋତୁର ଚାଉଳ କେମିତି ଉଠିବ ଆଦି ପ୍ରସଙ୍ଗକୁ ନେଇ କିଷାନ କଂଗ୍ରେସ ଆସନ୍ତା ସେପ୍ଟେମ୍ବର 15 ରୁ ନଭେମ୍ବର 15 ଗୋଟିଏ ମାସଧରି ପ୍ରତି ଜିଲ୍ଲାରେ 2 ଦିନ ଲେଖାଏଁ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l
ସମବାୟ ପ୍ରକୋଷ୍ଠ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କୃଷକଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ନେଇ କଡା ସମାଲୋଚନା କରି କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାରଙ୍କ ଯୋଗୁଁ ଆଜି ରାଜ୍ୟର ଚାଷୀ ଡବଲ ଅସୁବିଧା ଓ ଦୁଃଖର ସମ୍ମୁଖୀନ ହେଉଛନ୍ତି l ଗୋଟିଏ ପଟେ ଏମଏସପି ବୃଦ୍ଧି କରିଛନ୍ତି କିନ୍ତୁ ଅନ୍ୟ ପଟରେ ଚାଷୀଙ୍କ ଧାନ କିଣୁ ନାହାନ୍ତି l ଏମଏସପି ବୃଦ୍ଧି ଯୋଗୁଁ କୃଷକ ଯେତିକି ଲାଭବାନ ହେବାକଥା ତାହା ନ ହୋଇ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି l ସରକାର ଏମଏସପିକୁ ଆଜି ପର୍ଯ୍ୟନ୍ତ ନିୟମ କରି ପାରିଲେ ନାହିଁ ଏଥିରୁ କୃଷକ ପାଇଁ ସରକାରଙ୍କ ଅଭିସନ୍ଦି ଯେ ମନ୍ଦ, ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ lଆଜିର ସାମ୍ୱାଦିକ ସମ୍ମିଳନୀରେ ଓପିସିସି ସାଧାରଣ ସମ୍ପାଦକ ବିଶ୍ୱଜିତ ଦାଶ ମଧ୍ୟ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *