ସଡ଼କ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ କରି ସାତ ଜଣଙ୍କୁ ନୂଆ ଜୀବନ ଦେଲେ
ସଡ଼କ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଅଙ୍ଗଦନ କରି ସାତ ଜଣଙ୍କୁ ନୂଆ ଜୀବନ ଦେଲେ ମୃତ ପରିବାର ସଦସ୍ୟ । ଏପରି ଏକ ମହତ୍ କାର୍ଯ୍ୟ କରି ପ୍ରଶଂସାର ଚର୍ଚ୍ଚିତ ହୋଇଛନ୍ତି ବାପାମାଆ ଛେଉଣ୍ଡଙ୍କ ଭଉଣୀ ଓ ଭେଣଈ ।
ସୂଚନା ମୁତାବକ କୋରାପୁଟ ଜିଲ୍ଲା ସୁନାବେଡ଼ାର ଡିପି କ୍ୟାମ୍ପ୍ର ବାସି ଆଶିଷ କୁମାର ଛୁଆଳସିଂ ଆଇଟିଆଇ ଫିଟର୍ ପଢ଼ା ଶେଷ କରି ହେଚଏଏଲ୍ ରେ ଆପ୍ରେଣ୍ଟିସିପ୍ କରୁଥିବା ବେଳେ ଆଶିଷ ଭଉଣୀ ସସ୍ମିତା ଓ ଭିଣୋଇ ଅମିତ ପ୍ରଧାନଙ୍କ ପାଖରେ ରହି ଆସୁଥିଲେ। ହେଲେ ଆଶିଷ ତାଙ୍କ ମଟରସାଇକେଲରେ କୌଣସି କାମରେ ଯାଉଥିବା ସମୟରେ ଏପ୍ରିଲ୍ ୧ ତାରିଖ ସକାଳ ପ୍ରାୟ ୭ଟାରେ ସୁନାବେଡା ବି ଜୋନ୍ ଗୋଲେଇ ଛକ ନିକଟରେ ଗୋଟିଏ କାର ସହ ତାଙ୍କ ବାଇକକୁ ଧକ୍କା ଦେବା ଫଳରେ ସେ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କୁ ପ୍ରଥମେ ହାଲ୍’ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ସଙ୍କଟାପନ୍ନ ଥିବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ଓ ପରେ ବିଶାଖାପାଟଣାର ଏକ ଘରେଇ ହସ୍ପିଟାଲରେ ଚିକିତ୍ସିତ ହେବା ସତ୍ବେ ପରିଶେଷରେ ୫ ତାରିଖ ବିଳମ୍ବିତ ରାତିରେ ଆଶିଷଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।

ଏହାପରେ ମୃତ ଆସିଶଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ମୃତକଙ୍କ ଅଙ୍ଗଦାନ ସକାଶେ ପରାମର୍ଶ କ୍ରମେ ଭଉଣୀ ସସ୍ମିତା ଓ ଭିଣୋଇ ଅମିତ ପ୍ରଧାନ ରାଜି ହେବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଆଶିଷଙ୍କ ହୃତ୍ପିଣ୍ଡ, ବୃକ୍କ, ଯକୃତ, ଫୁସ୍ଫୁସ୍ ଓ ଅଗ୍ନାଶୟ ଭଳି ଅଙ୍ଗକୁ ବାହାର କରି ଚେନ୍ନାଇ, ବେଙ୍ଗାଲୁରୁ, ବିଶାଖାପାଟଣା ସମେତ ଅନ୍ୟ ରାଜ୍ୟର ସାତ ଗୁରୁତର ରୋଗୀଙ୍କୁ ଅଙ୍ଗଦାନ କରି ନୂତନ ଜୀବନ ଦେଇଥିବା ବେଳେ ଏପରି ଏକ ମହତ୍ତ କାର୍ଯ୍ୟ ପାଇଁ ଭଉଣୀ ଓ ଭେନେଇଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ସହ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି । ମୃତ ଆସିଶଙ୍କ ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଧମରେ ହୋଇଥିବା ବେଳେ ଆସିସ ଙ୍କ ମୃତ୍ୟୁ ନେଇ ପରିବାର ବର୍ଗ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡିଛନ୍ତି।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଅରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
