ଦୁର୍ଘଟଣା ଜନିତ କ୍ଷତିପୂରଣ ମିଳିବାରେ ବିଳମ୍ବ ଯୋଗୁଁ ଅସନ୍ତୋଷ l

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ର ମର୍ମନ୍ତୁଦ ଦୁର୍ଘଟଣା କୁ ଆଜି ୧୫ ଦିନ ପୁରିଛି।ଆଜି ନବନିର୍ମାଣ କୃଷକ ସଂଗଠନ ଓ ଉଲୁଣ୍ଡା ଯୁବ ମହାସଂଘ ର ଏକ ପ୍ରତିନିଧି ଦଳ ଉପ ଜିଲ୍ଲାପାଳ ବୀରମହାରାଜପୁର ଙ୍କ ଉପସ୍ଥିତି ରେ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରିଥିଲେ । ପ୍ରଥମେ ଉଭୟ ଏକ ବୈଠକ ରେ ଥିବା ଯୋଗୁଁ ତାଙ୍କ ନିର୍ଦ୍ଦେଶ ରେ କନିଷ୍ଠ ଅଧିକାରୀ ମାନଙ୍କୁ ଦୁର୍ଘଟଣାର କ୍ଷତି ପୂରଣ(ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ) ବାବଦ ରେ ପଚାରି ବୁଝିଥିଲେ ପ୍ରତିନିଧି ମାନେ। ସେମାନେ କିନ୍ତୁ କହିଥିଲେ ଆମ ପାଖକୁ ଏ ସଂକ୍ରାନ୍ତ ରେ କିଛି ଅଭିଯୋଗ ଏ ଯାଏଁ ପହଞ୍ଚି ନାହିଁ। ସୂଚନାଯୋଗ୍ୟ ଯେ ଗତ ୨୯ ମାର୍ଚ୍ଚ ରୁ ଉଲୁଣ୍ଡା ଯୁବ ମହାସଂଘ ପକ୍ଷ ରୁ ଏ ସଂକ୍ରାନ୍ତ ରେ ବିଡିଓ ଙ୍କୁ ଲିଖିତ ଅଭିଯୋଗ ଦିଆ ଯାଇଥିଲା। ସେ ଗ୍ରହଣ କରି ଜିଲ୍ଲାପାଳ ଙ୍କୁ ପଠାଇ ଦେଉଛି ବୋଲି କହିଥିଲେ। ଏହା ସତ୍ତ୍ୱେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଆପାତକାଳୀନ ଅଧିକାରୀ ଯିଏ ରିଲିଫ ଫଣ୍ଡ କଥା ବୁଝନ୍ତି କିଛି ଜାଣି ନଥିବା କହିବାରୁ ତର୍କ ବିତର୍କ ଆରମ୍ଭ ହୋଇଥିଲା। ଏହା ପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ ଆଞ୍ଚଳିକ ଲୋକ ଯେତେବେଳେ ବିଧାୟକ ଇଂ.ରଘୁନାଥ ଜଗଦଲା ଙ୍କୁ ଏ ସଂକ୍ରାନ୍ତ ରେ କହିଥିଲେ ସେ କହିଥିଲେ ଏହା ମୋ ଦ୍ଵାରା ହୋଇ ପାରୁଥିବା କାମ ନୁହଁ ଏହା ଜିଲ୍ଲାପାଳ କରିବେ ଓ ମୁଁ କହିଦେଇଛି l ଏହା ତହସିଲଦାର ଜିଲ୍ଲାପାଳ ଙ୍କ ଜରିଆରେ ଏହି ପ୍ରକ୍ରିୟା ଙ୍କୁ ଆରମ୍ଭ କରିବେ। ତେବେ ଆଜି ପର୍ଯ୍ୟନ୍ତ ସାମାନ୍ୟ ଚିଠି ପହଞ୍ଚିନଥିବାରୁ ବିଧାୟକ ଓ ବିଡିଓ ଉଭୟ ଠକ ବୋଲି ନବନିର୍ମାଣ ସଂଗଠନ ର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ପାଢ଼ୀ କହିଥିଲେ। ଉଲୁଣ୍ଡା ଯୁବ ମହାସଂଘ ତରଫ ରୁ ମହେଶ ରଞ୍ଜନ ପୁରୋହିତ ସମ୍ପୂର୍ଣ୍ଣ ଘଟଣା କୁ ଜିଲ୍ଲାପାଳ ଙ୍କ ସମ୍ମୁଖ ରେ ଉପସ୍ଥାପିତ କରିବା ସହ ଜିଲ୍ଲା ପ୍ରଶାସନ ଏତେ ବଡ ସମ୍ବେଦନଶୀଳ ପ୍ରସଙ୍ଗ କୁ କେଉଁ ହିସାବ ରେ ଅଣଦେଖା କରିପାରୁଛି ବୋଲି ପ୍ରଶ୍ନ କରିଥିଲେ। ଏହା କଣ ମାନବିକତା ର ପରିଚୟ । ଟୋଲ ଟ୍ୟାକ୍ସ ଫାଙ୍କିବା ପାଇଁ ସମ୍ବଲପୁର ସୋନପୁର ରାସ୍ତା ରେ ଶହ ଶହ ଭାରି ଯାନ ଯାଉଥିବା ଯୋଗୁଁ ରାସ୍ତା ଖରାପ୍ ହେଇଛି ଓ ରାସ୍ତା ର ଗାତ ଗୁଡ଼ିକ ପାଇଁ ବାରମ୍ବାର ଦୁର୍ଘଟଣା ହେଉଛି। ସଂଗଠନ ପକ୍ଷ ରୁ ବାରମ୍ବାର ପ୍ରଶାସନ କୁ ଏ ସଂକ୍ରାନ୍ତ ରେ ଅଭିଯୋଗ ମଧ୍ୟ କରା ଯାଇଛି। ତେବେ ସଡ଼କ ଭିତ୍ତିଭୂମି ନ ଥାଇ ଏ ଭାରି ଯାନ ସବୁ କୁ ରାଜସ୍ବ ଠକିବାରେ ସାହାଯ୍ୟ କରିବାରେ ଓ ଜୀବନ ହାନି ଘଟାଇବାରେ ପ୍ରଶାସନ ର କଣ ସ୍ୱାର୍ଥ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଶୀଘ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ସହାୟତା ଯୋଗାଇ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି। ଅନ୍ୟ ଜିଲ୍ଲା ରେ ମୁଖ୍ୟମନ୍ତ୍ରୀ ନିଜେ ସାଙ୍ଗେ ସାଙ୍ଗ ସହାୟତା ଦେଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା କାହିଁକି ତାଙ୍କ ପାଇଁ ଅଛୁଆଁ ହୋଇ ପଡ଼ିଛି ବୋଲି ପ୍ରଶ୍ନ କରିଛନ୍ତି । ଶ୍ରୀଘ୍ର ସହାୟତା ରାଶି ଦେବା ସହ ରାସ୍ତା ମରାମତି ନ ହେଲେ ଶାସନ ପ୍ରଶାସନ କୁ ଗାଆଁ ଗାଁ ରେ ବିରୋଧ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଜିଲ୍ଲାପାଳ ଶ୍ରୀମତି ଅନ୍ୟା ଦାସ ଶୀଘ୍ର କ୍ଷତିପୂରଣ ଦେବାର ବ୍ୟବସ୍ଥା କରିବେ ବୋଲି ସୂଚନା ମିଳିଛି l
ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର