December 20, 2025
Home » ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତକୋତ୍ତର ଶିଶୁ ଚିକିତ୍ସା ପ୍ରତିଷ୍ଠାନର ବହୁବିଧ ଉପଯୋଗୀ ଚିକିତ୍ସାଳୟ ଲୋକାର୍ପିତ ଏବଂ ମାଇକ୍ରୋବାୟୋଲୋଜିକାଲ ଲାବୋରେଟୋରୀର ଭିତ୍ତିପ୍ରସ୍ତର ସ୍ଥାପିତ

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତକୋତ୍ତର ଶିଶୁ ଚିକିତ୍ସା ପ୍ରତିଷ୍ଠାନର ବହୁବିଧ ଉପଯୋଗୀ ଚିକିତ୍ସାଳୟ ଲୋକାର୍ପିତ ଏବଂ ମାଇକ୍ରୋବାୟୋଲୋଜିକାଲ ଲାବୋରେଟୋରୀର ଭିତ୍ତିପ୍ରସ୍ତର ସ୍ଥାପିତ

0
WhatsApp Image 2025-04-11 at 5.36.49 PM

କଟକ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତକୋତ୍ତର ଶିଶୁ ଚିକିତ୍ସା ପ୍ରତିଷ୍ଠାନର ସାତ ତଳ ବିଶିଷ୍ଟ ବହୁବିଧ ଉପଯୋଗୀ ଚିକିତ୍ସାଳୟ ଓ ଛାତ୍ରାବାସର ଶୁଭ ଉଦ୍ଘାଟନ କରିବା ସହ ମାଇକ୍ରୋବାୟୋଲୋଜିକାଲ ଲାବୋରେଟୋରୀର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

୧୫୨.୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ୭ ମହଲା ବିଶିଷ୍ଟ ଏହି ମଲ୍ଟି-ୟୁଟିଲିଟି ହସ୍ପିଟାଲ କମ୍ପ୍ଲେକ୍ସ ଶିଶୁ ଚିକିତ୍ସା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି କ୍ୟାମ୍ପସ୍‌ରେ ଶିଶୁମାନଙ୍କ ପାଇଁ ରହିଛି ୮୪୬ଟି ଶଯ୍ୟା ରହିଛି, ସେଥିମଧ୍ୟରୁ ୧୪୦ଟି ଆଇସିୟୁ ଶଯ୍ୟା, ୨୨୭ଟି ନବଜାତ କେୟାର୍ ବେଡ୍‌, ଏସ ଏନ ସି ୟୁ ପାଇଁ ୪୮ ଟି ଶଯ୍ୟା, ପେଡିଆଟ୍ରିକ ମେଡ଼ିସିନ ପାଇଁ ୨୫୯ଟି ଶଯ୍ୟା, ପେଡିଆଟ୍ରିକ୍ ନେଫ୍ରୋଲୋଜି ପାଇଁ ୩୦ଟି ଶଯ୍ୟା, ସଂକ୍ରାମକ ରୋଗ ପାଇଁ ୨୬ଟି ଶଯ୍ୟା, ପେଡିଆଟ୍ରିକ୍ ସର୍ଜରି ପାଇଁ ୬୦ ଟି ଶଯ୍ୟା, ଏନ ଆର ସି ପାଇଁ ୧୦ ଟି ଶଯ୍ୟା ଏବଂ କାଜୁଆଲିଟି ପାଇଁ ୪୬ ଟି ଉତ୍ସର୍ଗୀକୃତ ଶଯ୍ୟା ଉପଲବ୍ଧ ରହିଛି।

ଏଥିସହ ମାଗଣା ଔଷଧ ବଣ୍ଟନ ପାଇଁ ୪ଟି ଔଷଧ ବିତରଣ କେନ୍ଦ୍ର (DDC) ଓ ୧୮୦ ଜଣ ଆବାସିକ ଡାକ୍ତରଙ୍କ ପାଇଁ ଏକ ହଷ୍ଟେଲ ରହିଛି । ଯାହା ୨୪ ଘଣ୍ଟା ଚିକିତ୍ସା ସେବା ଯୋଗାଇ ଦେବା ସୁନିଶ୍ଚିତ କରିବ ।
ଏଥିସହ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନଡ୍ଡା ମାଇକ୍ରୋବାୟୋଲୋଜିକାଲ ଲାବୋରେଟୋରୀର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।


୪.୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ଲାବୋରେଟୋରୀରେ FSSAI ମାନକ ଅନୁଯାୟୀ ଖାଦ୍ୟ ଏବଂ ଜଳ ନମୁନାଗୁଡିକର ମାଇକ୍ରୋବାୟୋଲୋଜିକାଲ୍ ପରୀକ୍ଷା କରାଯିବ । ଏହା ଭୁବନେଶ୍ୱର OSMCL କ୍ୟାମ୍ପସ୍ ଭିତରେ ଥିବା ରାଜ୍ୟ ଖାଦ୍ୟ ପରୀକ୍ଷଣ ଲାବୋରେଟୋରୀରେ ପ୍ରତିଷ୍ଠା କରାଯିବ।

କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *