July 7, 2025
Home » ଓଡ଼ିଆ ପକ୍ଷ ୨୦୨୫ ପାଳନ ଅବସରରେ ପାରମ୍ପାରିକ ଖାଦ୍ୟ ପାଳନ ଅଭିଯାନ – “ଆମ ରୁବି ଆମ ଖାଦ୍ୟ” ଉତ୍ସବ ପାଳିତ

ଓଡ଼ିଆ ପକ୍ଷ ୨୦୨୫ ପାଳନ ଅବସରରେ ପାରମ୍ପାରିକ ଖାଦ୍ୟ ପାଳନ ଅଭିଯାନ – “ଆମ ରୁବି ଆମ ଖାଦ୍ୟ” ଉତ୍ସବ ପାଳିତ

0
WhatsApp Image 2025-04-13 at 8.28.04 PM

ରାଜ୍ୟ ପଞ୍ଚାୟତି ରାଜ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ଆୟୋଜିତ ଓଡ଼ିଆ ପକ୍ଷ ୨୦୨୫ ପାଳନର ତ୍ରୟୋଦଶ ଦିବସ ଅବସରରେ ରାୟଗଡ଼ା ଜିଲ୍ଲା ସଂସ୍କୃତି ଭବନ ଠାରେ ରବିବାର ସକାଳେ ୧୦.୩୦ ସମୟରେ ପାରମ୍ପାରିକ ଖାଦ୍ୟ ପାଳନ ଅଭିଯାନ – “ଆମ ରୁବି ଆମ ଖାଦ୍ୟ” ଉତ୍ସବ ପାଳିତ ହୋଇଯାଇଛି । ଆମ ଓଡ଼ିଆ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଶ ହେଉଛି ଆମ ଓଡ଼ିଆ ଖାଦ୍ୟ ପରମ୍ପରା ହେଉଛି । ଆଜିକାର ସମୟରେ ହଜିଯାଇଥିବା ଓଡ଼ିଆ ପାରମ୍ପରିକ ଖାଦ୍ୟକୁ ପୁନଃର୍ଜିବିତ କରି ଏହାକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାରଙ୍କ ଏକ ଉତ୍ତମ ପଦକ୍ଷେପ । ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବୀନ ଚନ୍ଦ୍ର ନାୟକ ଯୋଗ ଦେଇ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଆଜିର “ଆମ ରୁବି ଆମ ଖାଦ୍ୟ” ଉତ୍ସବରେ ମୋଟ ୧୨ ଜଣ ଏସହେଚଜି ଭାଗ ନେଇଥିବା ବେଳେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଗୃପ ଦ୍ଵାରା ପରିବେଷିତ ପାରମ୍ପରିକ ଖାଦ୍ୟ ପରଖିବା ପାଇଁ ବିଚାରକ ଭାବେ ଭାରପ୍ରପ୍ତ ଡିଏସଡବ୍ଲୁ ପ୍ରତିମା ରାଣୀ ଦାସ, ପିଆଇଓ ଡିଏସଡବ୍ଲୁ ସଇଲଜା ଦାସ, ରାୟଗଡ଼ା ସିଡିପିଓ ମୀନାକ୍ଷୀ ଦାସ, କୋଲନରା ସିଡିପିଓ ବିଜୟଲକ୍ଷ୍ମୀ ନିସଙ୍କ ରହିଥିଲେ । ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ‘ଆମ ରୁବି ଆମ ଖାଦ୍ୟ” ଉତ୍ସବରେ ଅଂଶଗ୍ରହଣ କରିଥିବା ୧୨ଟି ସ୍ଵୟଂ ସହାୟକ ଗୋଷ୍ଟି ମଧ୍ୟରୁ ପ୍ରଥମ ସ୍ଥାନରେ ଓମ ସାଇ ଗ୍ରୁପ,ଦ୍ଵିତୀୟ ସ୍ଥାନ ଦାମୋଦର ଗୃପ,ତୃତୀୟ ସ୍ଥାନ ମାଆ ହିଙ୍ଗୁଳା ଗୃପ ହାସଲ କରିଥିବା ବେଳେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅତିଥିଙ୍କ ଦ୍ଵାରା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏଥି ସହ ହୁଳହୁଳି, ଝୁଟି,ଚିତା ପ୍ରତିଯୋଗିତାରେ ସଫଳ ହେଇଥିବା ପ୍ରଥମ ,ଦ୍ଵିତୀୟ,ତୃତୀୟ ସ୍ଥାନ ହାସଲ କରିଥିବା ବିଦ୍ୟାର୍ଥୀଙ୍କୁ ମଞ୍ଚସିନ ଥିବା ଅତିଥିଙ୍କ ଦ୍ଵାରା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।

ଅନୁରୂପ ଭାବେ ଜିଲ୍ଲାର ସମସ୍ତ ବ୍ଲକରେ ମଧ୍ୟ ପାରମ୍ପରିକ ଖାଦ୍ୟ ଦିବସ ପାଳନ କରାଯାଇଥିବା ବେଳେ ରାୟଗଡ଼ା ପୌର ପରିଷଦ କାର୍ଯ୍ୟାଳୟ ଓ ରାୟଗଡ଼ା ବ୍ଲକ କାର୍ଯ୍ୟାଳୟରେ – “ଆମ ରୁବି ଆମ ଖାଦ୍ୟ” ଉତ୍ସବ ପାଳିତ ହୋଇଯାଇଛି ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନ, ରାୟଗଡ଼ ସୌଜନ୍ୟତାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରପ୍ରପ୍ତ ଡିଏସଡବ୍ଲୁ ପ୍ରତିମା ରାଣୀ ଦାସ, ପିଆଇଓ ଡିଏସଡବ୍ଲୁ ସଇଲଜା ଦାସ, ରାୟଗଡ଼ା ସିଡିପିଓ ମୀନାକ୍ଷୀ ଦାସ, କୋଲନରା ସିଡିପିଓ ବିଜୟଲକ୍ଷ୍ମୀ ନିସଙ୍କ , ଡି ପି ଏସ ସି (ଏମ ଏସ)ସାରଙ୍ଗ ଶବର, ବିପିସି ପ୍ରିୟଙ୍କା ମୂଲିଆ ସମେତ କଲେଜର ବିଦ୍ୟାର୍ଥୀ, ଏସହେଚଜି ଗୃପ ଯୋଗ ଦେଇଥିବା ବେଳେ ଜିଲ୍ଲା ସଂସ୍କୃତି ବିଭାଗ କର୍ମଚାରୀବୃନ୍ଦ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ନୀଳାଚଳ ମିଶ୍ର ପରିଚାଳନା କରିଥିଲେ ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *