July 7, 2025
Home » ରାମନାଗୁଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୨୪ତମ ବାର୍ଷିକ ଉତ୍ସବଅନୁଷ୍ଠିତ

ରାମନାଗୁଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୨୪ତମ ବାର୍ଷିକ ଉତ୍ସବଅନୁଷ୍ଠିତ

0
WhatsApp Image 2025-04-14 at 4.15.50 PM

ରାମନାଗୁଡା:-୧୩-୦୪-୨୦୨୫-ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସଦର ମହକୁମା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨୪ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଥମେ ଅନୁଷ୍ଠାନ ର ଛାତ୍ର ମାନଙ୍କ ଦ୍ଵାରା ବାଦ୍ୟଯନ୍ତ୍ର ମାଧ୍ୟମରେ ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚ ନିକଟକୁ ପାଛୋଟି ନିଆଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ପରିଚାଳନା ସମିତି ସମ୍ପାଦକ ଅଜିତ ପାତ୍ରଙ୍କ ଦ୍ଵାରା ବାର୍ଷିକ ବିବରଣୀ ପାଠ କରାଯାଇଥିଲା। ଏହି ମହୋତ୍ସବ ରେ ଅନୁଷ୍ଠାନର ପରିଚାଳନା ସମିତି ସଭାପତି ରବି ସାହୁକାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ରାୟଗଡା ଜିଲ୍ଲା ଭାଜପା ସଭାପତି ଗୋପୀ ଆନନ୍ଦ,ମୁଖ୍ୟବକ୍ତା ଭାବେ ଆରଏସଏସ ସଙ୍ଘ କାର୍ଯ୍ୟକର୍ତା ପ୍ରଭାତ କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବରେ ପାରୀକ୍ଷିତି ସମିତି ସଭ୍ୟା ଲଷ୍ମୀ କାଡ୍ରାକା, ରାମନାଗୁଡା ଥାନା ଅଧିକାରୀ ସୁନିତା ବେହେରା, ସମାଜସେବୀ ପାତ୍ରୀ ବେଣୁ ଗୋପାଳ, ସମ୍ପାଦକ ଅଜିତ ପାତ୍ର,ପ୍ରଧାନ ଆଚାର୍ଯ୍ୟ ନିର୍ମଳ ଚନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିବା ବେଳେ ପରିଚାଳନା ସମିତିର ଉପ ସଭାପତି ଭି ଗୁରୁମୁର୍ତ୍ତି ରାଜୁ, କୋଷାଧ୍ୟକ୍ଷ ସୁଦର୍ଶନ ପଣ୍ଡା, ସଦସ୍ୟ ରଞ୍ଜିତା ସାହୁ, କବିତା ଖୁଣ୍ଟିଆ, କମଳ ମୁଟିକାଙ୍କ ସମେତ ଉପଦେଷ୍ଟା ମଣ୍ଡଳୀ କାର୍ଯ୍ୟକର୍ତ୍ତା ସହ ଅନ୍ୟାନ୍ୟ ଗୁରୁଜୀ ଗୁରୁମା ଓ ମାଉସୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାଗଦେବୀ ସରସ୍ୱତୀ, ଭାରତମାତା ,ପରମ ପବିତ୍ର ଓଁ, ସଂଘର ପ୍ରେରଣ ଦାତା ଡକ୍ଟର ଜୀ,ଶ୍ରୀ ଗୁରୁଜୀ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ସହ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।

ତତ୍ପରେ ବିଦ୍ୟାଳୟର ଗୁରୁମା ମାନଙ୍କ ଦ୍ୱାରା ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଉପଢୌକନ ଦିଆଯାଇଥିଲା। ଏହି ଅବସରରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ମଞ୍ଚାସୀନ ଅତିଥିମାନେ ନିଜ ନିଜ ଅବିଭାଷଣ ରଖିଥିଲେ।ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀ ମାନଙ୍କୁ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ନିର୍ମଳ ଚନ୍ଦ୍ର ପଣ୍ଡା ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପରିଚାଳନା କମିଟି ସଦସ୍ୟ ସହଯୋଗ କରିଥିଲେ।।ଏହି କାର୍ଯ୍ୟକ୍ରମ କୁ ଗୁରୁମା କାମିନୀ କରମଞ୍ଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ର ସମସ୍ତ ଗୁରୁଜୀ, ଗୁରୁମା ,ମାଉସୀ ପ୍ରମୁଖ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ପରିଶେଷରେ ସମାଜସେବୀ ତଥା ଅନୁଷ୍ଠାନ ର ପୂର୍ବତନ ପରିଚାଳନା ସମିତି ସଦସ୍ୟ ପାତ୍ରୀ ବେଣୁ ଗୋପାଳ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।

Leave a Reply

Your email address will not be published. Required fields are marked *