କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ଆଇସିୟୁ ଉଦଘାଟନ କଲେ ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାଏକ
କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବହୁ ପ୍ରତିକ୍ଷୀତ ନୂତନ ଆଇସିୟୁର ଉଦ୍ଘାଟନ କରିଛନ୍ତି ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାଏକ । ଦୀର୍ଘ ଦିନ ଧରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରୁ ଉନ୍ନତ ଚିକିତ୍ସା ପାଇଁ ଏକ ଆଇସିୟୁ ପ୍ରତିଷ୍ଠା ପାଇଁ ଜନସାଧାରଣରେ ଦାବି ହୋଇ ଆସୁଥିଲା।
ଏନେଇ ବିଧାୟକ ଶ୍ରୀ ନାଏକ କହିଛନ୍ତି, କୌଣସି ବ୍ୟକ୍ତି ଯେପରି ଚିକିତ୍ସା ଅଭାବରୁ ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି ଓ ଦୀର୍ଘ ଦିନ ଧରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁର ଆବଶ୍ୟକତା ରହିଥିବାରୁ ଏହି ଆଇସିୟୁ ପ୍ରତିଷ୍ଠା କରାଯାଇଛି । ଏଥିରେ ସମସ୍ତ ଅତ୍ୟାଧୁନିକ ସେବା ଯୋଗାଇ ଦିଆଯିବ । ପର୍ଯ୍ୟାୟକ୍ରମେ ଅଧିକ ଶଯ୍ୟା ଏବଂ ଡାକ୍ତର ଓ ଷ୍ଟାଫଙ୍କ ସଂଖ୍ୟା ବୃଦ୍ଧି କରାଯିବ ବୋଲି ବିଧାୟକ ଶ୍ରୀ ନାଏକ କହିଛନ୍ତି ।
ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ କିଶୋର କୁମାର ପୃଷ୍ଟି ଓ ଧରଣୀଧର ମେଡିକାଲ ଓ କଲେଜର ଡିନ ପ୍ରଫେସର ଚିନ୍ମୟୀ ମହାପାତ୍ର, ଅନ୍ୟ ଡାକ୍ତର ଓ ମେଡିକାଲ କର୍ମଚାରୀ ଉପସ୍ଥିତ ରହିଥିଲେ।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ )ଇଷ୍ଟର୍ନ ପ୍ରେସ
