July 6, 2025
Home » ୱାକଫ୍ ଆଇନକୁ ସ୍ୱାଗତ କରି ରାୟଗଡ଼ା ଭାଜପାର ସାମ୍ବାଦିକ ସମ୍ମିଳନୀ ଆୟୋଜିତ

ୱାକଫ୍ ଆଇନକୁ ସ୍ୱାଗତ କରି ରାୟଗଡ଼ା ଭାଜପାର ସାମ୍ବାଦିକ ସମ୍ମିଳନୀ ଆୟୋଜିତ

0
WhatsApp Image 2025-04-17 at 9.58.22 PM

ରାୟଗଡ଼ା ସହରରେ ସ୍ଥିତ ସିରିଗୁଡା ବିଜେପି କାର୍ଯ୍ୟାଳୟ ଠାରେ ୱାକଫ୍ ଆଇନକୁ ସ୍ୱାଗତ ଜଣାଇ ରାୟଗଡ଼ା ଭାଜପାର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ୱାକଫ୍ ବିଲକୁ ସ୍ୱାଗତ କରିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି ରାୟଗଡା ବିଜେପି ଟିମ । ବିଜେପରି ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବ ଶଙ୍କର ଉଲ୍ଲାକାଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏପ୍ରିଲ ୮ ,୨୦୨୫ ତାରିଖରେ ଲାଗୁ କରିଥିବା ୱାକଫ୍ ଆଇନକୁ ସ୍ୱାଗତ କରିବା ସହ ଦେଶ ବିକାଶ ପାଇଁ ସର୍ବଦା ବିଜେପି ଦଳ କାମ କରିଆସୁଛି ବୋଲି ସେ କହିଥିବା ବେଳେ ୱାକଫ୍ ଆଇନକୁ ନେଇ ଚାଲିଥିବା ବୟାନବାଜି ଉପରେ ପୂର୍ଣ୍ଣଛେଦ ପକାଇଛି ରାୟଗଡା ବିଜେପି । ଦେଶରେ ୱାକଫ୍ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ୧୯୫୪ ମସିହାରେ ଆରମ୍ଭ ହୋଇଥିବା ଯୋଜନାକୁ ତତତ୍କାଳୀନ ସରକାର ୧୪ ଥର ଏହି ଆଇନକୁ ସଂଶୋଧନ କରିବା ପରେ ମଧ୍ୟ ଲାଗୁ କରିବାରେ ବିଫଳ ହୋଇଥିବା ବେଳେ ସାରା ଭାରତ ବର୍ଷରେ ଭାଜପା ଆସିବା ପରେ ବିଜେପି ସରକାର ୱାକଫ୍ ଆଇନରେ କିଛି ପରିବର୍ତନ କରି ୱାକଫ୍ ଆଇନ ବିଲକୁ ପାସ କରିବା ପାଇଁ ଲୋକସଭା ଏବଂ ରାଜ୍ୟ ସଭାରେ ବିପୁଳ ସମର୍ଥନ ମିଳିଥିଲା । କୋରାପୁଟ ସଂସଦୀୟ କ୍ଷେତ୍ରର ଜନମତ ନେଇ ସଂସଦକୁ ନିର୍ବାଚିତ ହୋଇ ଯାଇଥିବା କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ୱାକଫ୍ ବିଲକୁ ବିରୋଧ କରିବା ଏକ ଦୁର୍ଭାଗ୍ୟଜନକ ବୋଲି କହିଥିଲେ ଶିବ ଶଙ୍କର ଉଲ୍ଲାକା । ବିଜେପି ସରକାର ସର୍ବଦା ଦେଶର ବିକାଶ ପାଇଁ କାମ କରୁଛି,ବିଶେଷ କରି ପଛୁଆ ଅଂଚଳ ଭାବେ ପରିଗଣିତ ଜିଲ୍ଲା ଗୁଡିକୁ ଫୋକସରେ ରଖି ସେହି ଜିଲ୍ଲା ଗୁଡିକର ବିକାଶ କିପରି ହେବ ସେ ନେଇ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରୁଛି ବୋଲି କହିଥିଲେ । କିନ୍ତୁ,କୋରାପୁଟ ସାଂସଦ ଅଂଚଳର ବିକାଶ ପାଇଁ କାମ କରୁଛି ବୋଲି ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହା ହାସ୍ପ୍ୟପଦ ବୋଲି ଅଭିଯୋଗ କରିବା ସହ ଗାନ୍ଧୀ ପରିବାରର ଚାଟୁକାର ହେବା ପାଇଁ ସର୍ବସାଧାରଣଙ୍କ ସ୍ୱାର୍ଥକୁ ଅଣଦେଖା କରି କୋରାପୁଟ ସଂସଫିୟର ଜନସାଧାରଣଙ୍କ ବିଶ୍ଵାସରେ ବିଶ୍ୱାସଘାତ କରି ସାଂସଦ ନିଜ ସ୍ୱାର୍ଥ ଦେଖିଛନ୍ତି । ଏଥି ପାଇଁ ନିଶ୍ଚିତ ରୂପେ ଆଗାମୀ ଦିନରେ ଜନତା ଜବାବ ଦେବେ । ଏଥି ସହ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକୁ ନିଜେ ସଂସଦରେ ଦାବୀ ଉପସ୍ଥାପନ କରି କାର୍ଯ୍ୟକାରୀ କରିଛନ୍ତି ବୋଲି ଯେଉଁ ମିଥ୍ୟା ପ୍ରଚାର କରୁଛନ୍ତି ତାହା ହାସ୍ପ୍ୟପଦ ବୋଲି ସେ କହିଥିଲେ ।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି ଗୋପି ଆନନ୍ଦ, ଶିବ ଶଙ୍କର ଉଲ୍ଲାକା, ବସନ୍ତ ଉଲ୍ଲାକା, ଦେବାଶିଷ ପଣ୍ଡା,ପ୍ରୀତମ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *