ସ୍ମାର୍ଟ୍ ପାର୍କ ଠାରେ ୨୫ ଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର ଉଦଘାଟିତ, ଯୋଗ ଦେଲେ ଏ ଡି ଏମ୍
l ସୁବର୍ଣ୍ଣପୁର —ପତଞ୍ଜଳି ଯୋଗ ପୀଠ ହରିଦ୍ଵାର ର ତତ୍ୱାବଧାନ ରେ ଆଜି ଏକ ୨୫ ଦିବସୀୟ ଯୋଗ ମେଗା ପ୍ରଶିକ୍ଷଣ ଶିବିର ସୋନପୁର ସ୍ମାର୍ଟ୍ ପାର୍କ ଠାରେ ଶୁଭାରମ୍ଭ କରା ଯାଇଛି l ପତଞ୍ଜଳି ଯୋଗ ସମିତି, ପତଞ୍ଜଳି ଭାରତ ସ୍ୱାଭିମାନ, ପତଞ୍ଜଳି ଯୁବ ଭାରତ, ପତଞ୍ଜଳି ମହିଳା ସମିତି, ପତଞ୍ଜଳି କୃଷକ ସମିତି ର ମିଳିତ ସହଯୋଗ ରେ ଅନୁଷ୍ଟିତ ଏହି ଶିବିର କୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞଳିନା ପଧାନ ମା ସୁରେଶ୍ଵରୀ ଙ୍କ ଫଟୋ ଚିତ୍ର ରେ ଦୀପ ପ୍ରଜ୍ଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ l ପତଞ୍ଜଳି ଓଡ଼ିଶା ରାଜ୍ୟ ମହିଳା ପ୍ରଭାରୀ ଜେ. ଗିରିଜା ଦେବୀ ଯୋଗ ପ୍ରଶିକ୍ଷଣ ପ୍ରଦାନ୍ କରି ସୋନପୁର ର ଏହି ସ୍ମାର୍ଟ୍ ପାର୍କ, ସମଗ୍ର ପରିବେଶ ସହିତ ଜିଲ୍ଲା ପ୍ରଶାସନ ର ସହଯୋଗ ଓ ପ୍ରୋତ୍ସାହନ କୁ ଖୁବ ପ୍ରଶଂସା କରିଥିଲେ l

ଯୋଗ ସହିତ ଅନ୍ୟ ମାନଙ୍କୁ ଯୋଡି ଏକ ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହୋଇ ସମସ୍ତେ ପୂଣ୍ୟ ଅର୍ଜନ କରନ୍ତୁ ବୋଲି ମୁଖ୍ୟ ଅତିଥି ଏ ଡି ଏମ୍ ଶ୍ରୀମତୀ ପଧାନ ମତ ରଖିଥିଲେ l ସୋନପୁର ବାଇଗନ୍ଯୁରୀ ଓମ୍ ମହିଳା ଯୋଗ ସମିତି ମାର୍ଗଦର୍ଶକ ପ୍ରତିମା ରଥ, ସୋନପୁର ରାମଜୀ ମହିଳା ଯୋଗ ସମିତି ପ୍ରଶିକ୍ଷୀକା ପ୍ରଜ୍ଞା ପରମିତା ପୁରୋହିତ ଅତିଥି ଙ୍କ ସହିତ ମଞ୍ଚlସିନ ରହି ଯୋଗୀ ମାନଙ୍କୁ ମାର୍ଗ ଦର୍ଶନ ପ୍ରଦାନ୍ କରିଥିଲେ l ଓମ୍ ମହିଳା ଯୋଗ ସମିତି ର ସଂପାଦିକା ସ୍ଵର୍ଣ୍ଣପ୍ରଭା ମହାପାତ୍ର କୋଡ଼ି ନେଟର ସବିତା ପୁଟେଲ, କାଞ୍ଚନ ପୁଜାରୀ, ବାଲାଜୀ ମହିଳା ଯୋଗ ସମିତି ର ସଭାନେତ୍ରୀ ଅନିତା ମେହେର, କୋଡ଼ିନେଟର ନମିତା ତ୍ରୀପାଠୀ, କମଳିନୀ ପଣ୍ଡା, ନଳିନୀ ଦାଶ, ଦିବ୍ୟ ଉର୍ଜ୍ଜ୍ୟା ଯୋଗ ସମିତି ର ମହିଳା ଯୋଗୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ, ରୁକୁଣି ମେହେର , ଶ୍ରୀମତୀ ମେହେର, ଯୋଗ ଗୁରୁ ମନୋଜ୍ ପଣ୍ଡା , ସଂପାଦକ ଶ୍ରିବନ୍ତ ମିଶ୍ର ଙ୍କ ତତ୍ଵା ବଧାନ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ରବୀନ୍ଦ୍ର ଜେନା, ମନୋରଞ୍ଜନ ତ୍ରୀପାଠୀ , ସୁବାସ ପଣ୍ଡା ପ୍ରମୁଖ ସମସ୍ତ ସଦସ୍ୟ ଙ୍କ ପାର୍କ କର୍ମଚାରୀ ହରି ଶଙ୍କର ଚୌଧୁରୀ, ଗୋବର୍ଦ୍ଧନ କାର୍କୀ ସହଯୋଗ କରିଥିଲେ l ଏଠାରେ ସହର ର ବିଭିନ୍ନ ଯୋଗ ସମିତି ର ଶତାଧିକ ପୁରୁଷ ଓ ମହିଳା ଯୋଗୀ , ବୁଦ୍ଧିଜୀବୀ, ମିଡିଆ, ସ୍ବେଛାସେବୀ ଯୋଗ ଦେଇ କର ଯୋଗ ରହୋ ନିରୋଗ ସଚେତନତା ସ୍ଲୋଗାନ ଦେଇ ଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
