November 19, 2025
Home » କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୪୦ ତମ ବାର୍ଷିକ ଉତ୍ସବ

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୪୦ ତମ ବାର୍ଷିକ ଉତ୍ସବ

0
WhatsApp Image 2025-04-25 at 12.05.27 AM

ଫୁଲବାଣୀ ଗାନ୍ଧୀ ସ୍ତୃତି ଭବନ ଠାରେ  ଜିଲ୍ଲା ସାମ୍ବାଦିକ ସଂଘ କନ୍ଧମାଳର ୪୦ ତମ ବାର୍ଷିକ ଉତ୍ସବ   ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ ,ସମ୍ମାନିତ ଅତିଥି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହି ଅଧିକାରୀ ଶମ୍ଭୁନାଥ ନନ୍ଦୀ,  ଯୋଗଦେଇ ସାମ୍ବାଦିକ ମାନଙ୍କ ବୃତ୍ତି ଗତ ସୁରକ୍ଷା ପାଇଁ ଉଚିତ ପାରିଶ୍ରମିକ ଯୋଗାଇ ଦେଲେ ସମ୍ବାଦ ପ୍ରକାଶ କରିବାରେ ଅଧିକ ସ୍ୱଛତା ଓ ନିରପେକ୍ଷତା ରହିବ ଓ ଏହା ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନରେ ସହାୟତା ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ସେହିପରି ଏହି ଅବସରରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ପ୍ରଶାସକ ତଥା ପିଏ ଆଇଟିଡିଏ ଗଦାଧର ପାତ୍ର  ଯୋଗ ଦେଇ  ସାମ୍ବାଦିକମାନେ ସର୍ବଦା ସଠିକ, ତଥ୍ୟ ଭିତ୍ତିକ ଓ ନିରପେକ୍ଷ ଖବର ପ୍ରକାଶ ଉପରେ ଚତୁର୍ଥ ସ୍ତମ୍ଭର ଗାରିମା ପର୍ଯ୍ୟବେସିତ ବୋଲି କହିଥିଲେ ।
କନ୍ଧମାଳ ଜିଲ୍ଲା ସାମ୍ବାଦିକ  ସଂଘ ସଭାପତି ଡଃ.ଅରୁପ ଜେନା ଏହି ବାର୍ଷିକ ଉତ୍ସବରେ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା କାର୍ଯ୍ୟକାରୀ ସଭାପତି  ସୁନୀଲ ପଟନାୟକ, ସ୍ଵାଗତ ଭାଷଣ ଦେଇ ସାମ୍ବାଦିକ ଏକତା ଓ ଆଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ । ସଂଘର ସାଧାରଣ ସଂମ୍ପାଦକ ଅଶୋକ ପରିଡ଼ା  ଅତିଥି ପରିଚୟ ପ୍ରଦାନ ଓ ବାର୍ଷିକ ବିବରଣୀ ପାଠ କରିବା ସହ ମଞ୍ଚ ପରିଚାଳନା କରିଥିଲେ । ପରଲୋକ ଗମନ କରିଥିବା ସାମ୍ବାଦିକ ଅଶୋକ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ଉଦ୍ଧେଶ୍ୟରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।
ଏହି ଅବସରରେ ଆଞ୍ଚଳିକ ସମ୍ବାଦ, ସାମ୍ବାଦିକ ଓ ସମ୍ବାଦପତ୍ର  ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମାନଙ୍କୁ ମଧ୍ୟରେ ଚତୁର୍ଭୁଜ ଦାସ,ନାରାୟଣ ସାହୁ,ରାମକୃଷ୍ଣ ଚୌଧୁରୀ, ପବିତ୍ର ମୋହନ ପାଢୀ,ପ୍ରକାଶ ଚନ୍ଦ୍ର ନାୟକ, ଗୋପାଳ ପଟନାୟକ, ପ୍ରଭାତ ନନ୍ଦ,ଅଭିମନ୍ୟୁ ପଣ୍ଡା, ସନ୍ତୋଷ ଦିଗାଲ, ସୁନିଲ ପଟ୍ଟନାୟକ ,ପ୍ରମୋଦ ଦଣ୍ଡସେନା ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶାନ୍ତିମୈତ୍ରୀ , ପାହାଡ଼, ସେନ୍ସ ଭଲଭ, ସାହାରା ଓ ବେସରକାରୀ ଜି ଏନ୍ ଏମ୍ ସ୍ଵାସ୍ଥ୍ୟ ଶିକ୍ଷା ଅନୁଷ୍ଠାନର  ନିର୍ଦ୍ଦେଶକ ଓ ପରିଚାଳକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ବରିଷ୍ଠ ସାମ୍ବାଦିକ ତଥା ସଂଘର ଉପ ସଭାପତି ସନ୍ତୋଷ ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ ।
 

Leave a Reply

Your email address will not be published. Required fields are marked *