ପେହେଲଗାଓଁରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପ୍ରତିବାଦରେ ମୁସଲିମ ଆସୋସିଏସନର ସାମ୍ବାଦିକ ସମ୍ମିଳନୀ

“ପାକିସ୍ତାନ ମୂର୍ଦ୍ଦାବାଦ…ହିନ୍ଦୁସ୍ଥାନ ଜିନ୍ଦାବାଦ”:ନାରା ଦେଲେ
ପେହେଲଗାଓଁରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପ୍ରତିବାଦରେ ରାୟଗଡ଼ା ମୁସଲିମ ଆସୋସିଏସନ ଦ୍ଵାରା ରବିବାର ସକାଳ ୧୧ ଘଣ୍ଟିକ ସମୟରେ ନୁରାନା ଜାମା ମସଜିଦ ପରିସରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଉକ୍ତ ସମ୍ବତିକ ସମ୍ମିଳନୀରେ ସଭାପତି ଜଳିଲ ଖନ କହିଥିଲେ ଯେ ,ପେହେଲଗାଓଁରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ବହୁତ ଦୁଃଖିତ ଏବଂ ତାର ବିରୋଧରେ ଆମେ ଚାଲିଚୁ। କିନ୍ତୁ,ଯେଉ ପାକିସ୍ତାନ ଚୋର କାମ କରୁଛି ତାର ବିରୁଦ୍ଧରେ ଆମେ ଚାଲୁଛୁ। କାରଣ ଆମ କୁରାନରେ ଲେଖା ହୋଇଛି ଯେ ହିଂସା କରିବା ଉଚିତ ନୁହେଁ। ହିଂସାକୁ ଘୃଣା କରୁଛୁ। ଇସଲାମରେ ନିରୀହ ଲୋକଙ୍କୁ ହତ୍ୟା କରିବା ସମ୍ପୂର୍ଣ୍ଣ ନିଷେଧ । କିନ୍ତୁ,ଯେଉଁମାନେ ଇସଲାମ ନାମରେ ଏପରି ଅତ୍ୟାଚାର କରନ୍ତି, ସେମାନେ ଏହାର ପ୍ରକୃତ ଶିକ୍ଷାର ଅନୁଗାମୀ ନୁହଁନ୍ତି । ତେଣୁ ପାକିସ୍ତାନ ଦେଶ ଅସଲି ମୁସଲମାନ ନୁହେଁ ,ପାକିସ୍ତାନ ଚୋର,ସେମାନେ ଆତଙ୍କବାଦ ପ୍ରିୟ ଦେଶ। ତାଙ୍କ ଏପରି କାର୍ଯ୍ୟକଳାପ ଯୋଗୁଁ ଆମେ ଇସଲାମ ଧର୍ମ ବଦନାମ ହୋଇଯାଉଛି ।
ଆମେ ଅସଲି ମୁସଲମାନ । ସେ ହିନ୍ଦୁ ହେଉ ବା ମୁସଲମାନ ବା କ୍ରିଷ୍ଟିୟାନ ସମସ୍ତେ ଏକ ଭାରତ ମାତାର ସନ୍ତାନ । ଆମେ ଶାନ୍ତିପ୍ରିୟ ଦେଶ । ନିରୀହ ପର୍ଯ୍ୟଟକଙ୍କୁ ଯେଉଁ ପ୍ରକାର ମାରିଦିଆଯାଇଛି ଆମେ ସମସ୍ତେ ଦୁଃଖରେ ଅଛୁ । ପ୍ରଥମ ଥର ଏପରି ଘଟଣା ହେବା ପରେ ଏ ନେଇ ସରକାର ଯାହା ପଦକ୍ଷେପ ନେବେ ଆମେ ସହଯୋଗ କରି ଆଗକୁ ବଡିବୁ। ଏହି ଘଟଣା ପାଇଁ ଯିଏ ଦାୟୀ ଅଛନ୍ତି ସେମନଙ୍କୁ ଦଣ୍ଡ ଦିଆଯାଉ। ଆମ ମାଆ ହେଉଛି ଭାରତ ସେହି ମାଟିର ଆମେ ପିଲାମାନେ । ଏହି ଘଟଣାରେ ମୃତ ଭାଇମାନଙ୍କ ପରିବାରକୁ ସାନ୍ତନା ଜଣାଉଛୁ। ଏପରି ଘଟଣା ପୁନରାବୃତ୍ତି ଯେପରି ନହୁଏ ସେଥିପାଇଁ ସରକାର ସେମାନଙ୍କୁ କଠୋର ଦଣ୍ଡ ଦେବେ ବୋଲି ଆଶା କରୁଛୁ । ଆମେ ଭାରତ ସରକାରଙ୍କୁ ଅନୁରୋଧ କରୁଛୁ ଯେ ଏପରି ଆତଙ୍କୀବାଦ ସେମାନଙ୍କୁ ଖୋଜି ଖୋଜି ବାହାର କରି ମାରନ୍ତୁ । ଏପରି ପରିସ୍ଥିତିରୁ ଭାରତ ଦେଶ ଆତଙ୍କବାଦ ମୁକ୍ତ କରନ୍ତୁ। ଆମେ ପ୍ରଶାସନର ସହ ଅଛୁ ବୋଲି ରାୟଗଡ ମୁସଲିମ ସଂଗଠନର ସଭାପତି ଜଳିଲ ଖାନ ଓ ସମ୍ପାଦକ ସୈକ ନୁର ବସର୍ କହିଛନ୍ତି ।
ପରିଶେଷରେ ପାକିସ୍ତାନ ମୂର୍ଦ୍ଦାବାଦ,ହିନ୍ଦୁସ୍ଥାନ ଜିନ୍ଦାବାଦ…ବନ୍ଦେ ଉତ୍କଳ ଜନନୀ ନର ଦେଇଥିଲେ ଉପସ୍ଥିତ ସମସ୍ତ ମୁସଲମାନ ସମ୍ପ୍ରଦାୟ ଲୋକେ ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାୟଗଡ ମୁସଲିମ ସଂଗଠନର ସମସ୍ତ ସଭ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ