ଫୁଲବାଣୀ ଠାରେ ଭାରତୀୟ ମଜଦୂର ସଂଘ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ।

ଭାରତୀୟ ମଜଦୂର ସଂଘ କନ୍ଧମାଳ ପକ୍ଷରୁ ଆନ୍ତର୍ଜାତୀକ ଶ୍ରମିକ ଦିବସ ଫୁଲବାଣୀ ସ୍ୱାସ୍ଥ୍ୟ ବିଭାଗ ଠାରେସଭାପତି ଅଶୋକ ପରିଡାଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି। ଶ୍ରମିକ ମାନଙ୍କ ଦୈନିକ ପରିଶ୍ରମ ଆଠ ଘଣ୍ଟା କରିବାକୁ ୧୮୮୪ମସିହାରେ ଆନ୍ଦୋଳନ କରିଥିବାରୁ ଏହି ଦିନଟିକୁ ଆନ୍ତର୍ଜାତିକ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି। ୧୮୯୨ମସିହା ଠାରେ ୮୦ରୁ ଅଧିକ ଦେଶ ଶ୍ରମିକ ଦିବସ ପାଳନ କରୁଥିବା ବେଳେ ୧୯୨୩ମସିହାରୁ ଭାରତରେ ପାଳିତ ହେଉଛି। ଶ୍ରମିକ ମାନେ ସୁସ୍ଥ ଓ ନିରାପଦ ରହିବା ଚଳିତ ବର୍ଷର ବାର୍ତ୍ତା। ଶ୍ରମିକ ମାନଙ୍କୁ ଉପଯୁକ୍ତ ସମ୍ମାନ ଓ ମର୍ଯ୍ୟାଦା ଦେବା ଆବଶ୍ୟକ।ଶ୍ରମିକଙ୍କ ବିନା ରାଷ୍ଟ୍ରର ଉନ୍ନତି ଅସମ୍ଭବ। ତେଣୁ ବିଏମ ଏସର ପ୍ରତିଷ୍ଠାତା ଦନ୍ତୋପନ୍ତ ଠେଙ୍ଗଡି ସର୍ବଦା ଶ୍ରମିକଙ୍କ ହିତ ଚିନ୍ତା କରି ସେମାନଙ୍କ ସ୍ୱାର୍ଥରେ କାର୍ଯ୍ୟ କରୁଥିଲେ।
ତେଣୁ ରାଷ୍ଟ୍ର ହିତ ଉଦ୍ୟୋଗ ହିତ ଓ ଶ୍ରମିକ ହିତ କଥା କୁହାଯାଇଛି।ସରକାର କେତେକ ସ୍ଥଳରେ ଘରୋଇ କମ୍ପାନୀ ର ସ୍ୱାର୍ଥରେ ଶ୍ରମିକ ଙ୍କୁ ଅଣଦେଖା କରୁଥିବା ରୁ ଆନ୍ଦୋଳନ ହୋଇଥାଏ। ପ୍ରତ୍ୟେକ ଶ୍ରମିକ ପଞିକରଣ କରିବା ଓ ପ୍ରତିବର୍ଷ ନବୀକରଣ କରିବାକୁ ଉପସ୍ଥିତ ଶ୍ରମିକ ମାନଙ୍କୁ ଶ୍ରୀ ପରିଡା ପରାମର୍ଶ ଦେଇଥିଲେ। ସଂଗଠନ ସଂମ୍ପାଦକ କାହ୍ନୁ ଚରଣ ବେହେରା ଶ୍ରମିକଙ୍କ ନିମନ୍ତେ ଥିବା ବିଭିନ୍ନ ଜନମଙ୍ଗଳ ଯୋଜନା ସମ୍ପର୍କରେ ସୁଚନା ଦେଇଥିଲେ।ଶ୍ରମିକ ମାନଙ୍କ ହିତରେ କାର୍ଯ୍ୟ କଲେ ଦେଶର ବିକାଶ ହୋଇପାରିବ।ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ମାନେ ନିରାପଦରେ କାମ କରିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଥିଲା।