July 1, 2025
Home » ଜାରି ରଖିଛି ଜୟ ଓଡ଼ିଶା ତାର ରକ୍ତଦାନ ଉଦ୍ୟମ

ଜାରି ରଖିଛି ଜୟ ଓଡ଼ିଶା ତାର ରକ୍ତଦାନ ଉଦ୍ୟମ

0
WhatsApp Image 2025-05-04 at 7.06.57 PM

ମାନବିକ ମୂଲ୍ୟବୋଧକୁ ସମ୍ମାନ ଦେଉଥିବା, ଜୟ ଓଡ଼ିଶା ତାର ରକ୍ତଦାନ ଉଦ୍ୟମ ଅଧୀନରେ ୧୦୦ ଟି ସଂସ୍ଥାଙ୍କ ସହ ଜଡ଼ିତ ହୋଇ ରକ୍ତଦାନ ଶିବିର କରିବାର ପ୍ରୟାସ ରେ ଆଜି ଚଳିତ ବର୍ଷର ଦ୍ୱିତୀୟ ରକ୍ତଦାନ ଶିବିର ଡି.ସି.ସି କ୍ଲବ୍ ସଫଳତାର ସହିତ ଭୁବନେଶ୍ବର ସ୍ଥିତ ରେଡକ୍ରସ ଭବନରେ ଆୟୋଜନ କରିଥିଲା। ଡି.ସି.ସି କ୍ଲବ୍ ର ସଦସ୍ୟ ବିକ୍ରମ ଦାସ(ବିକୁନ୍) ଙ୍କର ଜନ୍ମଦିନ ଉପଲକ୍ଷେ ଏହି ରକ୍ତ ଦାନ ଶିବିର ର ଆୟୋଜନ ହୋଇଥିଲା। ଅନେକ ଜଣ ସ୍ୱଇଚ୍ଛାରେ ରକ୍ତ ଦାନ କରି ସାମାଜିକ ଦାୟିତ୍ୱର ସଚେତନା ସୃଷ୍ଟି କରିଥିଲେ। ଏହିପରି ଭାବରେ ସମସ୍ତ ସଂସ୍ଥା ଙ୍କ ମିଳିତ ସହଯୋଗ ରେ ଆମେ ରକ୍ତଦାନ ଶିବିରର ଆୟୋଜନ କଲେ ଏହି ଗ୍ରୀଷ୍ମ ଋତୁରେ ରକ୍ତର ଅଭାବକୁ ଦୂର କରିବାରେ ସାହାଯ୍ୟ କରିପାରିବା।


ଏହି ଅବସରରେ ଜୟ ଓଡ଼ିଶାର ସଂସ୍ଥାପକ ଓ ଅଧ୍ୟକ୍ଷ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି; “ଜୟ ଓଡ଼ିଶା ପକ୍ଷରୁ ଆମେ ପୂର୍ବରୁ ଯେପରି ରକ୍ତଦାନ ଶିବିର ଆୟୋଜନ କରୁଥିଲୁ, ସେପରି ଭବିଷ୍ୟତ ରେ ମଧ୍ୟ ରକ୍ତଦାନ ଉଦ୍ୟମ ଅଧୀନରେ ଏହି ପବିତ୍ର ଅଭିଯାନକୁ ଜାରି ରଖିବୁ । ଏହି ରକ୍ତଦାନ ଶିବିର ନିଜର ଜନ୍ମଦିନ, ଶୁଭ ଦିନ କିମ୍ବା ପୂଣ୍ୟ ପର୍ବରେ ଆୟୋଜନ ମଧ୍ୟ କରିପାରିବେ। ଏହି ଅବସରରେ ଉତ୍ସାହିତ ହୋଇ ବାପୁଜୀ କ୍ଲବ୍ ର ବିଜୁ ବର୍ଦ୍ଧନ ,ମାଆ ମଙ୍ଗଳା ପୂଜା କମିଟିର ସୌମ୍ୟ ପଣ୍ଡା, ବିନାୟକ ୟୁଥ୍ ଆସୋସିଏସନ୍ ର ଦେବବ୍ରତ ନାୟକ ଓ ଶ୍ରୀ ଗଣେଶ ପୂଜା କମିଟିର ବିକି ଭବିଷ୍ୟତରେ ଆମ ସହ ଯୋଡ଼ି ହୋଇ ରକ୍ତଦାନ ଶିବିରର ଆୟୋଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।


Leave a Reply

Your email address will not be published. Required fields are marked *