ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ ! ସାଇରନ୍ ବଜାଇ,ମୋକ୍-ଡ୍ରିଲ୍ ଆରମ୍ଭ କରିଛି ।।
ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତି କରିଛି, ମୋକ୍-ଡ୍ରିଲ୍ ଓ ସୀମାନ୍ତ ଅଞ୍ଚଳରେ ସାଇରନ୍ ବଜାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା ଗୋଳପୁର ବନ୍ଦର, ଆର୍ମି-ଏୟାର ଡିଫେନ୍ସ କଲେଜ୍, ଗୋଳପୁର ପୋର୍ଟ, ଆଇ.ଆର୍.ଇ.ଏଲ୍.(ଇଣ୍ଡିଆ),ଆର୍ଜିପଲ୍ଲୀ ମେରାଇନ୍ ଥାନା, ଫାୟାର ବ୍ରିଗେଡିୟର୍, ଓଡ୍ରାଫ୍ଟ-ଟିମ୍, ପୋଲିସ ପ୍ରଶାସନ, ସ୍ଵାସ୍ଥ୍ୟ ବିଭାଗ ଙ୍କ ସମେତ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଇରନ୍ ବାଜିଛି, ସଜାଗ ରହିବା ପୂର୍ବକ ବିଭି୍ନପ୍ରାନ୍ତରେ ମୋକ୍-ଡ୍ରିଲ୍ ଆରମ୍ଭ କରାଯାଇଛି । ଜନସାଧାରଣଙ୍କୁ ସତର୍କତ୍ତା ଅବଲମ୍ବନ ସାଂଗକୁ କୌଣସି କାରଣରୁ ବିସ୍ଫୋରଣ ଘଟିଲେ ଭୟଭୀତ ନ ହୋଇ ବିକଳ୍ପ ପନ୍ଥା ଗ୍ରହଣ କରିବାକୁ ପ୍ରଶାସନ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି ।

ଆଇ.ଆର୍.ଇ.ଏଲ୍.(ଇଣ୍ଡିଆ) ପ୍ଲାଣ୍ଟ କ୍ଷେତ୍ର ପରିସରରେ ଅନୁଷ୍ଠିତ ମୋକ୍-ଡ୍ରିଲ୍ ରେ ପୂର୍ବତନ ସେନାବାହିନୀ କର୍ମୀ ତଥା ଆଇ.ଆର୍.ଇ.ଏଲ୍. ପ୍ଲାଣ୍ଟ ସୁରକ୍ଷା ଅଧିକାରୀ ଡି.ଆର୍. ସାମନ୍ତ, ବରିଷ୍ଠ ପ୍ରଶାସନିକ ଅଧିକାରୀ ସମ୍ବିତ ସଂଗ୍ରାମ ଜିତ୍ ସାହୁ, ଚମାଖଣ୍ଡି ଥାନା ଅଧିକାରୀ ଇନିସପେକ୍ଟର ସବ୍ୟସାଚୀ ମଲ୍ଲ, ସକ୍ରୀୟ ଯୋଗଦାନ କରିଥିଲେ ।

ଶ୍ରୀରାମଚନ୍ଦ୍ରପୁର ସମିତିସଭ୍ୟ ଏସ୍.ଚକ୍ରପାଣି ରେଡ୍ଡୀ, କଣମଣା ସରପଞ୍ଚ ବି. ଦମୟନ୍ତୀ, ସମିତିସଭ୍ୟ ରଶ୍ମୀତା ଦେହୁରୀ ପ୍ରମୁଖ ଏହି ଅଞ୍ଚଳ ପାଇଁ ପ୍ରତିନିଧିତ୍ଵ ର ସହ ସକ୍ରୀୟ ସହଯୋଗ କରିଥିଲେ ।।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
