November 20, 2025
Home » ବାଲାଜୀ ସଂସ୍କୃତି ସଂଗଠନ ର ୧୭ ତମ ବାର୍ଷିକ ଉତ୍ସବ ସମାହିତ !

ବାଲାଜୀ ସଂସ୍କୃତି ସଂଗଠନ ର ୧୭ ତମ ବାର୍ଷିକ ଉତ୍ସବ ସମାହିତ !

0
WhatsApp Image 2025-05-08 at 6.33.13 AM

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବାଲାଜୀ ସଂସ୍କୃତି ସଂଗଠନ ତରଫରୁ ପରିଚାଳିତ ହୋଇ ଆସିଥିବା ଶ୍ରୀ ଶ୍ରୀ ବାଲାଜୀ ସ୍ବାମୀ ଙ୍କ ମନ୍ଦିରର ୧୭ ତମ ପ୍ରତିଷ୍ଠା ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି ।
ଗତ ୩୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଠାକୁରଙ୍କ ପ୍ରାତଃ-କାଳୀନ ସେବା, ପୂଜା ଓ ଅଭିଷେକ କାର୍ଯ୍ୟ ସମ୍ପନ୍ନ କରି ଠାକୁର ଙ୍କୁ ନଗର ପରିଭ୍ରମଣ କରାଇ ଶ୍ରୀ ଭେଞ୍ଜେଟେଶ୍ୱର୍ ସ୍ଵାମୀଙ୍କ ମାଙ୍ଗଳିକ କଲ୍ୟାଣ କାର୍ଯ୍ୟ ଶ୍ରୀଶ୍ରୀ ରାମାୟଣାମ୍ମା ସୌଭାଗ୍ୟ କଲ୍ୟାଣମଣ୍ଡପରେ ବିଧିବଦ୍ଧ ଭାବେ ସମାହିତ ହୋଇଯାଇଛି ।
ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ପ୍ରତିପାଦିତ କରିବା ପାଇଁ ଛତ୍ରପୁରସ୍ଥ ରିଡ଼ିଙ୍ଗରୁମ୍ ହତା ମଧ୍ୟରେ ଆୟୋଜିତ ଶାସ୍ତ୍ରୀୟ ସଙ୍ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ଗତ ସୋମବାର ସନ୍ଧ୍ୟାରେ ପରିବେଷଣ ହୋଇଥିଲା ।
ଆନ୍ଧ୍ର ପ୍ରଦେଶର ପ୍ରଖ୍ୟାତ ସଙ୍ଗୀତଜ୍ଞ ବି. ରାମଣା ମୂର୍ତ୍ତି ଙ୍କ ନିର୍ଦ୍ଦେଶନାରେ ସ୍ବତନ୍ତ୍ର ଆକର୍ଷଣରେ ବି.ଏ. ନାରାୟଣ ରାଓ, ଶ୍ରୀମତୀ ନିରୋଶା, ଶ୍ରୀମତୀ ପଦ୍ମା ଓଡ଼ିଆ ତେଲୁଗୁ, ହିନ୍ଦୀରେ ସଙ୍ଗୀତ ଗାନ କରିଥିଲେ । ଏପରିକ ଜାତୀୟସ୍ତରର ଲୋକପ୍ରିୟ ବହୁ ପ୍ରଖ୍ୟାତ କଣ୍ଠଶିଳ୍ପୀ ଯୋଗଦେଇ ଶ୍ରୀ ବୈଷ୍ଣବ ସମ୍ମତ ଭକ୍ତି ଭାବନାର ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରି ଅଗଣିତ ଦର୍ଶକଙ୍କୁ ବିମୋହିତ କରିଥିଲେ ।
ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ସ୍ଵାଗତ ସମ୍ବର୍ଦ୍ଧନା ସଭାରେ ପ୍ରସିଦ୍ଧ ବେଦ ପଣ୍ଡିତ ଜ୍ୟୋତିଷ ବିଶାରଦ ଯେ କି, ସମାଜ ପ୍ରତି ତାଙ୍କର ୪୩ ବର୍ଷ ଧରି ପୂଜାରୀ ଭାବରେ ଦୀର୍ଘ ଦିନର ତ୍ୟାଗ ନିଷ୍ଠାପର ସେବା କାର୍ଯ୍ଯ ଯୋଗୁ ଅନୁଷ୍ଠାନ ତରଫରୁ ତାଙ୍କ ପ୍ରତିଭାକୁ ସମ୍ମାନ ଜଣାଇ ଶ୍ରୀ ଆର.ଧନଞ୍ଜୟ ଆଚାର୍ୟୁଲୁ ଏବଂ ତାଙ୍କ ଧର୍ମପତ୍ନୀଙ୍କୁ ସସ୍ତ୍ରୀକ ସହ ମଞ୍ଚ ଉପରେ ଆହ୍ବାନ କରି ଉପଢ଼ୌକନ ସହ ସମ୍ୱର୍ଦ୍ଧିତ କରାଯାଇଥିଲା ।
ସେହିପରି ସଭାମଞ୍ଚରେ ସ୍ଥାନୀୟ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟି ଆଦିକନ୍ଦ ପାଣିଗ୍ରହୀ ,ବରିଷ୍ଠ ଆଇନଜୀବି ରମେଶ ଚୌଧୁରୀ, ସ୍ଵାଧୀନ କୁମାର ରଥ ଏନ୍. ପ୍ରଭାକର ରାଓ,
କେ. ରାମବାବୁ ଙ୍କ ସମେତ ମହିଳା ମଣ୍ଡଳୀଙ୍କ ଦ୍ୱାରା ଏହି ସମ୍ମାନୀତ କରାଯାଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଆଇନଜିବୀ ବି. ଶ୍ରୀନିବାସ ସଂଯୋଜନା ଓ ପରିଚାଳନା କରିଥିବା ବେଳେ ଆର୍. ରାବଣା ରାଓ ସକ୍ରୀୟ ସହଯୋଗ କରିଥିଲେ ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *