July 1, 2025
Home » ଭଗବାନ ତଥାଗତ ବୁଦ୍ଧ ଜୟନ୍ତୀ ଓ ସନ୍ଥକବି ଭୀମଭୋଇ ଜୟନ୍ତୀ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

ଭଗବାନ ତଥାଗତ ବୁଦ୍ଧ ଜୟନ୍ତୀ ଓ ସନ୍ଥକବି ଭୀମଭୋଇ ଜୟନ୍ତୀ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

0
WhatsApp Image 2025-05-11 at 4.14.20 PM

ସୁବର୍ଣ୍ଣପୁର–ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ କେଳାକଟା ହାଇସ୍କୁଲ ପଡିଆ ଠାରେ ଭଗବାନ ତଥାଗତ ବୁଦ୍ଧ ଓ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ତା 12/05/25ରିଖ ପବିତ୍ର ବୈଶାଖ ପୂର୍ଣ୍ଣିମା ଅବସରରେ ଭଗବାନ ତଥାଗତ ବୁଦ୍ଧ ଓ ସନ୍ଥକବି ଭୀମ ଭୋଇ ଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳନ କରାଯିବ l କେଳାକଟା ଭୀମ ପାହାଡ଼ ଠାରେ ବୁଦ୍ଧମୂର୍ତ୍ତି ରେ ପୂଜାର୍ଚ୍ଚନା ପରେ ଭୀମ ଭୋଇ ଙ୍କ ମାମୁଁଘର କେଳା କଟା ଗୋପପୁର ଠାରେ ଜୟନ୍ତୀ ଉତ୍ସବ ମହା ସମାରୋହ ରେ ପାଳନ କରିବା ପାଇଁ ସ୍ଥିର କରାଗଲା lଏଣୁ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଭଗବାନ ତଥାଗତ ବୁଦ୍ଧ ରାଷ୍ଟ୍ରୀୟ ଶାନ୍ତି ପରିଷଦ ଓ ଭୀମ ଭୋଇ ସ୍ମୃତି ପରିଷଦ,ଗୋପ ପୁର ଓ କେଳାକଟା ଗ୍ରାମ୍ୟ କମିଟି ମିଳିତ ସହଯୋଗ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏକ ପ୍ରସ୍ତୁତି ବୈଠକରେ ମଥୁରା ସରପଞ୍ଚ ପ୍ରଦୀପ କୁମାର କଂହର, ନିର୍ଗୁଣ ମହାକୁଡ଼,ଗୋପପୁର ୱାର୍ଡ ସଭ୍ୟ ନାରଦ ନାଏକ,ଶେଷ ଦେବ ଗାଈଗୌରିଆ, କେଳାକଟା ୱାର୍ଡ଼ ସଭ୍ୟ ପ୍ରତିନିଧି ଜ୍ୟୋତି ରଞ୍ଜନ ପ୍ରଧାନ, ଶରତ ପ୍ରଧାନ, ଗୋବର୍ଦ୍ଦନ କର୍ଣ୍ଣ, ଉତ୍ତମ ମାଝୀ, କୃତ୍ତିବାସ ପଲିଆ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ଜ୍ୟୋତି ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *