July 1, 2025
Home » ରାୟଗଡାରେ ଦ୍ବାଦଶ ରାଜ୍ୟ ମୁଏଥାଇ ଚାମ୍ପିଅନସିପ-୨୦୨୫ ଅନୁଷ୍ଠିତ

ରାୟଗଡାରେ ଦ୍ବାଦଶ ରାଜ୍ୟ ମୁଏଥାଇ ଚାମ୍ପିଅନସିପ-୨୦୨୫ ଅନୁଷ୍ଠିତ

0
WhatsApp Image 2025-05-12 at 4.58.55 PM

ରାୟଗଡ ସରକାରୀ ଜି.ବି.ଏମ ହାଇସ୍କୁଲ ପରିସରରେ ତିନି ଦିନିଆ (୯ ରୁ ୧୧ ମଇ ୨୦୨୫)ରାଜ୍ୟ ସ୍ତରୀୟ ଦ୍ବାଦଶ ରାଜ୍ୟ ମୁଏଥାଇ ଚାମ୍ପିଅନସିପ ୨୦୨୫ କ୍ରିଡ଼ା ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ନବୀନ ଚନ୍ଦ୍ର ନାୟକ ଏଡିଏମ୍(ସାଧାରଣ) ରାୟଗଡ଼ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ। ଏହି କ୍ରିଡ଼ା ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଥାଙ୍ଗ-ଟା ମାର୍ଶଲ ଆର୍ଟସ,ମୂଆଥାଇ ,ବ୍ୟାୟାମ ଭଳି ତିନୋଟି ପ୍ରତିଯୋଗିତା ରହିଥିଲା ​​।
ମଣିପୁରର ପାରମ୍ପାରିକ ମାର୍ଶଲ ଆର୍ଟ ଥାଙ୍ଗ-ତା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିଛି । ବର୍ତ୍ତମାନ ଏହା ଜାତୀୟ ବିଦ୍ୟାଳୟ ଗେମ୍ସ ଏବଂ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ଚଳିତ ବର୍ଷ ଦିଲ୍ଲୀର ଜାତୀୟ ବିଦ୍ୟାଳୟ ଥାଙ୍ଗ-ଟା ଗେମ୍ସରେ ଓଡିଶାର ଛଅଜଣ ବାଳକ ଏବଂ ଛଅଜଣ ବାଳିକା ରାଜ୍ୟ ପ୍ରତିନିଧିତ୍ୱ କରିଥିଲେ ଯେଉଁଠାରେ ଯଶରାଜ ପ୍ରଧାନ ବ୍ରୋଞ୍ଜ ପଦକ ଜିତି ରାଜ୍ୟକୁ ଗୌରବ ଆଣିଥିଲେ। ଏହା ବ୍ୟତୀତ ବିହାରର ଗୟାଠାରେ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ଥାଙ୍ଗ-ଟା ଇଭେଣ୍ଟରେ ଓଡିଶା ସରକାରଙ୍କ ସହଯୋଗରେ କେନ୍ଦୁଝର ଜିଲ୍ଲାର ସୁମିତ କିଙ୍ଗରିଙ୍ଗ ଓଡିଶାର ପ୍ରତିନିଧିତ୍ୱ କରିବେ। ଆସନ୍ତା ୨ୟ ରାଜ୍ୟ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୫ ଏବଂ ଦ୍ୱାଦଶ ରାଜ୍ୟ ମୁଏ ଥାଇ ଚାମ୍ପିଅନସିପ୍ ୨୦୨୫ ବିଷୟରେ ମଧ୍ୟ ଘୋଷଣା କରାଯାଇ ଥିଲା, ଯାହା ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଦ୍ବାଦଶ ରାଜ୍ୟ ମୁଏଥାଇ ଚାମ୍ପିଅନସିପ-୨୦୨୫ରେ ଓଡିଶାର ୧୮ଟି ଜିଲ୍ଲାର ୧୭୨ ଜଣ ମୁଏଥାଇ କ୍ରୀଡାବିତ ପ୍ରତିଯୋଗୀ ଏଥିରେ ଭାଗ ନେଇଥିବା ବେଳେ ବ୍ୟାୟାମ ପ୍ରତିଯୋଗିତାରେ ଭାଗ ନେଇ ସ୍ଵର୍ଣ୍ଣ ୭୪, ରୌପ୍ୟ ୧୭ କାଂସ୍ୟ ୦୯ଟି ପଦକ ହାସିଲ କରିଛନ୍ତି। ସେହିପରି ଥଙ୍ଗ ଟା ପ୍ରତିଯୋଗିତାରେ ସ୍ଵର୍ଣ୍ଣ ୬୫, ରୌପ୍ୟ ୧୫ କାଂସ୍ୟ ୧୦ଟି ପଦକ ହାସଲ କରିଛନ୍ତି। ଦ୍ୱିତୀୟ ଦିନରେ ଭାରତୀୟ ସୈନିକଙ୍କୁ ଉତ୍ସାହିତ କରିବା ପାଇଁ ,ସୁସ୍ଥ ଜୀବନ ପାଇଁ, ମାତୃ ଦିବସ ଅବସରରେ ପ୍ରତିଯୋଗିଙ୍କ ଦ୍ଵାରା ସ୍ଵାସ୍ଥ୍ୟ ଓ ଆରୋଗ୍ୟ ନିମନ୍ତେ ବ୍ୟାୟାମ ସମର କଳା ଓ କ୍ରିଡାର ଉପଯୋଗିତାକୁ ପ୍ରଦର୍ଶନ ସହ ଏକ ବିଶାଳ ରାଲିର ଆୟୋଜନ କରାଯାଇଥିଲା।

ତିନି ଦିବସୀୟ ଉକ୍ତ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ମୁଖ୍ୟ ଆକର୍ଷଣ ଥିଲା ବାଲିକୁଦାର ସାଢେ଼ ୦୩ ବର୍ଷର ଝିଅ ଋତୁପର୍ଣ୍ଣା ଆଚାର୍ଯ୍ୟ। ଋତୁପର୍ଣ୍ଣା ଆଚାର୍ଯ୍ୟଙ୍କ ବୟସ ଶ୍ରେଣୀରେ କୌଣସି ପ୍ରତିଯୋଗୀ ନ ଥିବାରୁ ତିନୋଟି ଇଭେଣ୍ଟରେ ଅଂଶଗ୍ରହଣ କରି ନିର୍ଦ୍ଵନ୍ଦରେ ୦୩ଟି ସ୍ୱର୍ଣ୍ଣ ପଦକ ଜିତି ପାରିଛନ୍ତି ଏବଂ ସେ ଜାତୀୟ ସ୍ତରରେ ଭାଗ ନେବେ ବୋଲି ଆୟୋଜକ ତଥା ଓଡିଶା ଥାଙ୍ଗ-ଟା ଆସୋସିଏସନର ସଭାପତି ଡକ୍ଟର ଜ୍ଞାନ ରଂଜନ ମହାନ୍ତି କହିଛନ୍ତି। ଝିଅର ସଫଳତା ପାଇଁ ପିତା ରତିକାନ୍ତ ଆଚାର୍ଯ୍ୟ ଓ ମାଆ ସାରଦା ମିଶ୍ର ଅତ୍ୟନ୍ତ ଖୁସିବ୍ୟକ୍ତ କରି ଭବିଷ୍ୟତରେ ତାଙ୍କ ଝିଅ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଉତ୍ତୀର୍ଣ୍ଣ କରିବା ନେଇ ବହୁତ ଆଶାବାଦୀ ଥିବା କହିଥିଲେ ।
ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜେତା ସମସ୍ତେ ଆସନ୍ତା ଜୁନ ମାସରେ ହରିୟଣାରେ ହେବାକୁ ଥିବା ଜାତୀୟ ମୁଏଥାଇ ଚାମ୍ପିଅନସିପ ୨୦୨୫ରେ ଓଡ଼ିଶାକୁ ପ୍ରତିନିଧିତ୍ଵ କରିବେ ବୋଲି ରବି ନାରାୟଣ ପଣ୍ଡା, ଓଡିଶା ଥାଙ୍ଗ-ଟା ଆସୋସିଏସନର ଅଧ୍ୟକ୍ଷ କହିଛନ୍ତି । ଶ୍ରୀ ମହନ୍ତୀଙ୍କ ନେତୃତ୍ୱରେ ଆୟୋଜିତ ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ୪୦ଜଣ ଅଧିକାରୀ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଓଡ଼ିଶା ଅଲମ୍ପିକ ସଂଘ ଦ୍ବାରା ଅନୁବନ୍ଧିତ “ଓଡ଼ିଶା ମୁଏଥାଇ (ଥାଇ ବଜିଂ) ୟୁନିଅନ” ପକ୍ଷରୁ; ଆର୍ଟସ ଟେମ୍ପଲ, ସୋମା- ରାୟଗଡା,ରାୟଗଡା ମୁଏଥାଇ ସଂଘର ମିଳିତ ଉଦ୍ୟମରେ ଉକ୍ତ ତିନିଦିନିଆ କାର୍ଯ୍ୟକ୍ରମରେ ରାୟଗଡାର ମାନ୍ୟ ଗଣ୍ୟ ବ୍ୟକ୍ତିତ୍ଵଙ୍କ ଅତିଥିରୂପେ ମଞ୍ଚ ଅଳଙ୍କୃତ କରି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହ ସମସ୍ତ କାର୍ଯ୍ୟକ୍ରମ ସଫଳତା ସହ ସମ୍ପନ୍ନ ହୋଇଥିଲା ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *