ଧର୍ମ ପ୍ରାଣ ମହିଳାଙ୍କ ପରଲୋକ ।ବିଭିନ୍ନ ମହଲରେ ଶୋକ ।
ପାରାଦୀପ,(ଉତ୍କଳ ସମାଜ)ଶ୍ରୀ ସତ୍ୟସାଇ ସେବା ସଂଗଠନ ଟ୍ରଷ୍ଟ ର ସଭ୍ୟ ତଥା ଷ୍ଟିଭେଡୋର୍ସ ଆସୋସେସନ ର ସମ୍ପାଦକ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ପଟ୍ଟନାୟକ ଙ୍କ ଧର୍ମପତ୍ନୀ ଶ୍ରୀମତୀ ନନ୍ଦିନୀ ପଟ୍ଟନାୟକ ଶୁକ୍ରବାର ସକାଳ ୮ ଘଟିକା ସମୟରେ ଇହଲୀଳା ସମ୍ବରଣ କରିଛନ୍ତି ।ସେ ଜଣେ ଧର୍ମ ପରାୟଣ, ମେଳାପି,ମିଷ୍ଟଭାଷୀ,ପରୋପକାରୀ ଏବଂ ଶ୍ରୀ ସତ୍ୟସାଇ ବାବାଙ୍କ ର ପରମ ମହିଳା ଭକ୍ତ ଥିଲେ ।

ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ,ବୋହୂ,ଝିଅ, ଜ୍ୱାଇଁ, ଜ୍ଞାତି ସହୋଦର ଉପସ୍ଥିତ ଥିଲେ ।ତାଙ୍କର ପୁତ୍ର ଶ୍ରୀଯୁକ୍ତ ସତ୍ୟସ୍ବରୂପ ପଟ୍ଟନାୟକ ସତ୍ୟସାଇ ସେବା ସଂଗଠନର ରାଜ୍ୟ ସଭାପତି ଅଛନ୍ତି ।ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ସାଇ ପ୍ରେମୀ ଭକ୍ତ ମାନେ ମର୍ମାହତ ହୋଇଛନ୍ତି ।ତାଙ୍କର ଶବକୁ ରାମ ମନ୍ଦିର ପାଖ ସତ୍ୟସାଇ ମନ୍ଦିରକୁ ନିଆଯାଇ ସତ୍ୟ ନଗର ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା ।ତାଙ୍କ ବିୟୋଗରେ ପାରାଦୀପ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
