September 27, 2026
Home » ବିଶ୍ୱ ପର୍ଯ୍ୟଟନ ଦିବସରେ ବ୍ରହ୍ମପୁରରେ ‘ଓଡ଼ିଶା ପ୍ରୋମୋ ରନ୍’

ବିଶ୍ୱ ପର୍ଯ୍ୟଟନ ଦିବସରେ ବ୍ରହ୍ମପୁରରେ ‘ଓଡ଼ିଶା ପ୍ରୋମୋ ରନ୍’

0
WhatsApp Image 2026-09-27 at 2.46.33 PM

 

ମହିଳା ବର୍ଗରେ ସାନିଆ ମଲ୍ଲିକ, ପୁରୁଷ ବର୍ଗରେ କାହ୍ନୁ ପ୍ରଧାନ ପ୍ରଥମ

ବ୍ରହ୍ମପୁର, : ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ସମ୍ଭାବନା ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରଚାର-ପ୍ରସାର ଉଦ୍ଦେଶ୍ୟରେ ବ୍ରହ୍ମପୁରରେ ‘ଓଡ଼ିଶା ପ୍ରୋମୋ ରନ୍’ ଆୟୋଜିତ ହୋଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ଯୋଗଦେଇ ଗଞ୍ଜାମର ସମୃଦ୍ଧ ପ୍ରାକୃତିକ, ଐତିହାସିକ ଓ ସାଂସ୍କୃତିକ ପର୍ଯ୍ୟଟନ ସମ୍ଭାବନାର ପ୍ରଚାର-ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ।

ମେୟର ସଂଘମିତ୍ରା ଦଳାଇ ଗଞ୍ଜାମର ପର୍ଯ୍ୟଟନସ୍ଥଳୀଗୁଡ଼ିକର ବ୍ୟାପକ ପ୍ରଚାର ସହ ଯୁବପିଢ଼ିଙ୍କୁ ପର୍ଯ୍ୟଟନ କ୍ଷେତ୍ର ସହ ଯୋଡ଼ିବା ପାଇଁ ଆହ୍ୱାନ ଦେଇଥିଲେ। ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଗଞ୍ଜାମର ପର୍ଯ୍ୟଟନ ଐତିହ୍ୟ ଓ ଅପାର ସମ୍ଭାବନା ଉପରେ ଆଲୋକପାତ କରି ଏଭଳି ଆୟୋଜନ ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ପର୍ଯ୍ୟଟନ ପ୍ରତି ଆଗ୍ରହ ଓ ଅଂଶଗ୍ରହଣ ଆହୁରି ବୃଦ୍ଧି ପାଇବ ବୋଲି କହିଥିଲେଓଡ଼ିଶା ପ୍ରୋମୋ ରନ୍’ରେ ମହିଳା ବର୍ଗରେ ସାନିଆ ମଲ୍ଲିକ, ଅସୀମା ମଲ୍ଲିକ ଓ ଗୁଡଲି ମଲ୍ଲିକ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ପୁରୁଷ ବର୍ଗରେ କାହ୍ନୁ ପ୍ରଧାନ, ବଳରାମ ଗୌଡ଼ ଓ ଦୀପକ ଡାଙ୍ଗୁଆ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିଲେ।ଏହି ଅବସରରେ ଜିଲ୍ଲାସ୍ତରୀୟ କୁଇଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ବର୍ଗରେ ରୁଦ୍ର ପରିଚ୍ଛା, ଶିବଶଙ୍କର ସାସମଲ ଓ ମଳୟ ରଞ୍ଜନ ମହାପାତ୍ର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିବା ବେଳେ ଅନ୍ୟ ବର୍ଗରେ ଶିବ ପ୍ରସାଦ ମହାପାତ୍ର, ଡି. କାଜଲ ପାତ୍ର ଓ ରବି ଶଙ୍କର ପାଢ଼ୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଏହି କାର୍ଯ୍ୟକ୍ରମରେ ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ବ୍ରହ୍ମପୁର ସାଂସଦଙ୍କ ପ୍ରତିନିଧି ବାଳକୃଷ୍ଣ ସାମନ୍ତରାୟ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକାର, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ଆକବରମ୍ ସସ୍ୟା ରେଡ୍ଡୀ, ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର କୁମାର ଜେନା ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜନକ କୁମାର ତରାଇଙ୍କ ସମନ୍ୱୟରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ଶିବାନନ୍ଦ ବାରିକ ମଞ୍ଚ ସଂଯୋଜନା କରିଥିଲେ। ହାବିଲଦାର ସୀମାଞ୍ଚଳ ବାରିକ ପ୍ରମୁଖ ସହଯୋଗ କରିଥିଲେ।ପୁରୀ କୋଷ୍ଟାଲ ମାରାଥନ ସହ ସମନ୍ୱୟରେ ଆୟୋଜିତ ଏହି ୫ କିଲୋମିଟର ଦୌଡ଼ରେ ୭୫୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *