ନବରଙ୍ଗପୂର ଠାରେ ଧରତି ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ ସଚେତନତା ଓ ପରିପୃକ୍ତତା କାର୍ଯ୍ୟକ୍ରମ
ଆସନ୍ତା ୧୫ ଜୁନ ରୁ ୩୦ ଜୁନ ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ
ନବରଙ୍ଗପୁର କୋଷଗୁମୁଡ଼ା ବ୍ଲକ ସମ୍ମିଳନୀ ଗୃହରେ ଆୟୋଜିତ ଜନ ଶୁଣାଣୀ ଶିବିରରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର କୋସାଗୁମୁଡା ବ୍ଲକ୍ରେ ଆୟୋଜିତ ଜନଶୁଣାଣୀ ସଭାରେ ଉପସ୍ଥିତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ସ୍ବାଗତ କରି “ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ” ଅଧୀନରେ ସଚେତନତା ଓ ସେଚୁରେସନ କାର୍ଯ୍ୟକ୍ରମ ବିଷୟରେ ବୈଠକକୁ ସମ୍ବୋଧନ କରିଥିଲେ, ଯାହା ୧୫ ଜୁନ୍ ରୁ ୩୦ ଜୁନ୍, ୨୦୨୫ ପର୍ଯ୍ୟନ୍ତ ସାରା ଜିଲ୍ଲାରେ ଚାଲିବ। ଏହି ଅଭିଯାନର ଅଂଶରୂପେ DA-JUGA ପ୍ରୋଗ୍ରାମ୍ ଅଧୀନରେ ୧୬୯ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୫୩୬ଟି ଗ୍ରାମରେ ବିଶେଷ କ୍ୟାମ୍ପ ଆୟୋଜିତ କରାଯିବ । ଯେଉଁଥିରେ ସରକାରୀ ଯୋଜନାମାନଙ୍କର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ସୁନିଶ୍ଚିତ କରାଯିବ।

ଆଧାର କାର୍ଡ, ରାସନ କାର୍ଡ, ଆୟୁଷ୍ମାନ ଭାରତ କାର୍ଡ, ଜାତି ପ୍ରମାଣପତ୍ର, ପିଏମ୍-କିସାନ୍, ଓ ଜନଧନ ଆକାଉଣ୍ଟ ଭଳି ଜନ ହିତକର ସେବା ଉପରେ ବିଶେଷ କାର୍ଯ୍ୟକ୍ରମ ଗ୍ରହଣ କରାଯିବ।ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ଏବଂ ଧରତି ଆବା ପ୍ରୋଗ୍ରାମ୍ର ନୋଡାଲ୍ ଅଧିକାରୀଙ୍କୁ ଏହି କ୍ୟାମ୍ପେନର ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ନିଯୁକ୍ତ କରାଯାଇଛି। ପି ଏ, ଆଇ ଟି ଡି ଏ ତଥା ଜିଲ୍ଲାରେ ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଆବାହକ ରାଜୀବ କୁମାର ସାହୁ ଏହି ଅଭିଯାନ ଅନ୍ତର୍ଗତ ଜିଲ୍ଲାରେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ଅନୁମୋଦନ ଉପରେ କହିଥିଲେ। ନବରଙ୍ଗପୁର ଜିଲ୍ଲାରେ ଧରତି ଅବା ଅଭିଆନ୍ ଅଧୀନରେ ଥିବା ୧୨ଟି ଆଦିବାସୀ ହଷ୍ଟେଲ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ବିଶେଷ ପ୍ରଭାବ ପଡ଼ିବ ବୋଲି ଜିଲ୍ଲାପାଳ କହିଥିଲେ । ଜିଲ୍ଲାରେ ୧୦ଟି ୧୦୦ ଶଯ୍ୟା ବିଶିଷ୍ଟ ବାଳକ ଓ ବାଳିକା ଛାତ୍ରାବାସ, ୨ଟି ୨୦୦ ଶଯ୍ୟା ବିଶିଷ୍ଟ ବାଳକ ଓ ବାଳିକା ଛାତ୍ରାବାସ, ୪ଟି ଅତିରିକ୍ତ ଶ୍ରେଣୀଗୃହ ଏବଂ ଏହି ପ୍ରକଳ୍ପଗୁଡିକ ପାଇଁ ମୋଟ ୪୦୮୦ ଲକ୍ଷ ଟଙ୍କା ଅନୁମୋଦିତ ହୋଇଛି।ଏହା ପୂର୍ବରୁ ୨୦୨୪ ଜୁନ୍ ଓ ଜୁଲାଇ ମାସରେ ଏକ ସିକେଲ ସେଲ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏହା ଉପରେ ବିଶେଷ ଶିବିର ମଧ୍ଯ ଅନୁଷ୍ଠିତ ହେବ। ଏହି ଧରତି ଆବା ଅଭିଯାନ କାର୍ଯ୍ୟକ୍ରମରେ ଏକ ଜିଲ୍ଲା ସ୍ତରୀୟ ମନ୍ଥନ ଶିବିର ପୂର୍ବରୁ ମଧ୍ୟ ଆୟୋଜିତ ହୋଇଥିଲା, ଯାହାର ଉଦ୍ଦେଶ୍ୟ ଥିଲା ସରକାରୀ ଯୋଜନାମାନଙ୍କ ଉପରେ ସଚେତନତା ବୃଦ୍ଧି ଓ ଏକତା ସୃଷ୍ଟି କରିବା।
ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
