July 1, 2025
Home » ଇପିଏ ଉଇକ୍ଳି ସମ୍ପାଦକଙ୍କ ବିୟୋଗରେ ଆଞ୍ଚଳିକ ସାମ୍ବାଦିକ ସଂଘ, ଗଣିଆ ତରଫରୁ ଶୋକ

ଇପିଏ ଉଇକ୍ଳି ସମ୍ପାଦକଙ୍କ ବିୟୋଗରେ ଆଞ୍ଚଳିକ ସାମ୍ବାଦିକ ସଂଘ, ଗଣିଆ ତରଫରୁ ଶୋକ

0
WhatsApp Image 2024-08-22 at 12.48.06 PM

 

 

ଗଣିଆ (ଇପିଏ) ଭୂବନେଶ୍ବରରୁ ପ୍ରକାଶିତ ସାପ୍ତାହିକ ଖବରକାଗଜ “ଇପିଏ”ଉଇକ୍ଳିର ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ଫଟୋ ସାମ୍ବାଦିକ ଅନିଲ ପ୍ରସାଦ ମିଶ୍ରଙ୍କ ଅକାଳ ବିୟୋଗରେ ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘ ତରଫରୁ ଶୋକ ପ୍ରକାଶ କରାଯାଇଛି । ଆଞ୍ଚଳିକ ସାମ୍ବାଦିକ ସଂଘର ସଭାପତି ଅଖିଳ ବିହାରୀ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ଦେବୀ ପ୍ରସାଦ ଦାଶ, ଉପସଭାପତି ସରୋଜ କୁମାର ଦାଶ, ସମ୍ପାଦକ ବ୍ରଜବନ୍ଧୁ ଦେହୁରୀ, ସହ ସମ୍ପାଦକ ପ୍ରିୟବ୍ରତ ଷଡ଼ଙ୍ଗୀ, ଉପଦେଷ୍ଟା ବ୍ରଜକିଶୋର ସାହୁ ପ୍ରମୁଖ ତାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଇପିଏର ମୁଖ୍ୟ ସମ୍ପାଦକ ଭାବରେ ତାଙ୍କର କଲମ ମୁନରେ ନିର୍ଭିକତା ବାରି ହୋଇପଡୁଥିଲା । ରାଜ୍ୟ ଜଣେ ବରିଷ୍ଠ ତଥା ନିର୍ଭିକ ସାମ୍ବାଦିକଙ୍କୁ ହରାଇଲା ବୋଲି ଆଞ୍ଚଳିକ ସାମ୍ବାଦିକ ସଂଘର କାର୍ଯ୍ୟକାରି ସଭାପତି ତଥା ମଣିଭଦ୍ରା ଖବରର ମୁଖ୍ୟ ସମ୍ପାଦକ ଦେବୀ ପ୍ରସାଦ ଦାଶ ମତବ୍ୟକ୍ତ କରିଥିଲେ । ତାଙ୍କର ଆତ୍ମାର ସଦଗତି ନିମନ୍ତେ ସଂଘ ତରଫରୁ ନିରବ ପ୍ରାର୍ଥନା କରିବା ସହିତ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜ୍ଞାପନ କରାଯାଇଛି ।

 

ଗଣିଆରୁ ବ୍ରଜ କିଶୋର ସାହୁଙ୍କ ରିପୋର୍ଟ ଇପିଏ

Leave a Reply

Your email address will not be published. Required fields are marked *