କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକଙ୍କ ମାତୃ ବିୟୋଗ

ରାୟଗଡ଼ ସହର ମିଶନ ବଙ୍ଗଳା ନିକଟସ୍ଥ ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡାଙ୍କ ତଥା ସ୍ବର୍ଗତ ନୃସିଂହ ନାଥ ପଣ୍ଡାଙ୍କ ଧର୍ମପତ୍ନୀ ରଜନୀଗନ୍ଦା ପଣ୍ଡା ୮୨ ବର୍ଷରେ ନିଜ ବାସଗୃହରେ ଗୁରୁବାର ସକାଳୁ ୯ଘଣ୍ଟା ସମୟରେ ପରଲୋକ ହୋଇଛନ୍ତି। ଭଗବାନ କୃଷ୍ଣଙ୍କ ସେବାରେ ନିଜକୁ ବ୍ରତୀ କରିଥିବା ଧର୍ମ ପରାୟଣ ମହିଳା ରଜନୀଗନ୍ଦା ପଣ୍ଡାଙ୍କ ପରଲୋକ ଘଟିଛି। ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ପୁଅ ଦୁର୍ଗା ପ୍ରସାଦ ପଣ୍ଡା ମୁଖାଗ୍ନି ଦେଇଥିଲେ। ସାଂସଦ ସପ୍ତଗୀରି ଶଙ୍କର ଉଲ୍ଲାକା, ବିଧାୟକ କାଡ୍ରାକା ଆପୋଲସ୍ବାମୀ , ବିଷମକଟକ ନିଳମାଧବ ହିକକା, ଗୁଣପୁର ସତ୍ଯଜିତ ଗମାଙ୍ଗ ଏବଂ ବହୁ ମାନ୍ୟଗଣ୍ୟ ବ୍ଯକ୍ତି ଉପସ୍ଥିତ ଥିଲେ। ବହୁ ମାନ୍ୟଗଣ୍ୟବ୍ୟକ୍ତି ତାଙ୍କ ବାସଭବନରେ ଏବଂ ପୁରୀ ସ୍ବର୍ଗଦ୍ବାରରେ ଶେଷଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି। ତାଙ୍କ ବିୟୋଗରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )