ଓଡ଼ିଶା ଭିଜିଲାନ୍ସ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ଡାଇରେକ୍ଟର, ୱାଟରଷେଡ ଏବଂ ତିନିଜଣ ଅଧିକାରୀଙ୍କୁ ଏନଆରଇଜିଏ ଅଧୀନରେ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସରକାରୀ ଅର୍ଥ ହଡପ କରିଥିବା ଅଭିଯୋଗରେ ଗିରଫ ସହ କୋର୍ଟ ଚାଲାଣ

ରାୟଗଡା ଜିଲ୍ଲାର କାଶିପୁର ବ୍ଲକ ଅନ୍ତର୍ଗତ ଏନଆରଇଜିଏ ଅଧୀନରେ ବିନା ପୋଖରୀ ଖୋଳି ଆସିଥିବା ସରକାରୀ ଅନୁଦାନ ଅପବ୍ୟବହାର ଅଭିଯୋଗରେ ଗୁରୁବାର ଦିନ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଛି ରାୟଗଡା ଜିଲ୍ଲାର ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଚାରି ଅଧିକାରୀଙ୍କୁ । ଏନେଇ ଗୁରୁବାର ଦିନ ଅପରାହ୍ନ ୪.୩୦ ସମୟରେ ଜୟପୁର ଠାରେ ସ୍ତିତ କୋରାପୁଟ ଖଣ୍ଡର ଦୁର୍ନୀତି ନିବାରଣ ବିଭାଗର ଆରଖି ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭିଜିଲାନ୍ସ ଏସପି ରବିନ୍ଦ୍ର କୁମାର ପଣ୍ଡାଙ୍କ ଦ୍ଵାରା ଦିଆଯାଇଥିବା ବିସ୍ତୃତ ସୂଚନା ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧୨୪ଟି ପଖୋରି ଖଳା ସକାଶେ ଫାର୍ମ ପଣ୍ଡ ବାବଦକୁ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସରକାରୀ ଅନୁଦାନ ଆସିଥିଲା । ତନ୍ମଧ୍ୟରୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାୟାଗଡା ଜିଲ୍ଲାର କାଶୀପୁର ବ୍ଲକର ବିଭିନ୍ନ ଗ୍ରାମରେ ୨ ଲକ୍ଷ ଟଙ୍କା ହିସାବରେ ୨୩ ଟି ବିନା ଫାର୍ମ ପୋଖରୀ ଖଳି ଯବ କାର୍ଡଧାରୀଙ୍କ ଖାତାରୁ ୨୦ ଲକ୍ଷ୍ୟ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ସରକାରୀ ଅର୍ଥ ହଡପ କରିଥିବା ଜଣାପଡିବା ପରେ ଓଡ଼ିଶା ଭିଜିଲାନ୍ସ ବିଷୟଟିକୁ ଗୁରୁତର ସହ ନେଇ ତଦନ୍ତ ପ୍ରକ୍ରିୟା ଜାରି ରଖିଥିଲେ । ତଦନ୍ତ ସମୟରେ ସରକାରୀ ଅର୍ଥ ହଡପ କରିଥିବା ସତ୍ୟତା ପ୍ରମାଣ ହେବା ପରେ ଚାରି ଅଭିଯୁକ୍ତ ଯଥା ଶ୍ରୀ ରାଜେନ୍ଦ୍ର ନାଥ ନାୟକ, ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ-କମ-ପ୍ରୋଜେକ୍ଟ ନିୟୋଜନ ଏଜେନ୍ସି (ଏପିଡି-କମ-ପିଏଏ) (ଶ୍ରେଣୀ -୧), ଯଗେନ୍ଦ୍ରଖସ୍ଲା ମୃତ୍ତିକା ସଂରକ୍ଷଣ ପର୍ଯ୍ୟବେକ୍ଷକ ,ଶ୍ରୀ ଦୀପକ କୁମାର ସାହୁ ମୃତ୍ତିକା ସଂରକ୍ଷଣ ପର୍ଯ୍ୟବେକ୍ଷକ, ଶ୍ରୀକୁମାର ନାୟକ ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମୀମାନେ ଶ୍ରମିକଙ୍କ ଖାତାରେ ଜମା କରି ଉକ୍ତ ଜମାରାଶିକୁ ଶ୍ରମିକଙ୍କ ଆଙ୍ଗୁଠି ଛିନ୍ନ ନେଇ ଲକ୍ଷାଧିକ ଟଙ୍କା ହଡ଼ପ କରି ଉଠେଇ ନେଇଥିବା ବେଳେ ଭିଜିଲାନ୍ସ ଦଳ ଦ୍ୱାରା ଯାଞ୍ଚ କଲେ ଅଧିକନ୍ତୁ, କାଶିପୁର ବ୍ଲକର ଦୂର ତଥା ଜଙ୍ଗଲ ଅଞ୍ଚଳରେ ପୋଖରୀଗୁଡ଼ିକ ଥିବାରୁ ଚାଷ ପୋଖରୀ ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଛି।
ଏହି ପରିପ୍ରେକ୍ଷୀରେ, ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କୋରାପୁଟ ଭିଜିଲାନ୍ସ ପୀଏସ କେସ୍ ନମ୍ବର ୨୦ ତାରିଖ ,୨୧/୦୫/୨୫ରେ ପଞ୍ଜୀକୃତ ହୋଇଛି। ଉକ୍ତ ମାମଲାରେ ତଦନ୍ତ ଜାରି ରହିଥିବା କହିଛନ୍ତି ।
ପ୍ରକାଶ ଥାଉ କି ଯେ ଏଥିପୂର୍ବରୁ କାଶିପୁର ବ୍ଲକରେ କଫି ପ୍ଲାଣ୍ଟଏସନର ମହାଦୁର୍ନୀତି ଅଭିଯୋଗ ପରେ ପୂର୍ବତନ ପ୍ରକଳ୍ପ ଅଧିକାରୀ ଡ଼..ଦୟାନିଧି ବାଗଙ୍କ ମଧ୍ୟ ଅନ୍ତର୍ଭୁକ୍ତ ଥିବା ପ୍ରମାଣିତ ହେବାର ସମ୍ଭାବନା ରହିଛି ବୋଲି କହିଥିଲେ ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ