July 1, 2025
Home » ତରଭା ଜବାହାର ନବୋଦୟ ବିଦ୍ୟାଳୟ ର ଛାତ୍ର /ଛାତ୍ରୀଙ୍କୁ ଶାରୀରିକ ଶିକ୍ଷା ଶିକ୍ଷକଙ୍କ ନିର୍ଯ୍ୟାତନା ଅଭିଯୋଗ ।

ତରଭା ଜବାହାର ନବୋଦୟ ବିଦ୍ୟାଳୟ ର ଛାତ୍ର /ଛାତ୍ରୀଙ୍କୁ ଶାରୀରିକ ଶିକ୍ଷା ଶିକ୍ଷକଙ୍କ ନିର୍ଯ୍ୟାତନା ଅଭିଯୋଗ ।

0
WhatsApp Image 2024-08-24 at 1.22.48 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ତରଭା ଜବାହାର ନବୋଦୟ ବିଦ୍ୟାଳୟ ର ଦଶମ ଶ୍ରେଣୀର ଜଣେ ଛାତ୍ର, ଜରୁରୀ କାଳୀନ ଫୋନ ନମ୍ବର ୧୦୯୮ କୁ ଫୋନ ଯୋଗେ ଗତକାଲି ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଚାଇଲ୍ଡ ହେଲ୍ପ ଲାଇନ କୁ ଯୋଗାଯୋଗ କରିଥିଲେ । ସୁଜିତ କୁମାର ମିଶ୍ର ସଙ୍ଗେ ସଙ୍ଗେ କଲ ପାଇବା ପରେ ଶିଶୁ କଲ୍ୟାଣ ସମିତି ଙ୍କୁ ପତ୍ର ମାଧ୍ୟମରେ ଜଣାଇଥିଲେ । ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ସଂକର୍ଷଣ ପଣ୍ଡା , ଶିଶୁ ମଙ୍ଗଳ ସଦସ୍ୟ ଶାନ୍ତନୁ କୁମାର କର୍ଣ୍ଣ , ହେମନ୍ତ କୁମାର ସା, ସୁଜିତ କୁମାର ମିଶ୍ର, ସୁବର୍ଣ୍ଣପୁର ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଚାଇଲ୍ଡ ହେଲ୍ପ ଲାଇନ ର ସୁଜିତ କୁମାର ମିଶ୍ର , କାଉନସିଲର ଚାଇଲ୍ଡ ହେଲ୍ପ ଲାଇନ ର ସୁଧୀର କୁମାର ଦାସ , ପ୍ରଶାନ୍ତ ମାହାକୁଡ, ଡିସିପିୟୁ ଙ୍କ ମିଳିତ ଉଦ୍ୟମରେ ନବୋଦୟ ବିଦ୍ୟାଳୟ କୁ ଯାଇ ଉକ୍ତ ଶିଶୁ କୁ ପଚାରି ବୁଝିଥିଲେ।

ଶାରୀରିକ ଶିକ୍ଷା ଶିକ୍ଷକ ମନମୋହନ ପଟେଲ ତାର ଚୁଟିକୁ ଟାଣି ଘୋଷାରିନେଇ ଡ୍ରେନ ରେ ପକେଇବାକୁ ଚେଷ୍ଟା କରୁଥିଲେ ଯେଉଁଠିକି ଭଙ୍ଗା କାଚ ପଡିଥିଲା l ସେଥିପାଇଁ ଶିଶୁ ଟି ଶିକ୍ଷକଙ୍କଠୁ ଛଡେଇ ହେବାକୁ ଯାଇ ତଳେ ପଡି ଯାଇଥିଲା l ଯେଉଁଥିରେ କି ଛାତ୍ର ର ମୁଣ୍ଡରେ ଭୀଷଣ ଆଘାତ ଲାଗିଛି। ତେଣୁ ଶିଶୁ ର ମୁଣ୍ଡ ବୁଲେଇବା ସହ ବାନ୍ତି ଲାଗିବା କଥା କହିଥିଲା ଉକ୍ତ କମିଟି l ତୁରନ୍ତ ଭୀମ ଭୋଇ ମେଡିକାଲ କୁ ସ୍ଥାନାନ୍ତରିତ କରିବାକୁ ପରାମର୍ଶ ଦେଇଥିଲେ। ଯୁଗ୍ମ କମିଟି ଆଗରେ ଛାତ୍ର / ଛାତ୍ରୀ ମାନେ ସ୍ବେଚ୍ଛା କୃତ ଭାବେ କହିଥିଲେ ଯେ ଶିକ୍ଷକ ଙ୍କ ଏହିପରି ଅଭ୍ଯାସ ଆଗରୁ ମଧ୍ୟ ଅଛି । ଉକ୍ତ ବିଦ୍ୟାଳୟ ର ହାଉସ ମାଷ୍ଟର ପିଲାମାନଙ୍କୁ ଡରେଇ ଧମକେଇ କାହାକୁ ନ ଜଣେଇବାକୁ ତାଗିଦ୍ କରିଥାନ୍ତି । ତେଣୁ ଏହାର ବିହିତ ପଦକ୍ଷେପ ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଭାବକ ଏବଂ ଜନସାଧାରଣରେ ଦାବି ହେଉଛି।

 

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *