ତୃତୀୟ ଦିବସ ପ୍ରଥମ ମ୍ୟାଚ ରେ ସୁପର ଜାଏଣ୍ଟସ୍ ୩ ୱିକେଟ ରେ ଓ ଦ୍ଵିତୀୟ ମ୍ୟାଚ୍….ଦଳ ବିଜୟୀ

ସୁବର୍ଣ୍ଣପୁର: ସୋନପୁର ପ୍ରୀମିଅର୍ ଲିଗ୍ ୩ ୟ ସଂସ୍କରଣ ର ତୃତୀୟ ଦିବସ ର ପ୍ରଥମ ମ୍ୟାଚ ଆଜି ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ୍ ଠାରେ ଟିମ ଡୋମିନେଶନ ତରଭା ଓ ସୋନପୁର ସୁପର ଜାଏଣ୍ଟସ୍ ମଧ୍ୟରେ ଅନୁଷ୍ଟିତ ହୋଇଛି l
ଅତିଥି ଭାବରେ ସୋନପୁର ମହାନଦୀ ଧାରା ର ଡାଇରେକ୍ଟର ପ୍ଲାବନ ମହାପାତ୍ର, ଆଇନଜୀବୀ ସୁରେଶ ଷlଣ୍ଢ, ଏସ ଡି ସି ଏ ପିଚ୍ କ୍ୟୁରୋଟର ସୁଦର୍ଶନ ପାତ୍ର, କୋଚ୍ ରାଜେନ୍ଦ୍ର ନାରାୟଣ ମିଶ୍ର , ଏସ ପି ଏଲ୍ କମିଟି ଅଧ୍ୟକ୍ଷ ବି.ସତ୍ୟ ନାରାୟଣ ରାଓ ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ l ସୋନପୁର ସୁପର ଜାଏଣ୍ଟସ୍ ଦଳ ପ୍ରଥମେ ଟସ୍ ଜିଣି ଫିଲ୍ଡିଂ ନିଷ୍ପତ୍ତି ନେଇ ଥିଲା l ଟିମ୍ ଡୋମିନେଶନ ତରଭା ପ୍ରଥମେ ବ୍ୟାଟିଂ କରି ୧୩ ଓଭର ରେ ୬୨ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲେ l ଦଳ ପକ୍ଷରୁ ବିଶ୍ବ ରଞ୍ଜନ ସାଗର ୨୦ ରନ୍ ଓ ମହମ୍ମଦ ବିଲାଇ ୧୩ ରନ କରିଥିବା ବେଳେ ଧୃବ ପ୍ରହରୀ ୨ ୱିକେଟ ଓ ଭୀଷ୍ମ ହରିପାଲ , ଆବ୍ରରୁଲ ହକ ୧ ଟି ଲେଖାଏଁ ୱିକେଟ ହାସଲ କରିଥିଲେ l ମାତ୍ର ସୁପର ଜାଏଣ୍ଟସ ଦଳ ୧୦.୦୨ ଓଭର ରେ ୬୬ ରନ କରି ୭ ୱିକେଟ୍ ରେ ମ୍ୟାଚ୍ ବିଜୟୀ ହୋଇଛି l ଦଳ ପକ୍ଷରୁ ଭୀଷ୍ମ ହରିପାଲ ୩୦ ରନ ଓ ଆକାଶ ପାତ୍ର ୧୩ ରନ କରିଥିବା ବେଳେ ରାକେଶ ସାହୁ ୩ ୱିକେଟ ହାସଲ କରିଥିଲେ l ତରଭା ର କାଳୀ ଚରଣ ଦାସ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ ହୋଇଥିଲେ l
ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ ବି.ଏସ.ରାଓ ପ୍ରଦାନ କରିଥିବା ବେଳେ ବିଶ୍ୱଜିତ୍ ପୁରୋହିତ ଓ ଶ୍ରିବନ୍ତ ନାୟକ ମ୍ୟାଚ୍ ପରିଚାଳନା କରିଥିଲେ l ଦିନେଶ ଘିବିଲା ଓ ବିଶ୍ଵନାଥ ନାୟକ ସ୍କୋରର ଭାବେ ଦାୟିତ୍ବ ତୁଲାଇ ଥିଲେ l ଜିଲ୍ଲା କ୍ରିକେଟ ସଂଘ ସଭାପତି ରାମ ଶଙ୍କର ସାହୁ, ସମ୍ପାଦକ ପ୍ରଦୀପ ସେଠୀ, ବରିଷ୍ଠ ସଦସ୍ୟ ଶ୍ୟାମ ସୁନ୍ଦର ପାତ୍ର, ସୁଧାଂଶୁ ଶେଖର ମିଶ୍ର, ବାଙ୍କା ବିହାରୀ ମହଲା, ପ୍ରଦୀପ୍ତ ସେଠୀ, ରାଜେନ୍ଦ୍ର ମିଶ୍ର , ପାର୍ଥ କର ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଆଜି ର ଦ୍ଵିତୀୟ ମ୍ୟାଚ୍ ମା ମାହେଶ୍ଵରୀ ସ୍ପୋଟିଂ ଉଲୁଣ୍ଡା ଓ ରାମ ଇଲେଭେନ୍ ଦଳ ମଧ୍ୟରେ ଅନୁଷ୍ଟିତ ହୋଇଥିଲା l ମୁଖ୍ୟ ଅତିଥି ଭାବରେ ଏହି ମ୍ୟାଚ୍ କୁ ପି ଏନ୍ ବି ମ୍ୟାନେଜର ଶ୍ୟାମ ମହାଲିଙ୍ଗ ଉଦଘାଟନ କରିଥିଲେ l ମା ମାହେଶ୍ଵରୀ ସ୍ପୋଟିଂ ପ୍ରଥମେ ବ୍ୟାଟିଂ କରି ସୋନପୁର ରାମ ଇଲେଭେନ୍ ଦଳ କୁ ୧୨୮ ରନ ଟାର୍ଗେଟ ଦେଇଥିଲା l ଦଳ ପକ୍ଷରୁ ଅଭିଳାଷ ନାଏକ୍ ସର୍ବାଧିକ ୩୮ ରନ କରିଥିବା ବେଳେ ବିଷ୍ଣୁ ନାଏକ ୪ ଟି ୱିକେଟ ହାସଲ କରିଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର