July 1, 2025
Home » ଫିଟ୍ ଇଣ୍ଡିଆ ହିଟ୍ ଇଣ୍ଡିଆ ପାଇଁ ମାରୱାଡି ଯୁବା ମଞ୍ଚ ର ସଚେତନତା କାର୍ଯ୍ଯ କ୍ରମ, ସାଇକଲ ରାଲି ରେ ସାମିଲ୍ ହେଲେ ଆରକ୍ଷୀ ଅଧିକ୍ଷକ l

ଫିଟ୍ ଇଣ୍ଡିଆ ହିଟ୍ ଇଣ୍ଡିଆ ପାଇଁ ମାରୱାଡି ଯୁବା ମଞ୍ଚ ର ସଚେତନତା କାର୍ଯ୍ଯ କ୍ରମ, ସାଇକଲ ରାଲି ରେ ସାମିଲ୍ ହେଲେ ଆରକ୍ଷୀ ଅଧିକ୍ଷକ l

0
WhatsApp Image 2024-08-25 at 2.00.38 PM

ସୁବର୍ଣ୍ଣପୁର –ଇଣ୍ଡିଆ ହିଟ୍ ଇଣ୍ଡିଆ ଲକ୍ଷ୍ୟ ନେଇ ଆଜି ସୁବର୍ଣ୍ଣପୁର ମାରୱାଡ଼ି ଯୁବାମଞ୍ଚ ପକ୍ଷରୁ ମାରୱାଡି ଧର୍ମଶାଳା ଠାରେ ଏକ ସଚେତନତା ସଭା ଓ ସାଇକଲ ରାଲି ର ଆୟୋଜନ କରଯାଇଥିଲା l ଏହି ସାଇକ୍ଲୋଥନ ରାଲି କୁ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ୟସ୍ ପ୍ରତାପ ଶ୍ରୀମାଲ ଶୁଭ ଉଦଘାଟନ କରି ପ୍ରତ୍ୟହ ସାଇକଲ ଚଲାଇ ସୁସ୍ଥ ରହି ବାକୁ ଓ ନିଜ କୁ ଫିଟ୍ ରହିବାକୁ ପରାମର୍ଶ ଦେଇଥିଲେ ଏବଂ ଫିଟ୍ ଇଣ୍ଡିଆ ହିଟ୍ ଇଣ୍ଡିଆ ଏକ ସ୍ଵସ୍ଥ ଭାରତ ଗଠନ ରେ ଯୁବ ଶକ୍ତି ର ଉଲ୍ଲେଖନୀୟ ଅବଦାନ ରହି ଆସିଛି ବୋଲି ମତବ୍ୟକ୍ତ କରିଥିଲେ l ଯୁବାମଞ୍ଚ ସଭାପତି ମନୋଜ୍ ଅଗ୍ରୱାଲ ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ମାରୱାଡି ଯୁବା ମଞ୍ଚ ର ପ୍ରଦେଶ ଉପାଧ୍ୟକ୍ଷ ରାକେଶ ଅଗ୍ରୱାଲ, ଯୁବା ମଞ୍ଚ ର ସୋନପୁର ସମାଜ ସଭାପତି ଗୋପାଳ ଭୁତ, ଓ ଭାରତ ଭ୍ରମଣ ର ସାଇକଲ ଯାତ୍ରୀ ସତ୍ୟ ନାରାୟଣ ବାଗ ଯୋଗ ଦେଇ ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବୀ ଙ୍କୁ ସଚେତନତା ବାର୍ତ୍ତା ପହଞ୍ଚାଇ ଥିଲେ l

ଇଭେଣ୍ଟ କନ୍ ଭେନର ତଥା ଏନ୍ ସି ସି ଲ୍ୟାଫ୍ଟନେଣ୍ଟ ଆଶିଷ ଅଗ୍ରୱାଲ ସଭା ସଂଯୋଜନା କରିଥିବା ବେଳେ ଭାରତ ଭ୍ରମଣ ରେ ସାଇକଲ ଯାତ୍ରା କରିଥିବା ପ୍ରାକ୍ତନ ଏନ୍ ସି ସି ଛାତ୍ର ସତ୍ୟ ନାରାୟଣ ବାଗ ଙ୍କୁ ଆରକ୍ଷୀ ଅଧିକ୍ଷକ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି l ସାରା ଭାରତ ରେ ଆଜି ମାରୱାଡି ଯୁବା ମଞ୍ଚ ପକ୍ଷରୁ ୮୫୧ ଟି ସହର ରେ ଏହି ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିବା ବେଳେ ଏକ ଲକ୍ଷ ପଚାଶ ହଜାର ପ୍ରତିଯୋଗୀ ଙ୍କୁ ଏଥିରେ ସାମିଲ୍ କରଯାଇଥିବା ବିଷୟ ପ୍ରଦେଶ ଉପାଧ୍ୟକ୍ଷ ଶ୍ରୀ ରାକେଶ ଅଗ୍ରୱାଲା ପ୍ରକାଶ କରିଛନ୍ତି l ଯୁବା ମଞ୍ଚ ର ବରିଷ୍ଠ ସଦସ୍ୟ ନନ୍ଦ କିଶୋର କମାଣୀ, ସମ୍ପାଦକ ଅଙ୍କିତ ଅଗ୍ରୱାଲ, ଉପାଧ୍ୟକ୍ଷ ରଜତ ଅଗ୍ରୱାଲା, ପ୍ରାକ୍ତନ ସଭାପତି ଅମିତ ଅଗ୍ରୱାଲା , ସୌରଭ ଶର୍ମା, ଅଶୋକ ଭୁତ, ପ୍ରହଲ୍ଲାଦ, ରାଘବ ଡ଼ା, ଆକାଶ ଅଗ୍ରୱାଲ, ଯୁବା ମଞ୍ଚ ର ସମସ୍ତ ଯୁବା ସାଥୀ ସମେତ ସୋନପୁର ପୋଲିସ ଟିମ୍, ମେଡିକାଲ୍ ଟିମ୍ ଓ ସ୍ୱଚ୍ଛ ଭାରତ ସଂଗଠନ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ସାଇକଲ ଶୋଭାଯାତ୍ରାରେ କଲେଜ ଏନ୍ ସି ସି, ଓ ମାରୱାଡି ଯୁବା ମଞ୍ଚ ର ସମସ୍ତ ସାଥୀ ସାମିଲ୍ ରହି ସହର ବାସୀ ଙ୍କୁ ଫିଟ୍ ଭାରତ ସ୍ଵସ୍ଥ ଭାରତ ର ବାର୍ତ୍ତା ପହଞ୍ଚlଇଥିଲେ l ସ୍ବଚ୍ଛ ଭାରତ, ଚନ୍ଦ୍ରିକା ସେବା ଟ୍ରଷ୍ଟ , ବରିଷ୍ଠ ନାଗରିକ ସମେତ ସହର ର ବିଭିନ୍ନ ସ୍ବେଛାସେବୀ ସଂଗଠନ ଏଥିରେ ଯୋଗ ଦେଇ ଥିଲେ l

 

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *