January 21, 2025
Home » ରାଜ୍ୟପାଳ ସାମ୍ବାଦିକମାନଙ୍କ ସ୍ଵାସ୍ଥ୍ୟବୀମାର ନବୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ

ରାଜ୍ୟପାଳ ସାମ୍ବାଦିକମାନଙ୍କ ସ୍ଵାସ୍ଥ୍ୟବୀମାର ନବୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ

0

 

ଭୁବନେଶ୍ଵର : ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଲାଗୁ ହୋଇଥୁବା ଗୋପବନ୍ଧୁ ସାମ୍ବାଦିକ ସ୍ଵାସ୍ଥ୍ୟବୀମା ଯୋଜନାର ନବୀକରଣ ତୁରନ୍ତ କରିବା ପାଇଁ ମହାମହିମ ରାଜ୍ୟପାଳ ରଘୁବର ଦାସ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦାୟିତ୍ବରେ ଥବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଆଲୋଚନା କରିବା ସହ ଚିଠି ମଧ୍ଯ ଲେଖବେ ବୋଲି ସାମ୍ବାଦିକଙ୍କ ପ୍ରତିନିଧ୍‌ ଦଳଙ୍କୁ ପ୍ରତିଶୃତି ଦେଇଛନ୍ତି ।

ରାଜ୍ୟରୁ ପ୍ରକାଶ ପାଉଥୁବା ସାପ୍ତାହିକ, ପାକ୍ଷିକ, ମାସିକ ସାମ୍ବାଦପତ୍ର (ଯାହା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହ ଅନୁବନ୍ଧିତ) ଗୁଡ଼ିକର ସମସ୍ୟା ସମ୍ପର୍କରେ ଶୁକ୍ରବାର ରାଜଭବନରେ ଏକ ୧୦ ଜଣିଆ ପ୍ରତିନିଧ୍ ଦଳ ରାଜ୍ୟପାଳ ଶ୍ରୀ ଦାସଙ୍କୁ ଭେଟି ଦାବିପତ୍ର ଦିଆଯିବା ସହ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଚଳିତ ମାସ ୩୧ ତାରିଖରେ ଗୋପବନ୍ଧୁ ସାମ୍ବାଦିକ ସ୍ଵାସ୍ଥ୍ୟବୀମାର ଅବଧ ଶେଷ ହେଉଛି । ୨୦୧୮ ମସିହାରୁ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାର ପାଇଁ ସରକାର ୫ ଲକ୍ଷ ଟଙ୍କା ସ୍ଵାସ୍ଥ୍ୟବୀମା ଯୋଗାଇ ଦେଉଛନ୍ତି । ପ୍ରତିବର୍ଷ ଅଗଷ୍ଟ ମାସରେ ଏହି ବୀମାର ଅବଧ୍‌ ପୂର୍ଣ୍ଣ ହେବା ପୂର୍ବରୁ ସାମ୍ବାଦିକମାନଙ୍କୁ ପରବର୍ତୀ ବର୍ଷ ନୂଆ କାର୍ଡ଼ ମିଳିଯାଇଥାଏ । ବର୍ଭମାନ ପର୍ଯ୍ୟନ୍ତ ସ୍ଵାସ୍ଥ୍ୟବୀମା ନବୀକରଣ ହୋଇନଥିବାରୁ ସମ୍ବାଦିକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଯୋଜନାରେ ବାପା ଓ ମାଆଙ୍କୁ ସାମିଲ୍‌ କରିବାକୁ ମଧ୍ଯ କୁହାଯାଇଛି । ଏହି ପ୍ରସଙ୍ଗକୁ ନେଇ ଏକ ୧୦ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ଶ୍ରୀ ଦାସଙ୍କୁ ବିଶଦ ଭାବେ ଅବଗତ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏହି ସ୍ଵାସ୍ଥ୍ୟବୀମା ଦ୍ଵାରା ରାଜ୍ୟର ୮୭ ୧୭ଜଣକାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାର ଉପକୃତ ହେଉଛନ୍ତି ।

ଏହାଛଡ଼ା ଜାନୁଆରୀ ୨ ୬ ( ସାଧାରଣତନ୍ତ୍ର ଦିବସ), ଏପ୍ରିଲ୍‌ ୧ ( ଜକ୍ଳ ଦିବସ), ଅଗଷ୍ଟ ୧୫ ( ସ୍ବାଧୀନତା ଦିବସ) ଏବଂ ସମ୍ବାଦପତ୍ରର ବାର୍ଷିକ ଉସବରେ ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟର ବିଜ୍ଞାପନ ଦେବା, ଯେଉଁ ସମ୍ବାଦପତ୍ର ଗୁଡ଼ିକ କେନ୍ଦ୍ର ସରକାରଙ୍କ ସିବିସି ( ପୂର୍ବରୁ ଡିଏଭିପି) ଦ୍ଵାରା ଅନୁମୋଦନ ହୋଇ ବିଜ୍ଞାପନର ମୂଲ୍ୟ ନିର୍ଵାରଣ ହୋଇଛି, ସେହି ସମ୍ବାଦପତ୍ର ଗୁଡ଼ିକୁ ତଦନୁଯାୟୀ ବିଜ୍ଞାପନ ମୂଲ୍ୟ ପ୍ରଦାନ କରିବା ଏବଂ ଯେଉଁ ସମ୍ବାଦପତ୍ରର ସମ୍ପାଦକମାନେ
ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପରିଚୟ ପତ୍ର ପାଇଛନ୍ତି, ସେମାନଙ୍କୁ ଲୋକସେବା ଭବନ, ରାଜୀବ ଭବନ ଓ ଖାରବେଳ ଭବନ ପ୍ରବେଶ ପାଇଁ ପ୍ରବେଶ ପତ୍ରର ବ୍ୟବସ୍ତା କରିବା କରିବା ପାଇଁ ଦାବି କରିଥୁଲେ । ଏଥୁସହ ଯେଉଁ ସମ୍ପାଦକ ଓ ପ୍ରତିନିଧ୍ମାନେ ଏପର୍ଯ୍ୟନ୍ତ ସରକାରୀ ଅଧ୍‌ସ୍ଵୀକୃତି ପାଇନାହୀନ୍ତି, ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ଦୀର୍ଘଦିନ ଧରି ପଡ଼ି ରହିଥୁବା ସେମାନଙ୍କ ଆବେଦନ ପତ୍ରକୁ ତୁରନ୍ତ ବିଚାର କରିବା ଲାଗି ବିଭିନ୍ନ ସମ୍ବାଦପତ୍ରର ସମ୍ପାଦକମାନେ ରାଜ୍ୟପାଳଙ୍କ ନିକଟରେ ଦାବି କରିଥୁଲେ ।

ରାଜ୍ୟପାଳ ଶ୍ରୀ ଦାସ ସାମ୍ବାଦିକମାନଙ୍କର ଏହି ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା କରି ବିହିତ ପଦକ୍ଷେପ ନେବେ ବୋଲି ସମ୍ବାଦପତ୍ରର ସମ୍ପାଦକମାନଙ୍କୁ ପ୍ରତିଶ୍ରୁତି ଦେଇଥୁଲେ । ଏହି ପ୍ରତିନିଧ୍‌ ଦଳରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ବ କୁମାର ମହାନ୍ତି, ହୃଷିକେଶ ମହାନ୍ତି/ ବିଜୟ ପଣ୍ଡା ଅଜୟ ଦାସ, ଅଶୋକ ସାହୁ, ମାଧବାନନ୍ଦ ବେଉରା, ବ୍ରାହ୍ମିପ୍ରିୟା ସାମନ୍ତରାୟ ଚିତ୍ତରଞ୍ଜନ ପଟ୍ଟନାୟକ, ଦେବକାନ୍ତ ମହାପାତ୍ର ଏବଂ ମଧୁସୂଦନ ସାହୁ
ପ୍ରମୁଖ ସାମିଲ୍‌ ଥିଲେ ।

ଭୁବନେଶ୍ୱର ଇପିଏ ରୁ ମଧୁସୂଦନ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *