ସମ୍ପର୍କ କ୍ଳବ୍ ତରଫରୁ ସ୍ବେଛାକୃତ ରକ୍ତଦାନ ଶିବିର,୭୮ ୟୁନିଟ ରକ୍ତ ସଂଗ୍ରହ

ଗଣିଆ – ଗଣିଆ ବ୍ଳକ କିଶୋର ପ୍ରସାଦ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୧୯୯୨ ମସିହା ମ୍ୟାଟ୍ରିକ ବ୍ୟାଚର ୪୭ ଜଣ ଯୁବକ ମାନଙ୍କୁ ନେଇ ଗଢ଼ି ଉଠିଛି ସମ୍ପର୍କ ପିସିଏସ ୧୯୯୨ କ୍ଳବ୍ । ରକ୍ତଦାନ ଠାରୁ ଆରମ୍ଭ କରି ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା,ଗରୀବ ଛାତ୍ର ଛାତ୍ରୀ ମାନଙ୍କୁ ଆର୍ଥିକ ସହାୟତା ତଥା ବିଭିନ୍ନ ସାମାଜିକ କର୍ମରେ ନିଜକୁ ନିୟୋଜିତ କରିଛି ଉକ୍ତ ଅନୁଷ୍ଠାନ । ସଭାପତି ମାନସ ମହାରଣାଙ୍କ ନେତୃତ୍ବରେ ଏହି ଅନୁଷ୍ଠାନ ଅନେକ ଲୋକହିତକର କାର୍ଯ୍ୟ କରି ଜନଆଦୃତି ଲାଭ କରିଛି । ବିଶ୍ବ ରକ୍ତଦାତା ଦିବସ ଅବସରରେ ରକ୍ତଦାନ ଭଳି ଏକ ମହତ ଦାନ ପାଇଁ ସଂକଳ୍ପ ନେଇ ସ୍ଥାନୀୟ ଇନ୍ଦିପଟା ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରେ ସ୍ବତଃ ପ୍ରବୃତ୍ତ ଭାବେ ୧୮ ଜଣ ମହିଳା ଏବଂ ୬୦ ଜଣ ପୁରୁଷ ରକ୍ତଦାନ କରିଛନ୍ତି । ଆଜିର ୭୮ ଜଣ ରକ୍ତଦାତା ରକ୍ତଦାନ କଲାବେଳେ ଅତି ଆନନ୍ଦର ସହିତ ରକ୍ତଦାନ କରିବା ସହିତ ଏଭଳି ଶିବିର ଆୟୋଜନ କରିଥିବାରୁ ଆୟୋଜକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଆଗକୁ ଏଭଳି ରକ୍ତଦାନ ଶିବିର ପ୍ରତ୍ୟକ ବର୍ଷ ଆୟୋଜନ କରାଯିବ ବୋଲିି ସଭାପତି ପ୍ରକାଶ କରିଛନ୍ତି । ଆଜିର ଶିବିରରେ ନୟାଗଡ ବ୍ଳଡ ବ୍ୟାଙ୍କର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
gania ru brajakishor sahu nka report