July 1, 2025
Home » ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତାର ଅବସ୍ଥା ସଙ୍କଟାପନ୍ନ :ମରାମତି ପାଇଁ ଦାବି

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତାର ଅବସ୍ଥା ସଙ୍କଟାପନ୍ନ :ମରାମତି ପାଇଁ ଦାବି

0
WhatsApp Image 2025-06-20 at 6.42.13 AM

ଫୁଲବାଣୀ ଇ ପି ଏ _ କନ୍ଧମାଳ ଜିଲ୍ଲା ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ଟିକାବାଲି ଅଧିନସ୍ଥ କଇ଼ଁଝର ପଞ୍ଚାୟତ ଡଗପଦର ଠାରୁ ଖଣ୍ଡିକୁଟି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତାର ଅବସ୍ଥା ସଙ୍କଟାପନ୍ନ ହୋଇଯାଇଛି।ଡଗପଦର ଠାରୁ ପିମ୍ପୁଡ଼ି ଦେଇ ଯାଏ ପ୍ରାୟ ୪ କି ମି ରୁ ଉର୍ଦ୍ଧ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ରାସ୍ତା କାମ ହେଉଥିବା ସମୟରେ ବିନା ମେଟେଲରେ କାମ କଲେ,କେବଳ ମୁରୁଜ ପକାଇ ନାମକୁ ମାତ୍ର ଉପରଠାଉରିଆରେ ଚିପ ପକାଇ ନିମ୍ନ ମାନର ତୋଳଯୁକ୍ତ ପିଚୁ ପକାଇ ଦେଲେ ସେହି ସମୟରେ ଗାଁ ର ମହିଳା ମାନେ ପ୍ରତିବାଦ କରିଥିଲେ, ମହିଳା ମାନଙ୍କ ପ୍ରତିବାଦ କୁ ସଂପୃକ୍ତ ଠିକାଦାର ଙ୍କ ମେଟ୍ ମାନେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ବର୍ଷେ ନପୁରୁଣୁ ରାସ୍ତାରୁ ପିଚୁ ଉଠିଗଲା ମରାମତି ପାଇଁ ଅଞ୍ଚଳ ବାସୀଙ୍କ ଅଭିଯୋଗ ପାଣିରେ ଗାର ସଦୃଶ୍ୟ ଏନେଇ ଇ ପି ଏ ଉଇବ୍ବ୍ଲିରେ ଖବର ପ୍ରସାରଣ ପରେ ମଧ୍ୟ ଆଜିଯାଏଁ ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ମରାମତି କରାଯାଉନାହିଁ।

ଦୀନକୁଦୀନ ଅଞ୍ଚଳ ରେ ସମସ୍ୟା ବଢୁଛି ରାସ୍ତା ମରାମତି ପାଇଁ ଜିଲ୍ଲାପାଳ କନ୍ଧମାଳ ଶ୍ରୀ ଅତ୍ମିତ ଋତୁରାଜ୍ ଙ୍କ ଦ୍ଵାରା ତଦନ୍ତ ବିଭାଗିୟ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଙ୍କ ଲାଭଖୋର ବେପାରୁଆ ମନ ରାସ୍ତାର ଅବସ୍ଥା ସଙ୍କଟାପନ୍ନ ହୋଇଯାଇଛି ହେଲେ ମଧ୍ୟ ଟିକାବାଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ଦୀଲିପ କହଁର ବିଜେଡି ଦଳରେ ଅନ୍ୟ ପଟେ ଘୁଉଦୟଗିରି ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ କଂଗ୍ରେସ ଦଳର ଦୁଇ ଜଣଙ୍କ ମଧ୍ୟରେ ସାମଞ୍ଜସ୍ୟ ରହୁନାହିଁ ଯଦ୍ୱାରା ରାସ୍ତାଘାଟ ମରାମତି ଅଭାବରୁ ଅଞ୍ଚଳ ବାସୀ ନାହଁ ନ ଥିବାର ଅସୁବିଧା ଭୋଗୁଛନ୍ତି। ବିଜେଡି ପ୍ରିୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତାର ଅବସ୍ଥା ମରଣଯନ୍ତା ପାଲଟିଥିବା ଅଭିଯୋଗ ହୋଇଅଛି। ବିଜେଡି ସରକାରଙ୍କ ସମୟରୁ ହିଁ ରାସ୍ତା ରୁ ପିଚୁ ଉପୁଡ଼ି ପଡ଼ିରହିଛି।ଏବେ ବିଜେପି ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସରକାର କୁ ଏକ ବର୍ଷ ପୂର୍ତ୍ତି ଓ କେନ୍ଦ୍ର ରେ ବିଜେପି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ସରକାର କୁ ଏଗାର ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ରେ ପ୍ରତ୍ୟେକ ପଞ୍ଚାୟତ ରେ ବିକାଶ ବାହନରଥ ପରିକ୍ରମା କରୁଛି।

ଗାଁ ଗାଁରେ ବିକାଶ ବାହନ ରଥ ସଚେତନତା କାର୍ଯ୍ୟକ୍ରମ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ସହିତ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତିି ଅଞ୍ଚଳବାସୀ ବାରମ୍ବାର ଟିକାବାଲି ବ୍ଲକ ରୁ ଓ ଏସ ଆର ଟି ସି ବସ ଚଳାଚଳ କଟିମାହା ପଞ୍ଚାୟତ ଦେଇ କଇ଼ଁଝର ପଞ୍ଚାୟତ,ଗୁଟିଙ୍ଗିଆ ପଞ୍ଚାୟତ ଦେଇ ପାଡାଙ୍ଗି ପଞ୍ଚାୟତ ରୁ ଫେରି ପୁଣି ଟିକାବାଲି ଯାଇଥାଏ। ଟିକାବାଲି ବ୍ଲକ ର ପାଡାଙ୍ଗି ପଞ୍ଚାୟତ ହେଉଛି ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଙ୍କ ନିଜ ଘର ଏହି ମୂଖ୍ୟମନ୍ତ୍ରୀ ଙ୍କ ବସ ଚଳାଚଳ ରେ ଟିକାବାଲି କଲେଜ, ହାଇସ୍କୁଲ, ଟିକାବାଲି ରେ ଥାନା, ତହସିଲ, ବ୍ଲକ, ମେଡିକାଲ ସମସ୍ତ କାମ ପାଇଁ ଟିକାବାଲି ଉପରେ ନିର୍ଭରଶୀଳ ଅଟନ୍ତି।ବସଚଳିଚଳ ବନ୍ଧ ହେବା ଦ୍ବାରା ସାଧାରଣ ଜନତା ନାହିଁନଥିବା ସମସ୍ୟାରେ ପଡ଼ୁଛନ୍ତି। ରାସ୍ତାର ଭିଜିଲାନ୍ସ ତଦନ୍ତ ବିଭାଗିୟ ଅଧିକାରୀ ମାନଙ୍କ କାର୍ଯ୍ୟର ନିୟମିତ,ତଦାରଖ ଅଭାବରୁ ରାସ୍ତା ନିର୍ମାଣ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ବର୍ଷେ ନପୁରୁଣୁ ରାସ୍ତାରୁ ପିଚୁ ଉଠିଗଲା ତୁରନ୍ତ ରାସ୍ତା ମରାମତି କରାନଗଲେ ଆଗାମୀ ବର୍ଷାଦିନେ ସଂପୁର୍ଣ୍ଣ ଭାବରେ ରାସ୍ତାର ଅବସ୍ଥା ମରଣଯନ୍ତା ପାଲଟିଥିବା ବେଳେ ବର୍ଷାପାଣି ରେ ରାସ୍ତା ଆହୁରି ଧୋଇ ହୋଇଯିବ ବସଚଳାଚଳ ବନ୍ଧ ହୋଇଯିବ। ନୂତନ ବିଜେପି ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସରକାର ଙ୍କ ଦୃଷ୍ଟି ଆଢ଼ୁଆଳରେ ଥିବା ଡଗପଦର ଠାରୁ ଖଣ୍ଡିକୁଟି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତାର ମରାମତି କରାନଗଲେ ଆଗାମୀ ବର୍ଷାଦିନେ ସାଧାରଣ ଜନତା, ଛାତ୍ରଛାତ୍ରୀ ନାହିଁନଥିବା ସମସ୍ୟା ଭୋଗିବେ ଏଥିରେ ତିଳେ ମାତ୍ର ସଂଦେହ ନାହିଁ।ରାସ୍ତା ମରାମତି ଓ ଅଞ୍ଚଳ ର ସମସ୍ୟା ସମାଧାନ ଦିଗରେ ମୋହନ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି କି ବିକାଶ ବାହନ ରଥ ପଡୁଛି,ଓ ଏସ ଆର ଟି ସି ବସ ଚଳାଚଳ ବନ୍ଦ ରହିଛି ସାଧାରଣ ଜନତା ହଟହଟା ହେଉଛି, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତା ଡଗପଦର ଠାରୁ ପିମ୍ପୁଡ଼ି ଦେଇ ରାସ୍ତାର ମରାମତି କେବେ ହେଉଛି ସାଧାରଣ ରେ ତାହା ଦେଖି ବାକୁ ବାକି ରହିଲା।

କନ୍ଧମାଳ ଜିଲ୍ଲା ଇ ପି ଏ ରୁ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *