July 27, 2025
Home » ବିଜେଡି ରୁ ଇସ୍ତଫା ଦେଲେ ପ୍ରଫେସର ନିଳାମ୍ବର ଶତପଥୀ

ବିଜେଡି ରୁ ଇସ୍ତଫା ଦେଲେ ପ୍ରଫେସର ନିଳାମ୍ବର ଶତପଥୀ

0
WhatsApp Image 2025-06-20 at 2.11.52 PM

ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ରେ ମେରିରାୟ ଶାସନ ଓ ଯୋଗ୍ୟ ଲୋକଙ୍କୁ ହତାଦର ଯୋଗୁଁ ଆଜି ବିଜେଡି ଛାଡିଛନ୍ତି ପ୍ରଫେସର ନିଳାମ୍ବର ଶତପଥୀ। ନବୀନ ବାବୁଙ୍କ ଦୃଢ଼ ନେତୃତ୍ବ ତଥା ଦୁର୍ନୀତି ବିରୁଦ୍ଧରେ ତାଙ୍କର ଦୃଢ ପଦକ୍ଷେପ ରେ ଉଦବୁଦ୍ଧ ହୋଇ ସେ ବିଜେଡିରେ ଯୋଗଦେଇଥିଲେ। ହେଲେ ବର୍ତ୍ତମାନ ଆଉ ସେ ସମୟ ନାହିଁ କିଛି ମୁଷ୍ଟିମେୟ ଲୋକ ଦଳକୁ ଭୂଲ ମାର୍ଗ ରେ ପରିଚାଳନା କରି ବିଶୃଙ୍ଖଳା ସୃଷ୍ଟି କରି ଦଳ ମୁଳ ଉଦ୍ଦେଶ୍ୟ ରୁ ବ୍ୟତିକ୍ରମ ହୋଇ ଦିଗହରା ହୋଇଛି । ପ୍ରକାଶ ଯୋଗ୍ୟ ଯେ ଗତ ୨୦୧୩ ରେ ସୁବର୍ଣ୍ଣପୁର ଠାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୈ।ର ସଂସ୍ଥା ନିର୍ବାଚନ ପାଇଁ ଆସିଥିବା ନିର୍ବାଚନୀ ସଭାରେ ପ୍ରଫେସର ନିଳାମ୍ବର ଶତପଥୀ ବିଜୁ ଜନତା ଦଳ ରେ ଯୋଗଦେଇଥିଲେ। ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ରେ ଉପଦେଷ୍ଟା କମିଟିରେ ଯଦିଓ ରଖାଯାଇଥିଲା ତଥାପି ତାଙ୍କର ଉପଦେଶ ବା ମତାମତ କୁ ସବୁବେଳେ ଅଣଦେଖା କରାଯାଉଥିଲା l ଏଣୁ ଅତିଷ୍ଠ ହୋଇ ଆଜି ସେ ଦଳଛାଡି ତାଙ୍କର ଇସ୍ତଫା ପତ୍ର ବିଜୁ ଜନତା ଦଳ ରାଜ୍ୟ ସଭାପତି ଙ୍କ ପାଖକୁ ପଠାଇଦେଇ ବର୍ତ୍ତମାନ ସେ ନିର୍ଦ୍ଦଳୀୟ ହୋଇ ତାଙ୍କର ଅବଶିଷ୍ଟ ଜୀବନ ତମାମ ସେ ଦଳିତ ଓ ଅବହେଳିତ ଲୋକଙ୍କ ସେବାରେ ବ୍ରତୀ ହେବେ ବୋଲି ଆଜି ପେଲେସ ଗାର୍ଡେନ ସ୍ଥିତ ତାଙ୍କର ବାସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ.

Leave a Reply

Your email address will not be published. Required fields are marked *