ବିଜେପି ଜିଲ୍ଲା ସଭାପତି ତଥା ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ଙ୍କ ସାମ୍ବାଦିକ ସମ୍ମିଳନୀ

ଦେଓଗଡ ବିଧାୟକ ରମାଞ୍ଚଲ ରଞ୍ଜନ ବିଶ୍ଵାଳ କିଛି ଦିନ ପୂର୍ବେ ଆଣିଥିବା ଓଭିଯୋଗ ଭିତ୍ତିହିନ। ଜିଲ୍ଲାରେ ପାଳନ ହେଉନି ସରକାରୀ ନିୟମ, ଶୀର୍ଷକ ମାନ୍ୟବର ବିଧାୟକ ଦେବଗଡ଼ ଙ୍କ ଅଭିଯୋଗ ମୋ ଦୃଷ୍ଟି ଗୋଚର ହୋଇଛି l ତେଣୁ ସବୁ ଦଳର ରାଜନୈତିକ କର୍ମୀ ମାନଙ୍କର ମୌଳିକ ଏବଂ ସର୍ବନିମ୍ନ ଲକ୍ଷ୍ୟ ହେଉକି ସାଧାରଣ ଜନତା ଙ୍କ ସେବା l ତେଣୁ ଆମେ ସମସ୍ତେ ସେବାରେ କୃତୀ କିନ୍ତୁ ଏ ବ୍ୟକ୍ତବରେ ମୁଁ ଲକ୍ଷ୍ୟ କଲି ଏଠାରେ ମୌଳିକ ଲକ୍ଷ୍ୟ ଅପେକ୍ଷା ଆତ୍ମରକ୍ଷା ଅଧିକ l ମାନ୍ୟବର ବିଧାୟକ ଙ୍କ ମନ୍ତବ୍ୟ ଏପରିପକ୍ୱ, ତଥ୍ୟ ପର୍ଯ୍ୟବେସିତ ନୁହେଁ ଓ ସତ୍ୟଠାରୁ ବହୁତ ଦୂରରେ l ଗତକାଲି ଆମର ପ୍ରିୟ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କ ମନ୍ତବ୍ୟ ହେଉକି :- “ଜନସଙ୍ଘ ଓ ଭା.ଜ.ପା ଏକ ଦଳ ନୁହେଁ ଏକ ବିଚାର ଧାରା” l ତେଣୁ ଠିକା କାମ ବିକ୍ତି ର ଯଦି କୌଣସି ପ୍ରମାଣ ମାନ୍ୟବର ବିଧାୟକ ଙ୍କ ପାଖରେ ଥାଏ ତେବେ କ୍ରେତା, ବିକ୍ରେତା ଓ ବିକ୍ରି ମୂଲ୍ୟର ସଠିକ ବିବରଣୀ ପ୍ରଦାନ କରନ୍ତୁ l ଦୃଢ଼ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l କାରଣ ଠିକା ଦ୍ୱାରା କର୍ମୀ ସୃଷ୍ଟି ଆମ ବିଚାର ଧାରାର ବିରୋଧୀ l
୨୪ ବର୍ଷର ଠିକା ଶାସନ ସର୍ବୋପରି 5T ଠିକା ଯେଉଁ ଠାରେ କି ଲୋକ ପ୍ରତିନିଧି ମାନେ କିଛି ଜାଣିପାରୁ ନ ଥିଲେ ତାକୁ ସ୍ମରଣ କଲେ ସବୁକଥା ପରିଷ୍କାର ହୋଇଯିବ l
ଯଦି ୪୦% ବିଧାୟକ ଙ୍କ ସୁପାରିଶ ର ପ୍ରାବଧାନ ଥାଏ ତେବେ ଏହା ମାନ୍ୟବର ବିଧାୟକଙ୍କ ପାରିବା ପଣିଆ କୁ ପ୍ରତିପାଦିତ କରିବାର ସୁଯୋଗ ଦେବେ l ହାଇସ୍କୁଲ ମାନଙ୍କ ରେ ନିଯୁକ୍ତ କମ୍ପୁଟର ଶିକ୍ଷକ ଙ୍କୁ O K C L ପରି ସଂସ୍ଥା ହାତରେ ଟେକିଦେଇ ସେମାନଙ୍କୁ ବେକାର କରାଇଥିବା ଶାସନରେ ସର୍ଭିସ ପ୍ରଭାଇଡ଼ର ମାନଙ୍କ ର ସୃଷ୍ଟି ଓ କାୟା ବୃଦ୍ଧି ତଦନ୍ତ ହେଉ ସେମାନେ କିଏ ଓ କେଉଁଠାର l
ଲଘୁ ଖଣିଜ ସୌରାତ ଉପରେ ମୁଁ ବିଭାଗୀୟ ମନ୍ତ୍ରୀଙ୍କୁ ନିବେଦନ କରେ କି ଏସବୁ ର ଚୋରା ଚାଲାଣକାରି ଏବଂ କଳାଧନ ଅର୍ଜନକାରୀ ପୁଣି ପରୋକ୍ଷରେ ଓ ପ୍ରତ୍ୟକ୍ଷ ରେ କେଉଁମାନେ ତାହାର ସଠିକ ସଂସ୍ଥା ଦ୍ୱାରା ଜଡିତ ଓ କାର୍ଯ୍ୟାନୁଷ୍ଠାନ ପୂର୍ବକ ଜିଲ୍ଲାବାସୀ ଅବଗତି କରାଯାଉ l
“ଦୁଧ୍ କା ଦୁଧ୍ ଓର୍ ପାନି କା ପାନି” ପ୍ରମାଣ ହୋଇଯିବ। ଅନ୍ୟ ପକ୍ଷରେ ସାମ୍ବାଦିକା ସମ୍ମିଳନୀ ରେ ଭାରତୀୟ ଜନତା ପାର୍ଟି ର ବରିଷ୍ଟ ନେତା ଯୋଗେଶ ଚନ୍ଦ୍ର ପ୍ରଧାନ। ଯୁବ ନେତା ଭୋଳେଶ୍ଵର ପ୍ରଧାନ ଓ ସୁଧୀର କୁମାର ବର୍ମା ମଧ୍ୟ ଉପସ୍ଥିତ ଥିଲେ।
ଦେଓଗଡ ରୁ ଦେବାନନ୍ଦ ନାଏକ ଙ୍କ ଇପିଏ ନିୟୁଜ।