July 1, 2025
Home » ଘୋଷଯାତ୍ରା ର ସିଧା ପ୍ରସାରଣ ପାଇଁ ପାରାଦୀପ ବନ୍ଦର ପ୍ରଶାସନ ଓ ପାରାଦୀପ ପୌରପାଳିକା ପକ୍ଷରୁ ମନ୍ଦିର ପ୍ରାଙ୍ଗଣରେ ଏଲଇଡ଼ି ସ୍କ୍ରିନ ଲୋକାର୍ପଣ

ଘୋଷଯାତ୍ରା ର ସିଧା ପ୍ରସାରଣ ପାଇଁ ପାରାଦୀପ ବନ୍ଦର ପ୍ରଶାସନ ଓ ପାରାଦୀପ ପୌରପାଳିକା ପକ୍ଷରୁ ମନ୍ଦିର ପ୍ରାଙ୍ଗଣରେ ଏଲଇଡ଼ି ସ୍କ୍ରିନ ଲୋକାର୍ପଣ

0
WhatsApp Image 2025-06-27 at 9.37.37 PM

ପାରାଦୀପ – ପାରାଦୀପ ବନ୍ଦର ପ୍ରଶାସନ ଓ ପାରାଦୀପ ପୌର ପ୍ରଶାସନ ମିଳିତ ସହଯୋଗରେ ବ୍ୟାପକ ପ୍ରସ୍ତୁତିରେ ଚଳିତ ବର୍ଷର ରଥଯାତ୍ରା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି l ପାରମ୍ପରିକ ରୀତିନୀତି ଅନୁଯାୟୀ ପାରାଦୀପ ବନ୍ଦରର ଅଧ୍ୟକ୍ଷ ପି.ଏଲ.ହରନାଦ ପ୍ରଥମେ ଛେରାପହଁରା କଲାପରେ ଅପରାହ୍ନରେ ରଥ ଟଣା ପର୍ବ ଆରମ୍ଭ ହୋଇ ସନ୍ଧ୍ୟାରେ ମାଉସୀ ମା ମନ୍ଦିର ନିକଟରେ ରଥ ପହଞ୍ଚିଥିଲା l

ରଥଯାତ୍ରା ପୂର୍ବରୁ ବଡଦାଣ୍ଡ ରାସ୍ତାରୁ ମାଉସୀ ମା ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ମରାମତି ଓ ସଫେଇ କରାଯାଇଥିଲା l ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିବେଶ ସ୍ୱଛତା ସାଙ୍ଗକୁ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରସ୍ତୁତ ଜଳ ଯୋଗାଣ କେନ୍ଦ୍ର ଗୁଡ଼ିକୁ ପାନୀୟ ଜଳ ଯୋଗାଇ ଦିଆଯାଇଥିଲା l ସେହିଁପରି ଆଇନ ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଗୁଣ୍ଡିଚା ମନ୍ଦିର ଛକରେ ପାରାଦୀପ ଆଦର୍ଶ ଥାନା ଅଧିକାରୀ କାବୁଲି ବାରିକଙ୍କ ନେତୃତ୍ୱରେ ପ୍ରଥମଥର ପାଇଁ ଏକ ପୋଲିସ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଥିବା ଦେଖିବାକୁ ମିଳିଛି l

ଶ୍ରଦ୍ଧାଳୁ ମାନଙ୍କ ତୃଷ୍ଣା ନିବାରଣ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ବଡଦାଣ୍ଡର ଉଭୟ ପାର୍ଶ୍ଵରେ ଜଳ ସେବା କେନ୍ଦ୍ରମାନ ଖୋଲାଯାଇଥିଲା l ତେବେ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ପୌରପାଳିକା ପକ୍ଷରୁ ମନ୍ଦିର ପ୍ରାଙ୍ଗଣରେ ଏକ ଏଲଇଡ଼ି ସ୍କ୍ରିନ ଲୋକାର୍ପଣ କରାଯାଇଥିଲା l ରଥଯାତ୍ରା ର ପାଗ ଅନୁକୂଳ ହେତୁ ଚଳିତ ବର୍ଷ ରଥ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ।

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *