କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୌଜନ୍ୟରେ ବନ ମହୋତ୍ସବ ସପ୍ତାହ ପାଳନ

କଟକ: କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ସୌଜନ୍ୟରେ ସିଲଭର୍ ସିଟି ବୋଟ୍ କ୍ଲବ୍ ହାଡ଼ିଆପଠା ପରିସରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଅଛି । ଏହି ଅବସରରେ କଟକ ଜିଲ୍ଲା କୋର୍ଟର ଜିଲ୍ଲା ଜଜ୍ ତଥା ଅଧ୍ଯକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଦାୟିତ୍ବରେ ଥିବା ଶ୍ରୀଯୁକ୍ତ ରାଜ୍ କିଶୋର ମହାପାତ୍ର ଚାରାରୋପଣ କରିଥିଲେ । ଏହି ଅବସରରେ କଟକ ଜିଲ୍ଲାର ସମସ୍ତ ବିଚାରବିଭାଗୀୟ ଅଧିକାରୀ ବୃନ୍ଦ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କଟକ ମଧ୍ୟ ଚାରାରୋପଣ କରିଥିଲେ । ଏହି କାର୍ଯ୍ୟରେ ଜିଲ୍ଲା ବନ ବିଭାଗର ଅଧିକାରୀ ଓ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ । ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କଟକ ଶ୍ରୀଯୁକ୍ତ ଜଗଦିଶ୍ ଚନ୍ଦ୍ର ଜେନା ଏହି କାର୍ଯ୍ୟକ୍ରମର ପରିଚଳନା କରିଥିଲେ ।
କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ