July 16, 2025
Home » ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ରେ ଷଷ୍ଠ କଳାହାଣ୍ଡି ଜିଲ୍ଲା ଵ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ

ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ରେ ଷଷ୍ଠ କଳାହାଣ୍ଡି ଜିଲ୍ଲା ଵ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ

0
WhatsApp Image 2025-07-07 at 12.29.37 PM

ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ରେ ଷଷ୍ଠ କଳାହାଣ୍ଡି ଵ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୧୮୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।ପ୍ରତିଯୋଗିତାରେ ଉପ କନିଷ୍ଠ ବିଭାଗରୁ ଆରମ୍ଭ କରି ୫୦ବର୍ଷରୁ ଅଧିକ ଵର୍ଗ ର ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା।

ରାଜ୍ୟ ସ୍ୱୀକୃତିପ୍ରାପ୍ତ ୧୦ ଜଣ ବୈଷୟିକ ଅଧିକାରୀ ମ୍ୟାଚ ପରିଚାଳନା କରିଥିଲେ।ପ୍ରଥମ ଦିନରେ ୮୫ ମ୍ୟାଚ,ଦ୍ଵିତୀୟ ଦିନରେ ୬୮ ମ୍ୟାଚ ଓ ତୃତୀୟ ଦିନରେ ସମସ୍ତ ବିଭାଗ ର ଫାଇନାଲ ଅନୁଷ୍ଠିତ ହୋଇଥିଲା।
୧୧ ବର୍ଷରୁ କମ ବାଳକ ଏକକ ବିଭାଗରେ ଧର୍ମଗଡ଼ ର ରୁନୁ ବାଗ ବିଜେତା ହୋଇଥିବା ବେଳେ ଭବାନୀପାଟଣା ର ଶ୍ରେୟାନ୍ସ ପଟ୍ଟନାୟକ ଉପବିଜେତା, ୧୩ବର୍ଷରୁ କମ ବାଳକ ଏକକ ବିଭାଗରେ ଧର୍ମଗଡ଼ ର ମୟଙ୍କ ରାଉତ ଓ ଜୀବନ ଜ୍ୟୋତି ସାହୁ ଉପ ବିଜେତା, ୧୩ବର୍ଷରୁ କମ ବାଳକ ଏକକ ବିଭାଗରେ ଶ୍ରେୟାନ୍ସ ପୃଷ୍ଟି ଓ ଶ୍ରୀୟଂସ ଠାକୁର ବିଜେତା ଭବାନୀପାଟଣା ର ଆଦ୍ୟାନ୍ସ ସତ୍ୟ ଠାକୁର ଓ ଅଜିତେଶ ନାୟକ ଉପବିଜେତା, ୧୫ ବର୍ଷରୁ କମ ବାଳକ ଏକକ ବିଭାଗରେ ଜୁନାଗଡ଼ ର ଚନ୍ଦ୍ରଶେଖର ଶର୍ମା ବିଜେତା ଓ ଦିଗ ବିଜୟ ସିଂ ଉପ ବିଜେତା, ୧୫ ବର୍ଷରୁ କମ ବାଳକ ଯୁଗଳ ବିଭାଗରେ ଜୁନାଗଡ଼ ର ଚନ୍ଦ୍ର ଶେଖର ଶର୍ମା ଓ ଦିଗ ବିଜୟ ସିଂ ବିଜେତା ଓ ଭବାନୀପାଟଣାର ପ୍ରତ୍ୟୁଷ ଭୋଇ ଓ ସାହିଲ ରାଇକୟାର ଉପବିଜେତା, ୧୭ବର୍ଷରୁ କମ ବାଳକ ଏକକ ବିଭାଗରେ ଜୁନାଗଡ଼ ର ଅବଦେଶ ଗୋଏଲ ବିଜେତା ଓ ଭବାନୀପାଟଣାର ଅମ୍ରିତ ରାଜ ଯୋଶୀ ଉପ ବିଜେତା,୧୭ ବର୍ଷ କମ ବାଳକ ଯୁଗଳ ବିଭାଗରେ ଜୁନାଗଡ଼ ର ଚନ୍ଦ୍ର ଶେଖର ଶର୍ମା ଓ ଦିଗବିଜୟ ସିଂ ବିଜେତା ଓ ଭବାନୀପାଟଣାର ଅମ୍ରିତରାଜ ଯୋଶୀ ଓ ରିଆନ ସତ୍ୟ ଠାକୁର ଉପବିଜେତା, ୧୯ବର୍ଷରୁ କମ ବାଳକ ଏକକ ବିଭାଗରେ ଜୁନାଗଡ଼ ର ମାନବ ଜେପି ନାୟକ ବିଜେତା ଓ ଧର୍ମଗଡ଼ର ସୌରଭ ସେଠିଆ ଉପବିଜେତା, ୧୯ ବର୍ଷରୁ କମ ବାଳକ ଯୁଗଳ ବିଭାଗରେ ଜୁନାଗଡ଼ ର ମାନବ ଜେପି ନାୟକ ଓ ଧର୍ମଗଡ଼ର ସୌରଭ ସେଠିଆ ବିଜେତା ଓ ଭବାନୀପାଟଣାର ଅମ୍ରିତ ରାଜ ଯୋଶୀ ଓ ରିୟାନ ସତ୍ୟ ଠାକୁର ଉପ ବିଜେତା,ସିନିୟର ପୁରୁଷ ଏକକ ବିଭାଗରେ ଭବାନୀପାଟଣାର ଦେବଦତ୍ତ ବାଣୁଆ ବିଜେତା ଓ ଶିବାଶିଷ ବିଶି ଉପ ବିଜେତା,ସିନିୟର ପୁରୁଷ ଯୁଗଳ ବିଭାଗରେ ଭବାନୀପାଟଣାର ଦେବଦତ୍ତ ବାଣୁଆ ଓ ଅଭିନାଶ ବାବୁ ବିଜେତା ଓ ଶିବାଶିଷ ବିଶି,ସୁଭାସିସ ପଟ୍ଟନାୟକ ଉପ ବିଜେତା, ସିନିୟର ମହିଳା ଏକକ ବିଭାଗରେ ଜୁନାଗଡ଼ର ଜଳୀ ପରାଭୋଇ ବିଜେତା ଓ ଅଞ୍ଜଳି ନାଏକ ଉପ ବିଜେତା, ସିନିୟର ମହିଳା ଯୁଗଳ ବିଭାଗରେ ଜୁନାଗଡ଼ ର ରୋଜାଲୀନ ନାୟକ ଓ ଶିବାନୀ ଭାଟି ବିଜେତା ଓ ଜଳୀ ପରାଭୋଇ ଓ ଅଞ୍ଜଳି ନାଏକ ଉପ ବିଜେତା, ସିନିୟର ମିଶ୍ରିତ ଯୁଗଳ ବିଭାଗରେ ଭବାନୀପାଟଣାର ସୁମିତ ମାଝୀ ଓ ଜୁନାଗଡ଼ ର ଦମୟନ୍ତି ବାଗ ବିଜେତା ଓ ଭବାନୀପାଟଣାର ଶୁଭମ ପଣ୍ଡା ଓ ଲାଞ୍ଜିଗଡ ର ଅନନ୍ୟା ବେହେରା ଉପ ବିଜେତା, ୩୫ବର୍ଷରୁ ଉର୍ଦ୍ଧ ପୁରୁଷ ଏକକ ବିଭାଗରେ ଭବାନୀପାଟଣାର ଅଭିନାଶ ବାବୁ ବିଜେତା ଓ ବିଜୟ ରାଉତ ଉପବିଜେତା, ୩୫ ବର୍ଷରୁ ଉର୍ଦ୍ଧ ପୁରୁଷ ଯୁଗଳ ବିଭାଗରେ ଜୁନାଗଡ଼ ର ରାକେଶ ବେମାଲ ଓ ଉମେଶ ଜୈନ ବିଜେତା ଓ ଭବାନୀପାଟଣାର ହମିଦ ବାଗ ଓ ରୋମାଞ୍ଚଳ ସରାଫ ଉପ ବିଜେତା, ୪୦ବର୍ଷରୁ ଉର୍ଦ୍ଧ ପୁରୁଷ ଯୁଗଳ ବିଭାଗରେ ଭବାନୀପାଟଣାର ଖେତ୍ରୀ ସୁନାନୀ ଓ କିଶୋର ଡାକୁଆ ବିଜେତା ଓ ଶକ୍ତି ପ୍ରସାଦ ଯୋଶୀ ଓ ତରୁଣ ଦାସ ଉପ ବିଜେତା, ୫୦ବର୍ଷରୁ ଉର୍ଦ୍ଧ ପୁରୁଷ ଯୁଗଳ ବିଭାଗରେ ଭବାନୀପାଟଣାର ମହେଶ କୁକ୍ରେଜା ଓ ରଞ୍ଜିତ ସାହୁ ବିଜେତା ଓ ଭବାନୀପାଟଣାର ଶୁଭ୍ରାଂଶୁ ଶେଖର ମିଶ୍ର ଓ ଜିତେନ୍ଦ୍ର କୁମାର ମିଶ୍ର ଉପ ବିଜେତା ହୋଇଥିଲେ।

ରାଜ୍ୟ ସ୍ୱୀକୃତି ପ୍ରାପ୍ତ ବୈଷୟିକ ଅଧିକାରୀ ଦୀପକ ସାଗର କୁମାର,ରାକେଶ ବେମାଲ,ଅନିଷ ହାଁସଦା,ସୁମନ ପାଣିଗ୍ରାହୀ,ରୋସାଲୀନ ନାୟକ,ସରୋଜ ମହାରଣା,ତପନ ସାହୁ ଜିଲ୍ଲା ବୈଷୟିକ ଅଧିକାରୀ ହେମନ୍ତ ମିଶ୍ର, ଶିବାନି ଭାଟି,ଜଳୀ ପରାଭୋଇ ମ୍ୟାଚ ପରିଚାଳନା କରିଥିଲେ। କଳାହାଣ୍ଡି ଵ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଅତିରିକ୍ତ ଆରକ୍ଷୀ ଅଧିକାରୀ ଆନନ୍ଦ ବର୍ଦ୍ଧନ ଗୁରୁ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଅତିରିକ୍ତ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର,ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ପାଢ଼ୀ,ପୂର୍ବତନ ସଭାପତି ତଥା ରାଜ୍ୟ ସଂଘର ବୈଷୟିକ ଅଧିକାରୀ ଉପାଧ୍ୟକ୍ଷ ଶ୍ରୀ ମନୋରଞ୍ଜନ ଦାସ,ଜିଲ୍ଲା ସଂଘ ସମ୍ପାଦକ ଶ୍ରୀ ସନ୍ଦୀପ ମିଶ୍ର,ମ୍ୟାଚ ରେଫରି ସମୀର ସାହୁ ଉପସ୍ଥିତ ଥିଲେ। ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଅତିରିକ୍ତ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ଓ ସୁଶାନ୍ତ କୁମାର ସିଂ,ଜିଲ୍ଲା ଉପ ଆରକ୍ଷୀ ଅଧିକାରୀ ମୁକ୍ତିକାନ୍ତ କୁଲୁ,ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ ଉପସ୍ଥିତ ରହି କୃତି ଖେଳାଳି ଙ୍କୁ ପୁରସ୍କୃତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଂଘର ସହ ସମ୍ପାଦକ ସାଇ କୁମାର ସିଂସାମନ୍ତ,ପ୍ରତିଯୋଗିତା ର ସଂଗଠକ ସମ୍ପାଦକ ମହେଶ କୁକ୍ରେଜା,ସଭ୍ୟ ରବି ନାରାୟଣ ସାହୁ,ମାନସ ପ୍ରଧାନ,ସନ୍ଦିପ ଦାସ,ଶକ୍ତି ଯୋଶୀ,ପରେଶ ପ୍ରଧାନ,ରଞ୍ଜିତ ସାହୁ,ଶିବା ଆଚାରୀ, ଶିବାଶିଷ ବିଶି ଓ ସମସ୍ତ ସଭ୍ୟ ସହଯୋଗ କରିଥିଲେ।

kalahandi jilla ru ବିଦ୍ୟାଧର ସାହୁଙ୍କ ରିପୋର୍ଟ epa news

Leave a Reply

Your email address will not be published. Required fields are marked *