August 27, 2025
Home » ଷଷ୍ଠ ଦିନରେ କୋରାପୁଟ ଓ ମୟୁରଭଞ୍ଜ ଦଳ ବିଜୟ”

ଷଷ୍ଠ ଦିନରେ କୋରାପୁଟ ଓ ମୟୁରଭଞ୍ଜ ଦଳ ବିଜୟ”

0
WhatsApp Image 2025-07-21 at 6.45.41 PM (1)

ଅନ୍ତଃ ଜିଲ୍ଲା ପୁରୁଷ ବର୍ଗ ଫୂଟବଲ ଚାମ୍ପିୟନସିପ୍ “ସାହାଣୀ କପ ୨୦୨୫” ବ୍ରହ୍ମପୁର ଜୋନ୍‌

“ସାହାଣୀ କପ ୨୦୨୫” ଫୂଟବଲ ଚାମ୍ପିୟନସିପ ବ୍ରହ୍ମପୁର ଜୋନ ଷଷ୍ଠ ଦିନ ରେ ଦୁଇଟି ମ୍ୟାଚ ହୋଇଛି। ପ୍ରଥମ ମ୍ୟାଚ ରାୟଗଡା ଜିଲ୍ଲା ସହ କୋରାପୁଟ ଜିଲ୍ଲା ମଧ୍ୟରେ ହୋଇଥିଲା। କୋରାପୁଟ ୪-୦ ଗୋଲ ରେ ରାୟଗଡା ଠାରୁ ବିଜୟୀ ହାସଲ କରିଛନ୍ତି। ଏହି ମ୍ୟାଚ ରେ ରେଫେରୀ ଶ୍ରୀ ଲକ୍ସମନ ସେଠ ,ପରେଶ ଭୋଇ, ଅମିତ ସିଂ, ସୁଜିତ ରାଜହଂସ ଥିଲେ।

ଦ୍ଵିତୀୟ ମ୍ୟାଚ ମାଲକାନଗିରି ଜିଲ୍ଲା ଓ ମୟୁରଭଞ୍ଜ ଜିଲ୍ଲା ମଧ୍ୟରେ ହୋଇଥିଲା। ମୟୁରଭଞ୍ଜ ଦଳ ୫-୦ ଗୋଲ ରେ ମାଲକାନଗିରି ଦଳ ଠାରୁ ବିଜୟ ହାସଲ କରିଛନ୍ତି । ଦ୍ଵିତୀୟ ମ୍ୟାଚ ରେଫ୍ରି ଥିଲେ ବଳରାମ ସେ, ନୀତି୍ୟାନନ୍ଦ ମେହେର, ଦିଗବିଜ ଦାସ, ଜଗନ୍ନାଥ ମାଝୀ ଏବଂ ଉଭୟ ମ୍ୟାଚ କାମସିନର ଶ୍ରୀ ସୁଜିତ କୁମାର ପାତ୍ର ଥିଲେ।

ଏହି ମ୍ୟାଚରେ ଅତିଥିଭାବେ ଯୋଗ ଦେଇଥିଲେ ରୋଟାରି କ୍ଲବ ଡିରେକଟର ବ୍ରହ୍ମପୁର କେ. ଭି. ଜି ରବି କୁମାର, ପୂର୍ବତନ ଫୂଟବଲ ଖେଳାଳି ଓ ରେଫେରୀ ଆଇ. ବି. ପିଟର ଏବଂ ପୂର୍ବତନ ଫୂଟବଲ ଖେଳାଳି ଏସ୍‌. ସି ପ୍ରଧାନ ଙ୍କ ସମେତ ଗଞ୍ଜାମ ଜିଲ୍ଲା ର ପୂର୍ବତନ ଫୂଟବଲ ଖେଳାଳି ଓ ବରିଷ୍ଠ ଖେଳାଳି ଏଲ. କେ ରାଓ, ଡି. ଆପା ରାଓ, ବିଜୟ କୁମାର ପଟ୍ଟନାୟକ, ରାଜେନ୍ଦ୍ର ଗନ୍ତାୟତ, ପ୍ରମୋଦ ମହାରଣା, କେଦାରନାଥ ଚୌଧୁରୀ, ତାରିଣୀ ସାମନ୍ତରାୟ, ଦୁର୍ଗା ପଟ୍ଟନାୟକ, ଡି.ଡି ଗନ୍ତାୟତ,ଜି. ଏମ. ବାବୁ, ରାଜ ନାରାୟଣ ପାତ୍ର ଓ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘର ଅନ୍ୟାନ୍ୟ ସଦସ୍ୟ ଓ ପୂର୍ବତନ ଖେଳାଳି ମାନେ ମଧ୍ୟ ଉପସ୍ଥିତ ଥିଲେ ବୋଲି ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସାଧାରଣ ସମ୍ପାଦକ ଜେ. କାମେଶ୍ୱର ରାଓ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *