ଉତ୍ତମ ସମାଜ ଗଠନ ର ମାଧ୍ୟମ ସତ୍ ସଙ୍ଗ : ସ୍ୱାମୀ ରାମଦାସାନନ୍ଦ ସରସ୍ଵତୀ ମହାରାଜ ।
ନବରଙ୍ଗପୁର: ଇନ୍ଦ୍ରାବତୀ ଋଷିକେଶ ସ୍ଥିତ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜ ଓ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜ ଙ୍କ ଦ୍ବାରା ପ୍ରତିଷ୍ଠିତ ଦିବ୍ୟ ଜୀବନ ସଂଘ ର ଶତକ ଦଶକ ଉତ୍ସବ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ସ୍ଥିତ ପ୍ରସିଦ୍ଧ ଗୋପାଳ ଶ୍ରୀକ୍ଷେତ୍ର ପରିସରରେ ଥିବା ଦିବ୍ୟ ଜୀବନ ସଙ୍ଘ ଆଶ୍ରମ ରେ ଆଧ୍ୟାତ୍ମିକ ସତସଙ୍ଗ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବଢିଆଉସ୍ତା ଶାଖା ସଭାପତି ସ୍ୱାମୀ ରାମଦାସାନନ୍ଦ ସରସ୍ବତୀ ମହାରାଜ ଯୋଗଦେଇ “ଉତ୍ତମ ସମାଜ ଗଠନର ମାଧ୍ୟମ ସତସଙ୍ଗ “ବୋଲି ଅଭିହିତ କରି ଶ୍ରୀ ରାମ ଚରିତ ମାନସ ଓ ଭାଗବତ ଗୀତା ସଂମ୍ପର୍କରେ ଭକ୍ତ ବୃନ୍ଦ ଙ୍କୁ ଆଶ୍ରୀ ବଚନ ପ୍ରଦାନ କରିଥିଲେ । ସମାଜରେ ସଂସ୍କାର ଆଣିବା ପାଇଁ ସ୍ୱାମୀଜୀ ଅଦ୍ୟାବଧି ୧୦୪୧ ଗ୍ରାମ ପରିକ୍ରମା କରି ସତସଙ୍ଗରେ ସାମିଲ ହୋଇ ଆଧ୍ୟାତ୍ମିକ ଜାଗରଣ ଓ ଯୁବ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଛାତ୍ର ଙ୍କ ଅଂଶ ଗ୍ରହଣ ଦେଖି ସ୍ୱାମୀଜୀ ଖୁସି ବ୍ୟକ୍ତ କରିଥିଲେ । ଦିବ୍ୟ ଜୀବନ ସଙ୍ଘ ଖାତିଗୁଡା ଶାଖା ତରଫରୁ ବିଜୟ କୁମାର ପାଣିଗ୍ରାହୀ, ନରସିଂହ ପ୍ରଧାନ, ଯୋଗେନ୍ଦ୍ର ବାଡତିଆ, ହରିବନ୍ଧୁ ପରିଡା, ଭାଗିରଥୀ ପାଣିଗ୍ରାହି, ଜଗଦେବ କେଶରୀ ସାମନ୍ତ ପ୍ରମୁଖ ସ୍ୱାମୀଜୀ ଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୟପୁର ଶାଖା ଦିବ୍ୟ ଜୀବନ ସଙ୍ଘ ର ପ୍ରିୟ ଶଙ୍କର ମହାପାତ୍ର ଏବଂ ଫକୀର ମୋହନ ମହାପାତ୍ର, ରାୟଗଡା ଶାଖା ର କୁନା ମହାପାତ୍ର, ଆମ୍ବାଗୁଡା ଶାଖା ର ସୁଶାନ୍ତ ଭାଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l
