ନୃପରାଜ ସାହୁ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ
ସୁବର୍ଣ୍ଣପୁର: ରାଜ୍ୟ ସରକାର ବରିଷ୍ଠ ଆଇ ଏ ଏସ ଙ୍କୁ ଅଦଳବଦଳ କରିଛନ୍ତି ଗତକାଲି l ସୁବର୍ଣ୍ଣପୁର ଜିଲ୍ଲାପାଳ ଥିବା ଅନ୍ୟା ଦାସ ( ଆଇ ଏ ଏସ ) ଙ୍କୁ ଡେପୁଟି ସେକ୍ରେଟାରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କୁ ବଦଳି କରାଯାଇଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ରେଜିଷ୍ଟ୍ରାର ଥିବା ନୃପରାଜ ସାହୁ ଓ ଏ ଏସ, ( ଏସ ଏସ )ଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବରେ ନିଯୁକ୍ତି ଦିଆଯାଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
