ଗୋରେଖ ନାଥଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର :- ବି.ଏମ୍. ସି. ଅଧିନସ୍ଥ ମଧୁସୂଦନ ପାର୍କ ଯୋଗ ମଣ୍ଡପରେ ବର୍ଷୀୟାନ ଲେଖକ ତଥା ସ୍ତମ୍ଭକାର ଗୋରେଖ୍ ନାଥ ସାହୁଙ୍କ ଲିଖିତ “ଅର୍ଦ୍ଧ ଶତାବ୍ଦୀର ଅଭିବ୍ୟକ୍ତି – ବର୍ଣ୍ଣ।ଳୀ” ଓ “ମାଟିର ଅକୁହା କଥା-ବୈଶାଳୀ” ର ଲୋକାର୍ପିତ ଉତ୍ସବ ବିଶିଷ୍ଟ ସ୍ତମ୍ଭକାର ନିର୍ମଳ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧ୍ୟାପିକା ଡଃ ମୀନା ମହାରଣା ପ୍ରାରମ୍ଭିକ ସୂଚନା ଦେବା ସଙ୍ଗେ ସଙ୍ଗେ ପୁସ୍ତକ ଦ୍ୱୟର ସମୀକ୍ଷା କରିଥିଲେ। ଅଧ୍ୟକ୍ଷ ଶ୍ରୀ ସାମଲ ସୁବର୍ଣ୍ଣ ପୁର ମାଟିର ଗର୍ବ ଓ ଗୌରବ ଗୋରେଖ ନାଥଙ୍କ ବୃତ୍ତିଗତ ଜୀବନ,ସମାଜ ସେବା ତଥା ସାହିତ୍ୟ କୃତି ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ବରିଷ୍ଠ ଆଇନିଜୀବୀ ଲକ୍ଷ୍ମୀ ନାରାୟଣ ପାଢ଼ୀ ପୁସ୍ତକ ଦୁଇଟି ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନିରଞ୍ଜନ ସେନାପତି, ପଣ୍ଡିତ ପ୍ରବୀର ମହାପାତ୍ର,ତାରିଣୀ ସେନ୍ ନାୟକ, ପଠାଣି ବେହେରା, ନାରାୟଣ କର, ଏସ୍. ପାଢ଼ୀ ପ୍ରମୂଖ ଉପସ୍ଥିତ ଥିଲେ। ପରିଶେଷରେ ଶିଶିର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।