ସୁବର୍ଣ୍ଣପୁର ରେ ଯୋଦେଲେ ନୂଆ ଜିଲ୍ଲାପାଳ

ସୁବର୍ଣ୍ଣପୁର- ଆଜି ସୁବର୍ଣ୍ଣପୁରରେ ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଇଛନ୍ତି ଡ଼ଃ. ନୃପରାଜ ସାହୁ l ସେ ଏହି ଅବସରରେ ସାମ୍ବାଦିକ ମାନଙ୍କ ସହ ଭାବ ସାକ୍ଷାତ ବେଳେ ଗଣ ମାଧ୍ୟମ ହେଉଛି ସମାଜ ଓ ପ୍ରଶାସନର ଆଖି ଓ କାନ ବୋଲି କହିଥିଲେ l ଜନସାଧାରଣ ଓ ଆପଣ ମାନଙ୍କ ସହଯୋଗ ରହିଲେ ଜିଲ୍ଲାର ସମସ୍ତ ଅଧୁରା ପ୍ରକଳ୍ପକୁ ସମ୍ପୂର୍ଣ୍ଣ ଓ ନୂଆଁ ନୂଆଁ ପ୍ରକଳ୍ପ କୁ ଆରମ୍ଭ କରିବାକୁ ସହଜ ହେଵ ବୋଲି ସାମ୍ବାଦିକ ମାନଙ୍କ ଆଗରେ ପ୍ରକାଶ କରିଥିଲେ ନୂଆଁ ଜିଲ୍ଲାପାଳ ଡ଼ଃ.ସାହୁ l ପ୍ରଥମେ ସୁବର୍ଣ୍ଣପୁର ର ଇଷ୍ଟଦେବୀ ମାଁ ସୁରେଶ୍ଵରୀ ଙ୍କ ଦର୍ଶନ କରିବା ପରେ ସିଧାସଳଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ଆଜି ସେ କାର୍ଯ୍ୟରେ ଯୋଗ ଦେବା ପରେ ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଜନ ଶୁଣାଣି କାର୍ଯ୍ଯକ୍ରମରେ ପ୍ରଥମେ ଲୋକଙ୍କ ଅଭିଯୋଗ ଶୁଣିବାକୁ ତରଭା ଗସ୍ତ କରିଥିଲେ । ଯାହାକି ଉପସ୍ଥିତ ଗଣ ମାଧ୍ୟମ ଓ ବୁଦ୍ଧିଜୀବୀ ଜିଲ୍ଲାପାଳଙ୍କୁ ପ୍ରଶଂସା କରିଥିଲେ l ପ୍ରକାଶ ଥାଉ କି ଯେ ଡ଼ଃ.ସାହୁ ପୂର୍ବରୁ ଓଡ଼ିଶା ର ବିଭିନ୍ନ ଜିଲ୍ଲାରେ ରାଜସ୍ଵ, ଶିକ୍ଷା ତଥା ସେ ଜଣେ ଦକ୍ଷ ପ୍ରଶାସକ ଭାବରେ କଳାହାଣ୍ଡି ଜିଲ୍ଲା ରେ ଡି ଡବ୍ଲୁଇ, ଡିପିସି, ଉପ ଜିଲ୍ଲାପାଳ ସହ ବିଭିନ୍ନ ପଦ ପଦବୀରେ ରହି ତାଙ୍କ କାର୍ଯ୍ଯ ଦକ୍ଷତା ର ଅନେକ ପ୍ରମାଣ ଦେଇଛନ୍ତି l ଏକା ଧାରାରେ ସେ ଜଣେ ସୃଜନଶୀଳ ବ୍ୟକ୍ତି ଭାବରେ ସଂସ୍କୃତି ସଂପନ୍ନ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳ ହିସାବରେ ଦାୟିତ୍ୱ ନେଇଥିବା ଯୋଗୁଁ ଜିଲ୍ଲାବାସୀ ଉତ୍ସାହିତ ଥିବାବେଳେ ଆଗକୁ ଜିଲ୍ଲା ର ଅନେକ ଅଧୁରା କାମକୁ ସେ ସଂପୂର୍ଣ୍ଣ କରିବେ ବୋଲି ବେଶ ଆଶାବାଦୀ ଅଛନ୍ତି ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…