August 27, 2025
Home » ୧୦ ରୁ ୧୯ ବାତଜ୍ୱର ନିରାକରଣ: ଘର ଘର ବୁଲି ଔଷଧ ଖୁଆଇବେ ସ୍ୱାସ୍ଥ୍ୟକର୍ମୀ

୧୦ ରୁ ୧୯ ବାତଜ୍ୱର ନିରାକରଣ: ଘର ଘର ବୁଲି ଔଷଧ ଖୁଆଇବେ ସ୍ୱାସ୍ଥ୍ୟକର୍ମୀ

0
WhatsApp Image 2025-08-05 at 4.18.01 PM (1)

ଅନ୍ୟରାଜ୍ୟ ଅପେକ୍ଷା ଓଡିଶାରେ ବାତଜ୍ୱର ରୋଗୀଙ୍କ ସଂଖ୍ୟା ଅଧିକ। ତେବେ ଏହା କିପରି ଅନ୍ୟ ବ୍ୟାଧିପରି ସମୂଳେ ନିରାକରଣ ହେବ ସେ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆସନ୍ତା ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଏମ୍‌ଡିଏ କାର୍ଯ୍ୟକ୍ରମ ପରିଚାଳନା କରାଯିବ। ଲିମ୍ଫାଟିକ୍ ଫାଇଲେରିଆସିସ୍ ନିରାକରଣ ପାଇଁ ୧୨ଟି ଜିଲ୍ଲାର ୧୧୫ କାର୍ଯ୍ୟାନ୍ୱୟନ ୟୁନିଟ୍ କାର୍ଯ୍ୟକାରୀ ହେବ। ନୂତନ ରଣନୀତି ଅନୁଯାୟୀ ତିନୋଟି ଔଷଧ ଚିକିତ୍ସା ଯଥା ବିଇସି, ଆଲବେଣ୍ଡାଜୋଲ୍‌, ଆଇଭରରମେଗ୍‌ସିନ୍ ସେବନ କରାଯିବ। ତେବେ ଏଥିରେ ଦୁଇ ବର୍ଷରୁ କମ୍ ଶିଶୁ, ଗର୍ଭବତୀ ମହିଳା ଓ ଗୁରୁତର ଅସୁସ୍ଥ ବ୍ୟକ୍ତିମାନେ ବାଦ୍ ପଡିବେ। ତେବେ ଏଥରର କାର୍ଯ୍ୟକ୍ରମ ଯେଭଳି ୯୦ ପ୍ରତିଶତ ସଫଳତା ମିଳିବ ସେ ନେଇ ଲକ୍ଷ୍ୟ ରଖାଯାଇଛି। ମୋଟ ୧.୦୭ କୋଟି ଜନସଂଖ୍ୟାକୁ ଏହି ଔଷଧ ୪୧ ହଜାର କର୍ମୀ ଓ ସେମାନଙ୍କୁ ୪୧୦୦ ପର୍ଯ୍ୟବେକ୍ଷକ ତତ୍ୱାବଧାନ କରିବେ। ପଞ୍ଚାୟତରାଜ, ଗଣଶିକ୍ଷା, ଉଚ୍ଚଶିକ୍ଷା, ମିସନଶକ୍ତି ମହିଳାଙ୍କ ସମେତ ସ୍ୱାୟତ୍ତ ଶାସନ ସଂସ୍ଥା ଗୁଡିକ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ଏହି ଔଷଧ ଏକ ସମୟରେ ରୋଗୀ ଓ ନିରୋଗୀ ଖାଇଲେ ସମୂଳେ ବିନାଶ ହୋଇପାରିବ ବୋଲି କୁହାଯାଇଛି। ଯଦି ୫ବର୍ଷର ଶିଶୁଟିଏ ଇଏଲ୍‌ଏଫ୍ ଆକ୍ରାନ୍ତ ହୁଏ ତେବେ ତାକୁ ୨୦ ବର୍ଷ ବୟସରେ ଲକ୍ଷଣ ଜଣାପଡେ ଏଣୁ ଏହି ବ୍ୟାଧି କେତେ ଯେ, ନିରବ ମାରାତ୍ମକ ତାହା କୁହାଯାଇପାରେ ।

Leave a Reply

Your email address will not be published. Required fields are marked *